• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘କଞ୍ଚା କଦଳୀ କୋଫ୍‌ତା କରି’

ଘରେ ଆମେ କଞ୍ଚା କଦଳୀରେ ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କ ପାଇଁ କଞ୍ଚା କଦଳୀରେ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘କଞ୍ଚା କଦଳୀ କୋଫ୍‌ତା କରି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘କଞ୍ଚା କଦଳୀ କୋଫ୍‌ତା କରି’ ବନେଇବା ପାଇଁ ସାମଗ୍ରୀ:

କଞ୍ଚା କଦଳୀ,ବେସନ, ଧନିଆ ପତ୍ର,ଟମାଟୋ ପ୍ୟୁରି,ବାଦାମ,କଞ୍ଚା ଲଙ୍କା, ଗରମ ମସଲା,ଧନିଆ ପାଉଡର୍, ତେଲ, ଜିରା, ହଳଦି ଗୁଣ୍ଡ, କସ୍ତୁରୀ ମେଥି,ଅଦା, ଲଙ୍କା ଗୁଣ୍ଡ ଏବଂ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଞ୍ଚା କଦଳୀକୁ କାଟି ଏହାର ଚୋପା ଛଡାଇ ପ୍ରେସର୍‌ କୁକର୍‌ରେ ସିଝାନ୍ତୁ ।
  • କଦଳୀ ସିଝିଯିବା ପରେ ସେଥିରେ ବେସନ, କଟା ଧନିଆ ପତ୍ର, ଲୁଣ, ଗରମ ମସଲା, ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବୋ ଚକଟି ଦିଅନ୍ତୁ ।
  • ଏହାପରେ ଏହି ମିଶ୍ରଣକୁ ଗୋଲ ଗୋଲ ବଲ୍ ଆକୃତି ଗଢି ରଖନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ଥିବା କଦଳୀର ଗୋଲ ବଲ୍ ଗୁଡିକ ପକାନ୍ତୁ ।
  • ଏହାକୁ ଅଳ୍ପ ଲାଲ୍ ହେବା ପରେ ତେଲରୁ ଛାଣି ରଖନ୍ତୁ ।
  • ଏବେ ଅନ୍ୟ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଜିରା, ଲୁଣ, ହଳଦି ଗୁଣ୍ଡ, ଧନିଆ ପାଉଡର, କସ୍ତୁରୀ ମେଥି ଏବଂ ବାଦାମ ଓ ଅଦାକୁ ପେଷ୍ଟ୍‌ କରି ପକାନ୍ତୁ।
  • ଏହା ପରେ ସେଥିରେ ଟମାଟୋ ପ୍ୟୁରି ଓ ଲଙ୍କା ଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କଷନ୍ତୁ।
  • ମସଲା ଭଲ ଭାବେ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।
  • ଏହାପରେ ଆଗରୁ ଛଣାଯାଇଥିବା କଦଳୀ କୋପ୍‌ତା ଗୁଡ଼ିକୁ ପକାନ୍ତୁ।
  • ପାଣି ଫୁଟିଯିବା ପରେ ସେଥିରେ ଗରମ ମସଲା ଏବଂ ଧନିଆ ପତ୍ର ପକାଇ ଚୁଲି ବନ୍ଦ କରି ଦିଅନ୍ତୁ  

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘କଞ୍ଚା କଦଳୀ କୋଫ୍‌ତା କରି’ । ଏହି ରେସିପିଟି ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।