• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ମସରୁମ୍ ଚପ୍'

ଆଗରୁ ଘରେ ଆପଣମାନେ ବିଭିନ୍ନ ଚପ୍ ବନେଇଥିବେ ,ଯେମିତିକି ଆଳୁ ଚପ୍,ଅଣ୍ଡା ଚପ୍ ଆଦି ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସରୁମ୍ ଚପ୍’। ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ମସରୁମ୍ ଚପ୍’ ବନେଇବା ପାଇଁ ସାମଗ୍ରୀ:

ଛତୁ-୫୦୦ ଗ୍ରାମ,ଆଳୁ-୨ଟି,ଅଦା,ପିଆଜ,ରସୁଣ ଛେଚା,କଟା କଞ୍ଚାଲଙ୍କା,କଟା ଧନିଆ ପତ୍ର,କର୍ଣ୍ଣଫ୍ଲୋର ପାଉଡର, ବେସନ, ଲଙ୍କା ଗୁଣ୍ଡ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍,ଭିନେଗାର,ଚାଇନା ସଲ୍ଚ, ବ୍ରେଡ୍ କ୍ରମ୍ବ,ଲୁଣ ଓ ରିଫାଇନ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛତୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ ।
  • ଏହାପରେ ୨ଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ ।
  • ଛତୁରେ ପିଆଜ,ରସୁଣ,ଅଦା ଛେଚାର ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ
  • ଏହାପରେ ସେଥିରେ କର୍ଣ୍ଣଫ୍ଲୋର,ଅଳ୍ପ ବେସନ,ଚାଇନା ସଲ୍ଟ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍, ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ ।
  • ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ରଖି ଦିଅନ୍ତୁ । ମନେରଖନ୍ତୁ ମିଶ୍ରଣଟି ବହଳିଆ ଓ ଶୁଖିଲା ରହିବ । ବେଶୀ ପାଣି ପକାଇବେ ନାହିଁ ।
  • ଅଧଘଣ୍ଟା ପରେ ଏହି ମିଶ୍ରଣକୁ କାଢି ସେଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ ।
  • ଏହାପରେ ସେଥିରେ ଗୋଲ ଗୋଲ୍ ଚପ୍ ଆକାରର ଗଢି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ବ୍ରେଡ୍ କ୍ରମ୍ବରେ ଚପ୍ ଗୁଡିକ ମିଶାଇ ଏକ ପାତ୍ରରେ ରଖନ୍ତୁ ।
  • ଚୁଲିରେ କଡ଼େଇ ବସେଇ ତେଲକୁ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ଚପ୍ ଗୁଡିକ ତେଲରେ ପକାନ୍ତୁ ।
  • ଚପ୍ ର ୨ ପଟ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
  • ଏହିପରି ସବୁ ଚପ୍ ଗୁଡିକ ଛାଣିବା ପରେ ଚୁଲି ବନ୍ଦ କରି  ଚପ୍ ଗୁଡିକ ଏକ ପାତ୍ରରେ ରଖନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମସରୁମ୍ ଚପ୍’ । ଏହି ମସରୁମ୍ ଚପକୁ ଆପଣ ପୋଦିନା ଚଟଣୀ କିମ୍ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘରକୁ କୁଣିଆ ଆସିଲେ ପରଷନ୍ତୁ ।