• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଶେଜ୍‌ୱାନ୍‌ ଦୋସା’

ଜଳଖିଆ ପାଇଁ ଆପଣ ଘରେ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରିଥିବେ । ସେଥି ମଧ୍ୟରୁ ‘ଦୋସା’ ରେସିପି ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ତେବେ ଆପଣ କେବେ ‘ଶେଜ୍‌ୱାନ୍‌ ଦୋସା’ ପ୍ରସ୍ତୁତ କରି ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’ । ଆଜି ଆମେ ଆପଣଙ୍କ ପାଇଁ ସକାଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ  ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

‘ଶେଜ୍‌ୱାନ୍‌ ଦୋସା’ ବନେଇବା ପାଇଁ ସାମଗ୍ରୀ:

ଦୋସା ପିଠଉ ବା ବ୍ୟାଟର, ପିଆଜ, ରିଫାଇନ୍‌ ତେଲ, ଲୁଣ, ଗୋଲମରିଚ ଗୁଣ୍ଡ, ପିଆଜ ଷଣ୍ଢା, ଶେଜ୍‌ୱାନ୍‌ ସସ୍‌, ରସୁଣ, ବନ୍ଧା କୋବି, ବିନ୍ସ, କ୍ୟାପ୍‌ସିକମ୍‌ ଓ ଗାଜର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଗାଜର, କ୍ୟାପ୍‌ସିକମ୍‌, ବିନ୍ସ, ପିଆଜ ଷଣ୍ଢା ଓ ପିଆଜକୁ ଭଲ ଭାବେ ଧୋଇ କାଟି ଦିଅନ୍ତୁ ।
  • ଏହାପରେ ଏବେ ରସୁଣ ଓ ବନ୍ଧା କୋବିକୁ ଗ୍ରେଟେଡ୍‌ କରନ୍ତୁ ।
  • ଏହାପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ ।
  • ତେଲରେ ପିଆଜ ଓ ରସୁଣ ପକାଇ ମଧ୍ୟମ ଆଞ୍ଚରେ ଅଳ୍ପ ଲାଲ୍ ହେବା ଯାଏ ଭାଜନ୍ତୁ।
  • ଏଥିରେ କଟା ବିନ୍ସ, ଗାଜର, ବନ୍ଧା କୋବି ପକାଇ ଭଲ ଭାବେ ମିକ୍ସ କରନ୍ତୁ ।
  • ଏହାପରେ ସବୁ ପରିବାକୁ କିଛି ସମୟ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ ।
  • ଏବେ ଏହି ମିଶ୍ରଣରେ କଟା କ୍ୟାପ୍‌ସିକମ୍‌ ଓ ଲୁଣ ପକାନ୍ତୁ।
  • ଏହା ସହିତ ଶେଜୱାନ୍‌ ସସ୍‌ ଓ ଗୋଲମରିଚ ଗୁଣ୍ଡ ପକାଇ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ପରିବା ଭଲ ଭାବେ ସିଝିଗଲା ପରେ ଗ୍ୟାସ୍‌ ବନ୍ଦ କରି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।
  • ଏହାପରେ ଦୋସା ତିଆରି କରିବା ଲାଗି ଏକ ଦୋସା ତାୱାକୁ ଧିମା ଆଞ୍ଚରେ ରଖି ତେଲ ପକାନ୍ତୁ ।
  • ତାୱାରେ ୨ ଚାମଚ ଦୋସା ବ୍ୟାଟର ଢାଳି ଓଭାଲ ଶେପ୍‌ରେ ଚାରିଆଡ଼କୁ ବିସ୍ତାର କରନ୍ତୁ ।
  • ଦୋସାର ଗୋଟିଏ ପଟ କ୍ରିସ୍‌ପି ଓ ଗୋଲ୍ଡେନ୍‌ ହୋଇଗଲେ, ଏହାକୁ ଓଲଟାଇ ଦିଅନ୍ତୁ ।
  • ଦୋସାର ଉଭୟ ପାର୍ଶ୍ୱ ଗୋଲ୍ଡେନ୍‌ କଲର୍ ହୋଇଗଲେ ପରେ ଏହାକୁ ପ୍ଲେଟ୍‌କୁ ବାହାର କରି ଦିଅନ୍ତୁ ।
  • ଏବେ ଶେଜ୍‌ୱାନ୍‌ ଷ୍ଟଫିଙ୍ଗକୁ ଦୋସା ମଝିରେ ସାବଧାନତା ସହ ରଖନ୍ତୁ ଓ ଦୋସାକୁ ଦୁଇ ପଟକୁ ଫୋଲ୍ଡ କରି ଦିଅନ୍ତୁ ।
  • ଧ୍ୟାନ ରଖନ୍ତୁ ଦୋସାର ଷ୍ଟଫିଙ୍ଗ୍‌ ଯେପରି ବାହାରକୁ ବାହାରି ନ ଯାଏ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ଶେଜ୍‌ୱାନ୍‌ ଦୋସା' । ଏହି ରେସିପିଟିକୁ ଆପଣ ପୋଦିନା ଚଟଣୀ କିମ୍ବା ନଡ଼ିଆ ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ  ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।