• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାଧୀନତା ଏକ କ୍ରାନ୍ତିକାରୀ ଅନୁଭୂତି । ତ୍ୟାଗ, ତପସ୍ୟା ଓ ବଳିଦାନର ପର୍ବ । ଏକ ଉଜ୍ଜ୍ୱଳ ଭବିଷ୍ୟତର ରୂପରେଖ । ସ୍ୱାଧୀନତା ଏକ ମୁକ୍ତ ଉଡାଣର ନାଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତା ଦିବସ ପାଳନ କରାଯାଏ । ଏହି ଦିନ ଭାରତର ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରେ ପତାକା ଉତ୍ତୋଳନ କରନ୍ତି । ୧୫ ଅଗଷ୍ଟ ୧୯୪୭ ସମସ୍ତ ଭାରତୀୟଙ୍କ ପାଇଁ ଭାଗ୍ୟଶାଳୀ ଦିନ । ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା ଦେଶ । ସ୍ୱାଧୀନତା ପାଇବା ପାଇଁ ଦୀର୍ଘ ସମୟ ସଂଗ୍ରାମ ଚଳାଇଥିଲେ ଭାରତବାସୀ । ​​ ଦେଶକୁ ସ୍ୱାଧୀନ କରିବାକୁ ଅନେକ ସ୍ୱାଧୀନତା ସଂଗ୍ରାମୀ ହସି ହସି ପ୍ରାଣବଳୀ ଦେଇଥିଲେ ।

ସ୍ୱାଧୀନାତା ଦିବସ ପଛର ଇତିହାସ ଉପରେ ଆଖି ପକାଇଲେ ତାହା କେବେ ଶେଷ ହେବ ନାହିଁ । ୧୫ ଅଗଷ୍ଟ ୧୯୪୭ରେ ଭାରତ ଓ ଭାରତୀୟ ବ୍ରିଟିଶ ମାନଙ୍କଠାରୁ ସ୍ୱାଧୀନତା ପାଇଥିଲେ । ସେବେଠାରୁ ଭାରତକୁ ଏକ ସ୍ୱାଧୀନ ଦେଶ ଭାବେ ଘୋଷଣା କରାଯାଇଥିଲା । ତେବେ ପ୍ରଶ୍ନ ଉଠେ, ୧୫ ଅଗଷ୍ଟରେ କାହିଁକି ସ୍ୱାଧୀନତା ଦିବସ ପାଳନ କରାଯାଏ, କିମ୍ବା ଏହି ଦିନକୁ କାହିଁକି ଚୟନ କରାଗଲା ଏବଂ ଏହା କରିବା ପଛର ବିଶେଷ କାରଣ କ’ଣ ?

ଲର୍ଡ ମାଉଣ୍ଟବ୍ୟାଟେନ୍ ୩୦ ଜୁନ୍ ୧୯୪୮ ପର୍ଯ୍ୟନ୍ତ ଭାରତର ସତ୍ତା ଭାରତୀୟଙ୍କୁ ହସ୍ତାନ୍ତର କରିବାକୁ କହିଥିଲେ । ୧୯୪୭ ମସିହାରେ ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତର ଶେଷ ଭାଇସେରୟ ଭାବରେ ନିଯୁକ୍ତ ହୋଇଥିଲେ । ତେବେ ଏଥିରେ ପରିବର୍ତ୍ତନ ଆଣି ମାଉଣ୍ଟବ୍ୟାଟେନ୍ ଭାରତର ସ୍ୱାଧୀନତା ପାଇଁ ଅଗଷ୍ଟ ୧୫ ତାରିଖକୁ ଚୟନ କରିଥିଲେ ।

ତେବେ ଏନେଇ କିଛି ଐତିହାସିକ ଭିନ୍ନ ମତ ପୋଷଣ କରନ୍ତି । ସି ରାଜାଗୋପାଲାଚାରିଙ୍କ ପରାମର୍ଶ ଅନୁସାରେ ଏହି ତାରିଖକୁ ଚୟନ କରିଥିଲେ ଲର୍ଡ ମାଉଣ୍ଟବ୍ୟାଟେନ୍ । ସି ରାଜାଗୋପାଲାଚାରି କହିଥିଲେ, ୩୦ ଜୁନ୍ ୧୯୪୮ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ, ହସ୍ତାନ୍ତର ପାଇଁ କୌଣସି ସତ୍ତା ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ମାଉଣ୍ଟବ୍ୟାଟେନ୍ ୧୫ ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ରୂପରେ ବାଛିଥିଲେ । ଅନ୍ୟପଟେ ଆଉ କିଛି କହନ୍ତି, ଅଗଷ୍ଟ ୧୫ ଦିନକୁ ଶୁଭ ବିବେଚନା କରାଯାଉଥିଲା । ଆଉ ଏଥିପାଇଁ ସେମାନେ ଭାରତର ସ୍ୱାଧୀନତା ପାଇଁ ଏହି ଦିନକୁ ବଛାଯାଇଥିଲା । ୧୫ ଅଗଷ୍ଟରେ ସ୍ୱାଧୀନତାର ତାରିଖ ବାଛିବା ଉପରେ ସମସ୍ତଙ୍କର ନିଜର ଭିନ୍ନ ମତ ରହିଛି ।

ଅଗଷ୍ଟ ୧୫ ତାରିଖରେ ଇଂରେଜ ସରକାରଙ୍କ ଶାସନକୁ ପ୍ରତିହତ କରି ସ୍ୱାଧୀନତା ହାସଲ କରିଥିଲା । ବ୍ରିଟିଶ ସରକାରଙ୍କ କବଳରୁ ଭାରତକୁ ମୁକ୍ତ କରିବା ପାଇଁ କିଏ କାରାଗାର ଭୋଗିଛି ତ ଆଉ କିଏ ଛାତିରେ ଗୁଳି ଖାଇଛି । ଭାରତ ଇତିହାସରେ ଏହା ଏକ ସ୍ମରଣୀୟ ଦିବସ । ସ୍ୱାଧୀନତା ପରେ ଭାରତ ଏକ ଧର୍ମନିରପେକ୍ଷ ଏବଂ ବିବିଧତାର ଦେଶ ଭାବେ ମାନ୍ୟତା ପାଇଥିଲା । ଯେଉଁଠି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ରହିଥାନ୍ତି ।