• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଏବେ ଚାଲିଛି ପ୍ରାର୍ବଣର ଋତୁ । ନବରାତ୍ରୀରେ ଭଳି କି ଭଳି ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଏକ ମିଠାର ରେସିପି ବିଷୟରେ କହିବାକୁ ଯାଉଛୁ । ଘରକୁ କୁଣିଆ ଆସିଲେ ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବାଦାମ୍ ଫିର୍‌ନି’ ବନେଇବା ପାଇଁ ସାମଗ୍ରୀ :

ବାଦାମ୍(ଆଲମଣ୍ଡ),ଅରୁଆ ଚାଉଳ, କ୍ଷୀର, ଚିନି, ଘିଅ, କାଜୁ, ପିସ୍ତା, ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ;

  • ପ୍ରଥମେ ଅରୁଆ ଚାଉଳକୁ ପାଣିରେ ବତୁରେଇ ରଖନ୍ତୁ
  • ଏହାପରେ ଚାଉଳକୁ ପାଣିରୁ ଛାଣି ଏହାକୁ ଚୂନା କରି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ଘିଅ ପକାନ୍ତୁ ।
  • ଘିଅ ଗରମ ହୋଇଗଲା ପରେ ସେଥିରେ ଚାଉଳ ଚୁନାକୁ ପକାଇ ହଲକା ଭାଜି ଦିଅନ୍ତୁ ।
  • ଏହାପରେ ସେଥିରେ ଗୁଜୁରାତି, ପାଣି ଓ କ୍ଷୀର ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହା ଭଲ ଭାବେ ମିଶିଗଲେ ଏଥିରେ ଚିନି ଓ ବାଦାମ ମିଶାଇ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ ।
  • ଏହାପରେ ମିଶ୍ରଣ ଟିକେ ଗାଢ଼ ହୋଇଗଲେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
  • ଏହାପରେ କଟା କାଜୁ ଓ ପିସ୍ତା ପକାଇ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।
  • ଥଣ୍ଡା ହୋଇଗଲେ ଏହା ଟିକେ ବସିଯିବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି । ଆପଣ ଏହାକୁ ଗରମ ଗରମ ଖାଇ ପାରିବେ ନଚେତ୍ ଏହାକୁ ଫ୍ରିଜରେ ରଖି ଟିକେ ଥଣ୍ଡା କରି ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରକୁ କୁଣିଆ ଆସିଲେ ଏହି ରେସିପିଟିକୁ ପ୍ରସ୍ତୁତ କରି ଦିଅନ୍ତୁ ଓ ନିଜେ ଖାଆନ୍ତୁ ।