• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିଙ୍ଗୁଡ଼ି ରସୁଣ ଚମଚମ୍’

ଘରେ ଆପଣ ଚିଙ୍ଗୁଡ଼ିର ଅନେକ ପ୍ରକାରର ରେସିପି ଖାଇଥିବେ । ଆଜି ଆମେ ଏକ ନୂଆ ଓ ଦେଶୀ ଶୈଳୀରେ ଚିଙ୍ଗୁଡ଼ିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ରସୁଣ ଚମଚମ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା

‘ଚିଙ୍ଗୁଡ଼ି ରସୁଣ ଚମଚମ୍’ ବନେଇବା ପାଇଁ ସାମଗ୍ରୀ:

ବଡ଼ ଚିଙ୍ଗୁଡ଼ି-୫୦୦ଗ୍ରାମ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, କଟା ଧନିଆ ପତ୍ର ରିଫାଇନ ତେଲ , ସ୍ୱାଦନୁସାରେ ଲୁଣ, ରସୁଣ, ଶୁଖିଲା ଲଙ୍କା, ଜିରାରେ ପ୍ରସ୍ତୁତ ମସଲା ପେଷ୍ଟ ଓ ଭିନେଗାର।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ସେଥିରୁ ଚୋପା ଛଡାଇ ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ସେଥିରେ ଲୁଣ ହଳଦୀ ଗୋଳାଇ ରଖି ଦିଅନ୍ତୁ।
  • ଏହାପରେ ରସୁଣ,ଜିରା,ଶୁଖିଲା ଲଙ୍କା ଓ ଭିନେଗାର ପକାଇ ଏକ ମସଲା ପ୍ରସ୍ତୁତ କରନ୍ତୁ । ଆପଣ ଭିନେଗାର ବଦଳରେ ଲେମ୍ବୁ ରସ ପକାଇ ପାରିବେ ।
  • ଏହାପରେ ଚିଙ୍ଗୁଡ଼ିରେ ଭିନେଗାର, ଜିରା, ରସୁଣ, ଶୁଖିଲା ଲଙ୍କାରେ ପ୍ରସ୍ତୁତ ହୋଇଥିବା ମସଲାକୁ ପକାନ୍ତୁ।
  • ଏହାପରେ ସେହି ମିଶ୍ରଣରେ ଲୁଣ, ଅଳ୍ପ ହଳଦୀ, ଗରମ ମସଲା, ଅଳ୍ପ ଜିରା ପାଉଡର ପକାଇ ଗୋଳେଇ ଦିଅନ୍ତୁ।
  • ତାପରେ ଚିଙ୍ଗୁଡିର ଏହି ମିଶ୍ରଣକୁ ଏକ ପାତ୍ରରେ କିଛି ସମୟ ରଖି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାନ୍ତୁ ।
  • ଚିଙ୍ଗୁଡି ଓ ମସଲାକୁ ଭଲଭାବେ କଷନ୍ତୁ । ଚିଙ୍ଗୁଡ଼ି ଓ ମସଲାର ୨ ପଟ ଲାଲ ହେବା ପର୍ଯ୍ୟନ୍ତ କଷନ୍ତୁ ।
  • ଚିଙ୍ଗୁଡ଼ି  ମସଲା ସହ ଭଲ ଭାବେ ଭାଜି ହୋଇଯିବା ପରେ ସେଥିରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।
  • ଏବେ ସେଥିରେ ଅଳ୍ପ କଟା ଧନିଆ ପତ୍ର ପାକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିଙ୍ଗୁଡ଼ି ରସୁଣ ଚମଚମ୍’ । ଏହି ରେସିପିଟିକୁ ରୁଟି କିମ୍ବା ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।