• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ସହଜ ଓ ସରଳ ଉପାୟରେ ବନାନ୍ତୁ 'ମସରୁମ୍ କୋର୍‌ମା'

ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସରୁମ୍ କୋର୍‌ମା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ମସରୁମ୍ କୋର୍‌ମା’ ବନେଇବା ପାଇଁ ସାମଗ୍ରୀ:

ଛତୁ-୫୦୦ ଗ୍ରାମ୍, ଅଳ୍ପ ଦହି,ନଡ଼ିଆ କୋରା-୧ କପ୍,ଚାରମଗଜ,କାଜୁ,ଅଦା ଓ ରସୁଣ ପେଷ୍ଟ,କଟା ଗାଜର,କଟା ପିଆଜ,କଟା କଞ୍ଚା ଲଙ୍କା,କଟା ଧନିଆ ପତ୍ର,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ,ଜିରା,ଗୁଜୁରାତି,ଡାଲଚିନି,ଲବଙ୍ଗ,ତେଜପତ୍ର,ଫାଇନ୍ ତେଲ ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଚାରମଗଜ ଓ କାଜୁକୁ ପାଣିରେ ଭିଜାଇ ରଖନ୍ତୁ । ଏହା ଭଲଭାବେ ଭିଜି ଗଲା ପରେ ଏହାକୁ ଛାଣି ରଖନ୍ତୁ ।
  • ଏହାପରେ କୋରା ନଡ଼ିଆ, ଅଳ୍ପ ପିଆଜ ସହିତ ଭିଜା ଯାଇଥିବା ଚାରମଗଜ ଏବଂ କାଜୁକୁ ଗ୍ରାଇଣ୍ଡରରେ ପକାଇ ପେଷ୍ଟ୍ ପ୍ରସ୍ତୁତ କରି ଦିଅନ୍ତୁ।
  • ଏହାପରେ ଜୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ
  • ତେଲ ଗରମ ହେଲାପରେ ସେଥିରେ ଜିରା, ତେଜପତ୍ର, ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଅଳ୍ପ ଭାଜି ଦିଅନ୍ତୁ।
  • ଏହାପରେ ପିଆଜ, କଞ୍ଚା ଲଙ୍କା ପକାଇ ଲାଲ୍ ହେବ ଯାଏ ଭାଜନ୍ତୁ।
  • ଏହା ପରେ ସେଥିରେ ଅଦାରସୁଣ ପେଷ୍ଟ୍‌, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ।
  • ମସଲା ଭଲ ଭାବେ କଷି ହେବା ପରେ ଛତୁ ଓ ଗ୍ରୀନ୍‌ ମଟର ପକାଇ ଗୋଳାଇ ଦେଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ ।
  • ଏବେ ସେଥିରେ କାଜୁ ପେଷ୍ଟ୍‌କୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ଅଳ୍ପ ଦହି ଓ ପାଣି ଦେଇ କିଛି ସମୟ ଏହାକୁ ଘୋଡ଼େଇ ଦିଅନ୍ତୁ ।
  • ତରକାରୀରେ ପାଣି ଫୁଟି ଟିକେ ଶୁଖିଗଲା ପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମସରୁମ୍ କୋର୍‌ମା’। ଏହି ରେସିପିଟିକୁ ଆପଣ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।