• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଚିକେନ୍ ଜାଫରାନୀ'

ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟରାଣ୍ଟ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରେଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ ହେଉଛି ‘ଚିକେନ୍ ଜାଫରାନୀ ‘। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚିକେନ୍ ଜାଫରାନୀ’ ବନେଇବା ପାଇଁ ସାମଗ୍ରୀ:

ଚିକେନ-୫୦୦ ଗ୍ରାମ୍ କେଶର,ସିଝା ଅଣ୍ଡା,ଦହି,ଗୋଟା ଗରମ ମସଲା(ଡାଲଚିନି,ଗୁଜୁରାତି,ଲବଙ୍ଗ),ପିଆଜ ପେଷ୍ଟ,ଆଦା ରସୁଣ ପେଷ୍ଟ,କାଜୁ ପେଷ୍ଟ,କଟା କଞ୍ଚା ଲଙ୍କା,କଟା ଧନିଆ ପତ୍ର,ଚିକେନ୍ ମସଲା, ଘିଅ,ଓ ସ୍ୱାଦନୁସାରେ ଲୁଣ,ଗରମ ମସଲା ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ଘିଅ ପକାନ୍ତୁ ।
  • ଘିଅ ଗରମ ହୋଇଗଲା ପରେ ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ ।
  • ଏହାପରେ ସେଥିରେ କଟା କଞ୍ଚାଲଙ୍କା,ପିଆଜ ପେଷ୍ଟ,ଅଦା ଓ ରସୁଣ ପେଷ୍ଟ ପକାଇ ମିଶ୍ରଣକୁ କଷନ୍ତୁ ।
  • ଏହାପରେ ସେଥିରେ କାଜୁର ପେଷ୍ଟ ଓ ଦହି ପକାନ୍ତୁ ।
  • ଏହି ମସଲାକୁ ଭଲ ଭାବେ ଗୋଳେଇ କଷନ୍ତୁ ।
  • ଏହାପରେ ଏଥିରେ ଚିକେନକୁ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଭଲଭାବେ କଷନ୍ତୁ ।
  • ଏହାପରେ ସେଥିରେ ଚିକେନ ମସଲା,ଗରମ ମସଲା ଗୁଣ୍ଡ ଓ ଅଳ୍ପ କେଶର ପକାଇ ଅଳ୍ପ କିଛି ସମୟ ଘୋଡଣୀ ଦେଇ ଦିଅନ୍ତୁ ।
  • ଏହାପରେ ଘୋଡ଼ଣୀ କାଢି ସେଥିରେ କଟା ସିଝା ଅଣ୍ଡା ଓ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ୍ ରେଷ୍ଟୁରାଣ୍ଟ ଷ୍ଟାଇଲରେ 'ଚିକେନ୍ ଜାଫରାନୀ' । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।