• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ ରାଇସ ବଲ୍

  •  ବଳକା ଭାତରୁ ବନାନ୍ତୁ ଟେଷ୍ଟି ରାଇସ ବଲ୍

ସାଧାରଣତଃ ଘରେ ଛୋଟ ପିଲାମାନେ ଭାତ,ରୁଟି ଖାଇବାକୁ ନାକ ଟେକିଥାନ୍ତି । ସ୍ନାକ୍ସ ପରି ଚଟପଟା କିଛି ଖାଇବା ପାଇଁ ବେଶୀ ପସନ୍ଦ କରିଥାନ୍ତି । ଆଉ ଏଥିପାଇଁ ନିତି ପ୍ରତିଦିନ ପିଲାମାନଙ୍କ ପାଇଁ କଣ ପ୍ରସ୍ତୁତ କରିବେ, ସବୁବେଳେ ଗୃହିଣୀଙ୍କର ଚିନ୍ତା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଘରର ବଳକା ଭାତରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରାଇସ୍ ବଲ୍ ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ରାଇସ୍ ବଲ୍ ବନେଇବା ପାଇଁ ସାମଗ୍ରୀ: ଗୋଟିଏ କପ୍ ବଳକା ଭାତ, କ୍ୟାପସିକମ, ଗାଜର, କଞ୍ଚା ଲଙ୍କା, କଟା ପିଆଜ, ବଟା ଅଦାରସୁଣ ପେଷ୍ଟ, ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌, ଚିନି, ହଳଦୀ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ରିଫାଇନ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ ଗୋଟିଏ କପ ବଳକା ଭାତ ନିଅନ୍ତୁ, ଏହାପରେ ବିନା ପାଣିରେ ଗ୍ରାଇଣ୍ଡ କରି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

-ଏହାପରେ ମିଶ୍ରଣକୁ ଏକ ପାତ୍ରକୁ କାଢି ସେଥିରେ ଗାଜରକୁ ଛୋଟ ଛୋଟ କାଟି ପକାନ୍ତୁ

- ଏହାପରେ ଏହି ମିଶ୍ରଣରେ ୨ ଚାମଚ କର୍ଣ୍ଣଫ୍ଲୋର, ୨ ଚାମଚ ମଇଦା,କଟା ପିଆଜ, କ୍ୟାପସିକମ, ଅଦା ରସୁଣ ପେଷ୍ଟ, କିଛି ହଳଦୀ ଗୁଣ୍ଡ, କିଛି ଲଙ୍କା ଗୁଣ୍ଡ, ଅଧା ଚାମଚ ଗରମ ମସଲା ପକାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ।

- ତାପରେ ଗୋଳା ହୋଇଥିବା ମିଶ୍ରଣରୁ ଛୋଟ ଛୋଟ ଗୋଲ୍ ଗୋଲ୍ ଗୁଳା ପ୍ରସ୍ତୁତ କରନ୍ତୁ । ଏହାପରେ ଚୁଲିରେ କଡେଇ ବସାଇ ତେଲ ଗରମ କରନ୍ତୁ ।

- ତେଲ ଗରମ ହୋଇଗଲେ ଗୋଲ୍ ଗୋଲ୍ ଗୁଳା ଗୁଡିକ ତେଲରେ ପକାଇ ମିଡିୟମ ଆଞ୍ଚରେ ଛାଣନ୍ତୁ । ଗୁଳାର ୨ ପଟ ଗୋଲ୍ଡେନ୍ ବ୍ରାଇନ୍ ହୋଇଗଲାପରେ ଏହାକୁ ପ୍ଲଟକୁ କାଢି ଦିଅନ୍ତୁ ।

ଏବେ ତିଆରି ହୋଇଗଲା ଗରମାଗରମ୍ ‘ରାଇସ୍ ବଲ୍’। ଏହି ରାଇସ୍ ବଲ୍’କୁ ଆପଣ ପୋଦିନା ଚଟଣୀ କିମ୍ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।