• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିକେନ ଆଚାରୀ ଚମ୍‌ଚମ୍’

ସାଧାରଣତଃ ଅଧିକାଂଶ ଲୋକ ଚିକେନ ଖାଇବାକୁ ଭଲ ପାଆନ୍ତି । ଆଜି ଆମେ ଚିକେନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ ଆଚାରୀ ଚମ୍‌ଚମ୍’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚିକେନ ଆଚାରୀ ଚମ୍‌ଚମ୍’ବନେଇବା ପାଇଁ ସାମଗ୍ରୀ:

ଚିକେନ-୫୦୦ ଗ୍ରାମ, ଦହି-୧ କପ୍, ଆମଚୁର ପାଉଡର, କଟା ପିଆଜ,କାଜୁ ପେଷ୍ଟ,ଅଦା,ରସୁଣ ପେଷ୍ଟ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ,ଚାଟ୍ ମସଲା,ଆଚାର, ଗୋଟା ଡାଲଚିନ୍,ଲବଙ୍ଗ,ଗୁଜୁରାତି, ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନ୍‌କୁ ପାଣିରେ ଭଲ ଭାବେ ଧୋଇ, ସେଥିରେ ଅଳ୍ପ ଦହି, ଲୁଣ ଓ ହଳଦୀକୁ ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସେଇ କଡ଼େଇରେ ତେଲ ଗରମ କରନ୍ତୁ
  • ତେଲ ଗରମ ହୋଇଗଲା ପରେ ସେଥିରେ ଡାଲଚିନି,ଲବଙ୍ଗ ଓ ଗୁଜୁରାତି ପକାଇ ଭାଜନ୍ତୁ ।
  • ଏହାପରେ ସେଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ ।
  • ଏବେ ସେଥିରେ ଅଦା ଓ ରସୁଣର ମସଲା ପେଷ୍ଟ ପକାଇ କିଛି ସମୟ କଷନ୍ତୁ ।
  • କମ୍ ଆଞ୍ଚରେ ମସଲାକୁ କିଛି ସମୟ କଷନ୍ତୁ ,ଏହାପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ କଷନ୍ତୁ।
  • ମସଲା କଷି ହୋଇଯିବା ପରେ, ଏଥିରେ ଚିକେନ୍‌କୁ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ସେଥିରେ ଲୁଣ, ଆମଚୁର ପାଉଡର୍‌, କାଜୁ ପେଷ୍ଟ୍‌ ଏବଂ ଆଚାର ପକାଇ ପୁଣି ଭଲଭାବେ କଷନ୍ତୁ।
  • ଏବେ ଚିକେନକୁ ମସଲା ସହିତ ଭଲଭାବେ ସିଝିବାକୁ କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ।
  • ଚିକେନ ସିଝିଗଲା ପରେ ଘୋଡ଼ଣୀ କାଢି ଏକ ପାତ୍ରକୁ କାଢ଼ି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ଚିକେନ ଆଚାରୀ ଚମ୍‌ଚମ୍’ । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘରକୁ କୁଣିଆ ଆସିଲେ ପରଷନ୍ତୁ ।