• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଅଣ୍ଡା କଟଲେଟ୍'

ଅଣ୍ଡା ଖାଇବା ପାଇଁ ସାଧାରଣତଃ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଘରେ ଅଣ୍ଡାକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଆପଣ ମାନେ ତ ଅଣ୍ଡାର ବିଭିନ୍ନ ରେସିପି ବିଷୟରେ ଜାଣିଥିବେ ଓ ତିଆରି ମଧ୍ୟ କରିଥିବେ । ତେବେ ଆମେ ଆପଣ ମାନଙ୍କୁ ଅଣ୍ଡାର ଏକ ନୂଆ ଓ ସରଳ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଏଗ୍ କଟଲେଟ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଅଣ୍ଡା କଟଲେଟ୍ ବନେଇବା ପାଇଁ ସାମଗ୍ରୀ : ୫ଟି ସିଝା ଅଣ୍ଡା, ସିଝା ଆଳୁ ୨ଟି,କଟା ପିଆଜ ,କଟା ରସୁଣ କଟା ଧନିଆ ପତ୍ର, ଅଦା ରସୁଣ ପେଷ୍ଟ,ରିଫାଇନ୍ ତେଲ, ଅଳ୍ପ କଞ୍ଚା ଲଙ୍କା, ଅଳ୍ପ ବେସନ, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ, ଚାଉଳ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ କଡେଇରେ ପାଣି ଗରମ କରି ଅଣ୍ଡା ଗୁଡିକୁ ସିଝାଇ ଦିଅନ୍ତୁ।
  • ଅଣ୍ଡା ସିଝି ଗଲା ପରେ , ଅଣ୍ଡାର ଚୋପା ଛଡ଼ାଇ ଏହାକୁ ୨ ଫାଳ କରି ଏକ ପାତ୍ରରେ ରଖନ୍ତୁ 
  • ଏହାପରେ ଅଣ୍ଡା ଉପରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ ।
  • କଡେଇରେ ତେଲ ଗରମ କରି ସେଥିରେ କଟା ପିଆଜ,କଟା ରସୁଣ,ଧନିଆ ପତ୍ର,କଞ୍ଚାଲଙ୍କା ପକାଇ ଅଳ୍ପ ଭାଜନ୍ତୁ
  • ମସଲା ଭାଜି ହୋଇଗଲା ପରେ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ ଓ ସିଝା ଆଳୁ ଚକଟାକୁ ପକାଇ ଏକ ଆଳୁ ମସଲା ପ୍ରସ୍ତୁତ କରନ୍ତୁ ।
  • ତାପରେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ,ଗୋଲମରିଚ ଗୁଣ୍ଡ, ଅଳ୍ପ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣଟି ବହଳିଆ ହେବା ଦରକାର।
  • ଏବେ ଆଉ ଏକ କଡ଼େଇରେ ତେଲ ଗରମ କରି ଫାଳ ହୋଇଥିବା ସିଝା ଅଣ୍ଡାରେ ଆଗରୁ ପ୍ରସ୍ତୁତ ହୋଇଥିବା ଆଳୁ ମସଲାକୁ ଦେଇ ଗୋଲ୍‌ ଗୋଲ୍ ଅଣ୍ଡାର ବଲ୍ ବନାନ୍ତୁ ।
  • ଏହାପରେ ଏହି ଅଣ୍ଡାର ବଲକୁ ମିଶ୍ରଣରେ ପକାଇ ଏହାକୁ ଭଲ ଭାବେ ଛାଣନ୍ତୁ
  • ଅଣ୍ଡା ଗୁଡିକର ରଙ୍ଗ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପରେ ଏହାକୁ କଡ଼େଇରୁ ବାହାର କରି ଏକ ପାତ୍ରକୁ କାଢି ଦିଅନ୍ତୁ ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମାଗରମ ‘କ୍ରିସ୍ପି ଏଗ୍‌ କଟଲେଟ୍’। ଏହି ରେସିପିଟିକୁ ଚଟଣି କିମ୍ବା ସସ୍‌ ରେ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । କ୍ରିସ୍ପି ଏଗ୍‌ କଟଲେଟ୍’ ରେସିପି ତିଆରି କରି ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।