• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ପୋଟଳ କୋଫ୍ତା'

ଆପଣ ପୋଟଳର ବିଭିନ୍ନ ରେସିପି ବିଷୟରେ ଜାଣିଥିବେ । ସାଧାରଣତଃ ଘରେ ପୋଟଳ ରସା,ପୋଟଳ ଭଜା ତିଆରି ହୋଇଥାଏ । ଆଜି ଆମେ ପୋଟଳର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ପୋଟଳ କୋଫ୍ତା’। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ,ଜାଣିବା ଏହାକୁ କଭଳି ପ୍ରସ୍ତୁତ କରାଯାଏ ।

ପୋଟଳ କୋଫ୍ତା’ ବନେଇବା ପାଇଁ ସାମଗ୍ରୀ:

ପୋଟଳ-୫୦୦ଗ୍ରାମ,ବେସନ,କଟା ଟମାଟୋ,ଚିକେନ ମସଲା,ଗରମ ମସଲା,ଅଦା ରସୁଣ ପେଷ୍ଟ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ପାଉଡର,ଜିରା,ରିଫାଇନ ତେଲ,ତେଜପତ୍ର ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପୋଟଳକୁ ଭଲଭାବେ ଧୋଇ ଚୁଲିରେ କଡ଼େଇ ବସାଇ ଗୋଟା ପୋଟଳକୁ ସିଝାଇ ଦିଅନ୍ତୁ ।
  • ପୋଟଳ ସିଝି ଗଲା ପରେ ତାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ ।
  • ପୋଟଳ ଗୁଡିକ ଥଣ୍ଡା ହେବା ପରେ ଚିପୁଡ଼ି ସେଥିରୁ ପାଣି ବାହାର କରିଦିଅନ୍ତୁ ।
  • ଏହାପରେ ସିଝା ପୋଟଳରେ ବେସନ, ଅଦା ରସୁଣ ପେଷ୍ଟ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।
  • ଏହାପରେ ଏହି ମିଶ୍ରଣକୁ ଗୋଲ୍‌ ଗୋଲ୍‌ କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ,ତେଲ ଗରମ ହୋଇଗଲା ପରେ ସେଥିରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପୋଟଳର ମସଲା ବଲ୍‌କୁ ଛାଣି ଏକ ପାତ୍ରରେ ରଖନ୍ତୁ ।
  • ଏହା ପରେ ଆଉ ଏକ କଡେଇରେ ତେଲ ଗରମ କରି ସେଥିରେ ଗୋଟା ଶୁଖିଲା ଲଙ୍କା, ଜିରା, ତେଜପତ୍ର, ପିଆଜ ପକାଇ ଭାଜନ୍ତୁ ।
  • ଏହାକୁ ଅଳ୍ପ ଭାଜିବା ପରେ ସେଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ସେଥିରେ ଚିକେନ୍‌ ମସଲା, ଟମାଟୋ ପେଷ୍ଟ ଏବଂ ଲୁଣ ପକାଇ ଭଲରେ ମସଲାକୁ କଷି ଦିଅନ୍ତୁ।
  • ମସଲା ଭଲଭାବରେ କଷି ହୋଇଗଲା ପରେ ସେଥିରେ କସ୍ତୁରି ମେଥି ପକାଇ ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ ଝୋଳ ଭଲରେ ଫୁଟିଗଲା ପରେ ସେଥିରେ ପୂର୍ବରୁ ଛଣା ହୋଇଥିବା କୋଫ୍ତା ପକାଇ ଘୋଡ଼ଣୀ ବନ୍ଦ କରି ଫୁଟିବାକୁ ଛାଡ଼ି ଦିଅନ୍ତୁ ।
  • କିଛି ସମୟ ପରେ ସେଥିରେ ଗରମ ମସଲା ପକାଇ ଗ୍ୟାସକୁ ବନ୍ଦ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଆପଣଙ୍କର ପୋଟଳ କୋଫ୍ତା । ଏହାକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।