• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅତି ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ବିସ୍କୁଟ କେକ୍'

ଘରେ କିଛି ଫଙ୍କସନ୍ ଥିଲେ ଆମେ ସାଧାରଣତଃ ବାହାରୁ କେକ୍ ଆଣିଥାଉ । ହେଲେ ଆମେ ଅତି କମ୍ ଖର୍ଚ୍ଚରେ ଘରେ ଚକଲେଟ୍ ବିସ୍କୁଟରେ କେକ୍ ବନେଇ ପାରିବା । ଆଜି ଆମେ ଆପଣଙ୍କ ପାଇଁ ବିନା ଓଭେନ୍‌ରେର ବିସ୍କୁଟର ଏକ କେକ୍ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଘରେ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବିସ୍କୁଟ୍ କେକ୍’ ବନେଇବା ପାଇଁ ସାମଗ୍ରୀ:

ଚକଲେଟ୍ ବିସ୍କୁଟ-୨ ପ୍ୟାକେଟ୍,ବଟର ପେପର,ଇନୋ-୧ ପ୍ୟାକେଟ୍,ଚିନି,ଡ୍ରାଏ ଫ୍ରୁଟ୍ସ(କାଜୁ,କିସମିସ,ଆଲମଣ୍ଡ ) ରିଫାଇନ୍ ତେଲ,କ୍ଷୀର-୧ କପ୍ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ୨ ପ୍ୟାକେଟ୍ ଚକଲେଟ ବିସ୍କୁଟକୁ ଖୋଲି ବିସ୍କୁଟ ଗୁଡିକ ଗ୍ରାଇଣ୍ଡିଂ ଜାରରେ ରଖନ୍ତୁ ।
  • ଏହାପରେ ସେଥିରେ ଅଳ୍ପ ଚିନି ପକାଇ ବିସ୍କୁଟର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।
  • ଏହାପରେ ବିସ୍କୁଟ ଗୁଣ୍ଡକୁ ଏକ ପାତ୍ରରେ କାଢି ସେଥିରେ ୧ କପ୍ କ୍ଷୀର ପକାଇ ଭଲ ଭାବେ ଗୋଳାଇ ଚକଲେଟ୍ ବସ୍କୁଟ ପାଉଡରର ଏକ ଘୋଳ ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଏକ ଟିଫିନ୍‌ର ଚାରି ପଟରେ ରିଫାଇନ୍‌ ତେଲ ଲଗାଇ ଦିଅନ୍ତୁ।
  • ଏହା ଉପରେ ଏକ ବଟର ପେପର୍‌ ରଖନ୍ତୁ ।
  • ଏହାପରେ ଏକ ପ୍ରେସର କୁକର ନିଅନ୍ତୁ ,କୁକରରେ କିଛି ଲୁଣ ରଖନ୍ତୁ।
  • ଏହାପରେ ପ୍ରେସର କୁକରକୁ ଚୁଲିରେ କମ୍ ଆଞ୍ଚରେ ବସାଇ ଏହାକୁ ଗରମ ହେବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚକୋଲେଟ୍ ବିସ୍କୁଟର ଘୋଳରେ ଇନୋ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ଏହି ଚକୋଲେଟ୍ ଘୋଳକୁ ଟିଫିନରେ ଢାଳନ୍ତୁ
  • ଏହି ଘୋଳ ଉପରେ କଟା କାଜୁ ଓ କିସମିସକୁ ପକାନ୍ତୁ
  • ଏହାପରେ ଟିଫିନକୁ ଭଲଭାବେ ପ୍ରେସର କୁକୁର ଭିତରେ ରଖନ୍ତୁ ।
  • ଏବେ କୁକରର ଘୋଡ଼ଣି ଦେଇ ହୁଇସିଲକୁ କାଢି ଦିଅନ୍ତୁ ।
  • ଏହାପରେ କେକ୍ ପ୍ରସ୍ତୁତ ହେବା ପାଇଁ ୩୦ ମିନିଟ୍ ଏହାକୁ ଛାଡ଼ି ଦିଅନ୍ତୁ ।
  • ମଝିରେ ମଝିରେ କେକ୍ ହେଲାଣି କି ନାହିଁ ଏକ ଚାମଚ ବା ଛୁରୀକୁ ଘୋଳ ଭିତରେ ଭର୍ତ୍ତି କରି ଦେଖି ନିଅନ୍ତୁ ।
  • ଏହାପରେ ଚୁଲି କୁ ବନ୍ଦ କରି କେକକୁ ବାହାରକୁ କାଢି ଏକ ପାତ୍ରରେ ରଖିନ୍ତୁ

ଏବେ ପ୍ରସ୍ତୁତ ହେଇଗଲା ସ୍ୱାଦିଷ୍ଟ 'ବିସ୍କୁଟ କେକ୍' । ଏହି କେକ୍ ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ ।