• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଅମୃତଭଣ୍ଡା ହାଲ୍‌ୱା’

ଘରେ ଆମେ ମିଠାର ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆପଣ କେବେ ଅମୃତଭଣ୍ଡାରେ ତିଆରି ହାଲୱା ଖାଇଛନ୍ତି କି ? ଆଜି ଆମେ ଅମୃତଭଣ୍ଡାର ହାଲ୍‌ୱା ପ୍ରସ୍ତୁତ କରିବୁ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଅମୃତଭଣ୍ଡା ହାଲ୍‌ୱା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

କଞ୍ଚା ଅମୃତଭଣ୍ଡା, ଚିନି, ଖିର, ଘିଅ, କାଜୁ, କିସ୍‌ମିସ୍‌ ଓ ଗୁଜୁରାତି ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଅମୃତଭଣ୍ଡାକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ
  • ଏହାପରେ ଅମୃତଭଣ୍ଡାକୁ ଭଲ ଭାବେ କୋରି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ ।
  • ଘିଅ ଗରମ ହୋଇଗଲା ପରେ କୋରା ହୋଇଥିବା ଅମୃତଭଣ୍ଡା ପକାଇ ମଧ୍ୟମ ଆଞ୍ଚରେ ଭାଜନ୍ତୁ ।
  • ଏହା ଟିକେ ଭାଜି ହୋଇ ଆସିଲେ, ଏଥଇରେ ଖିର ମିଶାନ୍ତୁ ।
  • ଏହାପରେ ଏହାକୁ ଭଲ ଭାବେ ଗୋଳାନ୍ତୁ
  •  କ୍ଷୀର ଫୁଟିଗଲେ, ସେଥିରେ ଚିନି ପକାନ୍ତୁ ।
  • ଏହାପରେ ସେଥିରେ ଗୁଜୁରାତି ଗୁଣ୍ଡ, କଟା କାଜୁ ଓ କିସ୍‌ମିସ୍‌ ପକାନ୍ତୁ ।
  • ଏହାପରେ ଏହି ମିଶ୍ରଣକୁ କଛି ସମୟ ଅଳ୍ପ ଆଞ୍ଚରେ ରଖି ଧିରେ ଘିରେ ଗୋଳାନ୍ତୁ ।
  • ହାଲୱା ଟିକେ ଶୁଖିଲା ହୋଇଗଲେ ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ ।
  • ଏହାପରେ ସେଥିରେ କଟା ଆଲମଣ୍ଡ ପକାଇ ସଜାଇ ଦିଅନ୍ତୁ ।
papaya halwapapaya halwa

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱଦିଷ୍ଟ ‘ଅମୃତଭଣ୍ଡା ହାଲ୍‌ୱା’। ଏହି ରେସିପିଟି ଆପଣ ସଖାଳ ଜଳଖିଆରେ ପରଟା କିମ୍ବା ରୁଟି ସହିତ ଖାଇପାରିବେ । ଏହା ସହ ଏହି ହାଲୱାକୁ ଆପଣ ସପ୍ତାହେ ପର୍ଯ୍ୟନ୍ତୁ ଫ୍ରିଜ୍ ରେ ରଖି ଖାଇପାରିବେ । ଏହି ରେସିପିଟିକୁ ଆପଣ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।