• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ‘ମସ୍‌ରୁମ୍ ପରଟା’

ଘରକୁ କୁଣିଆ ଆସିଲେ କଣ ରୋଷେଇ କରିବେ ତାହାକୁ ନେଇ ସବୁ ଗୃହିଣୀଙ୍କ ଚିନ୍ତା ବଢିଯାଏ । ଛତୁରେ ଆପଣ ଏକ ରେସିପି ତିଆରି କରି ବନ୍ଧୁବାନ୍ଧବଙ୍କୁ ପରଷି ପାରିବେ । ଛତୁର ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସ୍‌ରୁମ୍ ପରଟା’। ଏହି ରେସିପିଟିକୁ ଆପଣ ମାନେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ମସ୍‌ରୁମ୍ ପରଟା’’ ବନେଇବା ପାଇଁ ସାମଗ୍ରୀ:

ଛତୁ, ଅଟା,ମଇଦା, ଲୁଣ,ଜୁଆଣି,ଘିଅ,ଗୋଲମରିଚ ଗୁଣ୍ଡ,କଟା ପିଆଜ,କଟା କଞ୍ଚା ଲଙ୍କା,କଟା ଅଦା,ଲଙ୍କା ଗୁଣ୍ଡ,ଚାଟ୍‌ ମସଲା,ଆମଚୁର ପାଉଡର,କଟା ଧନିଆ ପତ୍ର,ତେଲ ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣି ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ । ଏହା ପରେ ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଚକଟି ଦିଅନ୍ତୁ ।
  • ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ କିଛି ସମୟ ଏକ ପାତ୍ରରେ ରଖି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ତେଲ ପକାନ୍ତୁ । ତେଲ ଗରମ ହୋଇଗଲା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଦେଇ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ ।
  • ଏହାପରେ ଏଥିରେ କଟା କଞ୍ଚା ଲଙ୍କା, କଟା ପିଆଜ, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ୍‌ ମସଲା, ଆମଚୁର ପାଉଡର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ ।
  • ଏହାପରେ ମିଶ୍ରଣକୁ ଭଲ ଭାବେ ଭାଜନ୍ତୁ । ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢ଼ି ଥଣ୍ଡା କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଆଗରୁ ଚକଟା ହୋଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଅଳ୍ପ ବେଲି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ ।
  • ଏହା ପରେ ସେହି ଗୁଳା ଗୁଡିକୁ ରୁଟି ବା ପରଟା ପରି ବେଲନ୍ତୁ ।
  • ଏହାପରେ ଚୁଲିରେ ତାୱା ବସାଇ ପରଟାକୁ ସେକନ୍ତୁ । ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଗଲା ପରେ ତେଲ ପକାଇ ଏପଟ ସେପଟ କରନ୍ତୁ। ପରଟା ଗୁଡିକ ଏକ ପାତ୍ରକୁ କାଢି ଦଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମସ୍‌ରୁମ୍ ପରଟା’। ଏହି ରେସିପିଟିକୁ ଚଟଣି, ସସ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।