• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶିବଙ୍କ ନେତ୍ରରେ ଚନ୍ଦ୍ରମା ଓ ଅନ୍ୟଟିରେ ସୂର୍ଯ୍ୟଙ୍କ ବାସ ରହିଛି

  • ତୃତୀୟ ନେତ୍ର ତମୋଗୁଣ ସମ୍ପର୍ଣ୍ଣ

ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ରହିଛି । ଏହି ନୟନ ସାହାଯ୍ୟରେ ସେ ସବୁକିଛି ଦେଖି ପାରନ୍ତି ଯାହା ଅନ୍ୟ ଦୁଇ ନୟନରେ ଦେଖି ନଥାନ୍ତି । ଏହିଭଳି କିଛି ରହସ୍ୟ ସମ୍ପର୍କରେ ବହୁତ କମ୍ ଲୋକ ଜାଣିଥାନ୍ତି ...

ପୁରାଣରେ ବର୍ଣ୍ଣିତ ରହିଛି ଯେ ଶିବଙ୍କ ତୃତୀୟ ନୟନକୁ ପ୍ରଳୟ ବୋଲି କୁହାଯାଇଥାଏ । ଶିବଙ୍କ ତୃତୀୟ ନୟନରୁ ପ୍ରକଟିତ ହେବା ଅଗ୍ନି ଦିନେ ଏହି ପୃଥିବୀର ବିନାଶର କାରଣ ହେବ ବୋଲି କୁହାଯାଏ । ଶିବଙ୍କ ୩ଟି ନେତ୍ରର ଅଲଗା ଅଲଗା ଗୁଣ ରହିଛି ।

  • ଡାହାଣ ନେତ୍ର ସତ୍ଵଗୁଣ, ବାମ ନେତ୍ର ରଜୋଗୁଣ, ତୃତୀୟ ନେତ୍ର ତମୋଗୁଣ ସମ୍ପର୍ଣ୍ଣ । ଶିବଙ୍କୁ ତ୍ରିନେତ୍ରଧାରୀ ମଧ୍ୟ କୁହାଯାଏ । ଶିବଙ୍କ ଗୋଟିଏ ନେତ୍ରରେ ଚନ୍ଦ୍ରମା ଓ ଅନ୍ୟଟିରେ ସୂର୍ଯ୍ୟଙ୍କ ବାସ ରହିଛି । ତୃତୀୟ ନେତ୍ରକୁ ବିବେକ ବୋଲି କୁହାଯାଏ । ଶିବଙ୍କ ତୃତୀୟ ନେତ୍ରର ତାଙ୍କର ବିଶେଷ ପରିଚୟ ।
  • ତାଙ୍କ ତୃତୀୟ ଚକ୍ଷୁ ଅଜ୍ଞାନଚକ୍ର ଉପରେ ସ୍ଥିତ ଥିବା ମଧ୍ୟ ବିଶ୍ୱାସ ରହିଛି । ଅଜ୍ଞାନଚକ୍ର ହିଁ ବିବେକ ବୁଦ୍ଧିର ସ୍ରୋତ । ତୃତୀୟ ନେତ୍ର ଖୋଲିଲେ ସାମାନ୍ୟ ଜୀବ ରୁପି ମାନବର ସମ୍ଭାବନା ବଟ ବୃକ୍ଷ ଆକାର ଧାରଣ କରିଥାଏ ।

ଶିବଙ୍କୁ ତୃତୀୟ ନୟନର କୀମ୍ବଦନ୍ତୀ:

ଶିବଙ୍କୁ ତୃତୀୟ ନୟନ କିଭଳି ମିଳିଛି ତାହା ମହାଭାରତ ଷଷ୍ଠ ଖଣ୍ଡ ଅନୁଶାସନ ପର୍ବରେ ଉଲ୍ଲେଖ ରହିଛି । ପୌରାଣିକ କଥା ଅନୁସାରେ, ଥରେ ନାରଦ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କହିଛନ୍ତି ଯେଉଁଥିରେ ତ୍ରିନେତ୍ରର ରହସ୍ୟ ଲୁଚି ରହିଛି ।

 Lord Shiva Lord Shiva

କିବଦନ୍ତୀ ଅନୁସାରେ ମହର୍ଶି ନାରଦ କହିଛନ୍ତି ଯେ, ଥରେ ହିମାଳୟରେ ସେ ଏକ ସଭା କରୁଥିଲେ ଯେଉଁଥିରେ ସମସ୍ତ ଦେବାଦେବୀ, ଋଷି-ମୁନି ଓ ଜ୍ଞାନୀଜନ ଉପସ୍ଥିତ ଥିଲେ । ସେତେବେଳେ ମାତା ପାର୍ବତୀ ଆସି ନିଜ ଦୁଇ ହାତରେ ଶିବଙ୍କ ଦୁଇ ଆଖିକୁ ବନ୍ଦ କରିଦେଇଥିଲେ । ମାତା ପାର୍ବତୀ ଶିବଙ୍କ ଆଖିକୁ ଘୋଡେ଼ଇବା ଖଣି ସାରା ସଂସାରରେ ଅନ୍ଧାର ଛାଇଗଲା । ସୂର୍ଯ୍ୟଦେବଙ୍କ କୌଣସି ଅସ୍ତିତ୍ୱ ନଥିବା ଭଳି ପ୍ରତୀତ ହୋଇଥିଲା ।ଏହାପରେ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଜୀବନ ପାଇଁ ସମସ୍ତେ ସଂଗ୍ରାମ କଲାଭଳି ସ୍ଥିତି ଉପୁଜିଥିଲା । ଭଗବାନ ଶିବ ଏହି ଦୃଶ୍ୟ ସହ୍ୟ କରିପାରିଲେନି । ସେ ନିଜ ମଥାରେ ଏକ ଜ୍ୟୋତିପୁଞ୍ଜ ପ୍ରକଟ କଲେ ଯାହା ଶିବଙ୍କ ତୃତୀୟ ନେତ୍ର ଭାବେ ପ୍ରକଟିତ ।