• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ନିଡ଼ିଆ ବେସନ ବର୍ଫି

ଘରେ କିଛି ପୂଜା କି ଘରୋଇ ଫଙ୍କ୍‌ସନ୍ ହେଲେ ଆମେ ବାହାରୁ ମିଠା ଆଣିଥାଉ । କିନ୍ତୁ କମ୍ ଖର୍ଚ୍ଚରେ ଓ ସହଜ ଉପାୟରେ ଆପଣ ଘରେ ମିଠା ପ୍ରସ୍ତୁତ କରିପାରିବେ । ଆପଣଙ୍କ ଅତି ସହଜ ଓ ସରଳ ଉପାୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିପାରିବେ । ଆଜି ଆମେ ବେସନ ଓ ନଡ଼ିଆରେ ଏକ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ନଡ଼ିଆ ବେସନ ବର୍ଫି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ନଡ଼ିଆ ବେସନ ବର୍ଫି’ ବନେଇବା ହେବା ପାଇଁ ଆବଶ୍ୟକ ସାମଗ୍ରୀ:

ବେସନ, ନଡ଼ିଆ କୋରା,ଗୁଆ ଘିଅ,ସୁଜି,କ୍ଷୀର,ଚିନି,କିସମିସ୍,ଆନମଣ୍ଡ ଓ ପିସ୍ତା,ଗୁଜୁରାତି ଗୁଣ୍ଡ

ପ୍ରସ୍ତତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ଅଳ୍ପ ଗୁଆ ଘିଅ ପକାନ୍ତୁ ।
  • ଘିଅ ଗରମ ହେଲା ପରେ ସେଥିରେ ବେସନ ଓ ସୁଜିକୁ ପକାନ୍ତୁ ।
  • ଏହାପରେ ସେଥିରେ ନଡ଼ିଆ କୋରା ପକାଇ ଭଲ ଭାବେ ଭାଜନ୍ତୁ ।
  • ଏହାର ରଙ୍ଗ ହାଲକା ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
  • ଏହାପରେ ସେଥିରେ କ୍ଷୀର, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।
  • ଏହାପରେ ଟିକେ ଶୁଖିଲା ହେବା ପର୍ଯ୍ୟନ୍ତ ମିଶ୍ରଣକୁ ଭଲଭାବେ ଯନ୍ତନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ଖେଳାଇ ଦିଅନ୍ତୁ ।
  • ଏହାପରେ ସେଥିରେ ପିସ୍ତା,କିସମିସ୍,ବାଦାମକୁ ଛୋଟ ଛୋଟ କାଟି ମିଶ୍ରଣ ଉପରେ ପକାଇ ସଜାନ୍ତୁ ।
  • ଏହାପରେ ବେସନ ଓ ନଡିଆର ମିଶ୍ରଣକୁ ଫ୍ରିଜ୍ ରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ ।
  • ଏହାପରେ ମିଶ୍ରଣକୁ ପ୍ଲେଟକୁ କାଢି ବର୍ଫି ଆକାରର ସେପ୍ ଦେଇ ଏହାକୁ କାଟି ରଖନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ନଡିଆ ବେସନ ବର୍ଫି’ । ଏହି ସ୍ୱାଦିଷ୍ଟ ମିଠା ରେସିପିଟିକୁ ଆପଣ ଭଗବାନଙ୍କ ପାଖରେ ଭୋଗ ଲଗେଇ ପାରିବେ ଓ ଘରକୁ କୁଣିଆ ଆସିଲେ ଦେଇପାରିବେ । ଏହାକୁ ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଫ୍ରିଜରେ ରଖି ଖାଇପାରିବେ ।