• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ନୁଡଲ୍ ବଲ୍ ସୁପି’

ଘରେ ଆମେ ନୁଡଲର ବିଭିନ୍ନ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ନୁଡଲର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ନୁଡଲ୍ ବଲ୍ ସୁପି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

‘ନୁଡଲ୍ ବଲ୍ ସୁପି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ନୁଡୁଲ୍‌, କଟା ପିଆଜ, କଟା ରସୁଣ, କଟା ଅଦା, କଟା ଗାଜର, କଟା ୟେଲୋ-ରେଡ୍-ଗ୍ରୀନ୍ କ୍ୟାପସିକମ୍, କଟା ପିଆଜ ସଣ୍ଢା, ରେଡ୍‌ ଚିଲି ସସ୍‌, ଚିଲି ସସ୍‌, ଟମାଟୋ ସସ୍‌, ସୋୟା ସସ୍‌, ସେଜୁଆନ୍‌ ସସ୍‌, ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ନୁଡୁଲ୍‌କୁ ସିଝାଇ ସେଥିରେ କଟା ପିଆଜ, କଟା ଗାଜର, କଟା କ୍ୟାପ୍‌ସିକମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
  • ଏହାପରେ ଏଥିରେ ସୋୟା ସସ୍‌, ସେଜୁଆନ୍‌ ସସ୍‌, ମଇଦା, କର୍ଣ୍ଣଫ୍ଲୋର୍‌, କଟା ଅଦା, କଟା ପିଆଜ ସଣ୍ଢା ପକାଇ ଭଲଭାବେ ଚକଟି ଦିଅନ୍ତୁ।
  • ଏବେ ଏହି ଚକଟା ନୁଡୁଲ୍‌କୁ ଗୋଲ୍ ଗୋଲ୍ କରି ବଲ୍‌ ଆକାରର କରି ଏହାକୁ କଞ୍ଚା ନୁଡୁଲ୍‌ର କୋଟିଂ ଦିଅନ୍ତୁ ।
  • ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଏହି ବଲ୍‌ ଗୁଡ଼ିକୁ ଛାଣିଦିଅନ୍ତୁ ।
  • ଏହା ପରେ କଡ଼େଇରେ ଅଳ୍ପ ତେଲ ଗରମ କରି କଟା ପିଆଜ, କଟା ରସୁଣ, କଟା ଅଦା, କଟା ୟେଲୋ-ରେଡ୍-ଗ୍ରୀନ୍ କ୍ୟାପସିକମ୍ ପକାଇ ଭାଜନ୍ତୁ।
  • ଏଗୁଡ଼ିକ ଭାଜି ହୋଇଗଲେ ଏଥିରେ ରେଡ୍‌ ଚିଲି ସସ୍‌, ଚିଲି ସସ୍‌ ଟମାଟୋ ସସ୍‌, ସୋୟା ସସ୍, ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ଏହି ମସଲା ଫୁଟିବା ପରେ ସେଥିରେ ନୁଡୁଲ୍‌ ବଲ୍‌ ଗୁଡ଼ିକୁ ପକାନ୍ତୁ।
  • ବଲ୍‌ ଗୁଡ଼ିକ ସହିତ ମସଲା ଭଲଭାବେ ମିଶିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ସୁପି ବଲ୍‌ସ’ । ଏହି ରେସିପିଟିକୁ ଆପଣ ସଂଧ୍ୟା ଜଳଖିଆରେ ବନେଇ ପ୍ରସ୍ତୁତ କରିପାରିବେ । ଏହି ରେସିପିଟିକୁ ଆପଣ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।