• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •   ଦେଶୀ ଶୈଳୀରେ ବନାନ୍ତୁ ସୁଆଦିଆ 'ବାମ୍ଫ ସିମ୍ବ ପିଠଉ'

ଆମ ଓଡ଼ିଆ ଘରେ ଦେଶୀ ଖାଦ୍ୟର ସ୍ୱାଦ ନିଆରା । ଆଜି ଆମେ ଓଡ଼ିଆ ଘରର ଏକ ଦେଶୀ ରେସିପି ବିଷୟରେ ଆପଣଙ୍କୁ କହିବୁ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଏହି ରେସିପିର ନାଁ ହେଉଛି 'ବାମ୍ଫ ସିମ୍ବ ପିଠଉ'। ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

ବାମ୍ଫ ସିମ୍ବ ପିଠଉ' ବନେଇବା ପାଇଁ ସାମଗ୍ରୀ:

ଚାଉଳ ବଟା,ସୋରିଷ ବଟା,କଟା କଞ୍ଚାଲଙ୍କା,କଟା ପିଆଜ,ଧନିଆପତ୍ର ହଳଦୀଗୁଣ୍ଡ, ସ୍ୱାଦନୁସାରେ ଲୁଣ,ରିଫାଇନ୍ ତେଲ,ଲେମ୍ବୁ ରସ ଓ ବାମ୍ଫ ଦେବା ପାଇଁ କଦଳୀ ପତ୍ର ଓ ଇଟଲି ଛାଞ୍ଚ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଅରୁଆ ଚାଉଳକୁ ବାଟି ରଖନ୍ତୁ । 
  • ଏହାପରେ ସିମ୍ବ ଗୁଡିକ ଭଲ ଭାବେ ଧୋଇ ଏକ ଥାଳିରେ ରଖନ୍ତୁ 
  • ସିମ୍ବରେ ଚାଉଳ ବଟା,ସୋରିଷ ବଟା,କଟା କଞ୍ଚାଲଙ୍କା,କଟା ପିଆଜ,ଧନିଆପତ୍ର ପକାନ୍ତୁ ।
  • ଏହାପରେ ହଳଦୀଗୁଣ୍ଡ,ଲୁଣ,ରିଫାଇନ୍ ତେଲ ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । 
  • ଏହାପରେ  କିଛି କଦଳୀ ପତ୍ର ନିଅନ୍ତୁ ।
  • କଦଳୀପତ୍ରରେ ସୋରିଷ ତେଲ ମାରନ୍ତୁ 
  • ତେଲ ମାରି ସେଥିରେ ପିଠଉ ମସଲାଗୋଳା ସିମ୍ବକୁ ରଖନ୍ତୁ ।
  • ସିମ୍ବକୁ ରଖି କଦଳୀ ପତ୍ରକୁ ୨ ପଟରୁ ମୋଡ଼ି ଦିଅନ୍ତୁ । 
  • ଏହାପରେ ଏହି  ସିମ୍ବ ପୁର ଦିଆ କଦଳୀ ପତ୍ରକୁ ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଚୁଲି ଲଗାଇ ଇଟଲି ଛାଞ୍ଚକୁ ରଖନ୍ତୁ
  • ଏହାପରେ ଇଟଲି ଛାଞ୍ଚରେ ଅଳ୍ପ ପାଣି ଦିଅନ୍ତୁ । 
  • ଏହାପରେ ସିମ୍ବ ପୁର ଦିଆ କଦଳୀ ପତ୍ରକୁ ରଖନ୍ତୁ ।
  • ଏହାପରେ ଏହାକୁ  ରଖି ବାମ୍ପ ଦିଅନ୍ତୁ । 
  • ଏହାକୁ ସିଝିବା ପାଇଁ ୨୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ବାମ୍ଫ ସିମ୍ବ କଦଳୀ ପତ୍ରକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ବାମ୍ଫ ସିମ୍ବ ପିଠଉ' । ଏହି ରେସିପିଟିକୁ ପଖାଳ ବା ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ଦେଶୀ ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।