• translate
Sarbeswar

News Highlights

  • ଆଡ଼ପ ମଣ୍ଡପକୁ ଯାଉଛନ୍ତି ଶ୍ରୀଜିଉ

  • ବଳଭଦ୍ରଙ୍କର ଚାଲିଛି ପହଣ୍ଡି

  • ପଡ଼ୁଛି ଆଲଟ, ଚାଲିଛି ଚାମର

  • ଘଂଟୁଆଙ୍କ ଘଂଟ ଶବ୍ଦରେ କମ୍ପୁଛି ବଡ଼ଦାଣ୍ଡ

ପୁରୀ: ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି ଶ୍ରୀଜିଉ। ଗତକାଲି ଶରଧାବାଲିରେ ତିନିରଥ ପହଞ୍ଚିଥିଲା। ତେବେ ଆଜି ରଥ ଉପରେ ହିଁ ଅବକାଶ, ମଇଲମ, ତଡ଼ପଲାଗି ସହ ମହାପ୍ରଭୁଙ୍କ ସମସ୍ତ ନୀତି ହୋଇଥିଲା। ପରେ ତିନି ରଥରେ ଚାରମାଳ ଲାଗି ହୋଇଥିଲା। ପରେ ପରେ ମଙ୍ଗଳାର୍ପଣ ସହ ବାଟ ପହଣ୍ଡି ହେବା ପରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଆଡ଼ପମଣ୍ଡପରେ ସୁଦର୍ଶନ ବିଜେ ହେବା ପରେ ବର୍ତ୍ତମାନ ସମୟରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଚାଲିଛି। ଏହା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହେବ। ଆଉ ସବା ଶେଷରେ ଶ୍ରୀଜଗନ୍ନାତଙ୍କ ପହଣ୍ଡି ହେବ। ଗତକାଲି ଶ୍ରୀଜିଉଙ୍କର ଧାଡ଼ି ପହଣ୍ଡି ହୋଇଥିବା ବେଳେ ଆଜି ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ଯିବେ। ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

ସେପଟେ, ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁୟାୟୀ ପୁରୀ ବ୍ୟତିତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରହିଛି। କେବଳ ଏତିକି ନୁହେଁ ବରଂ କେନ୍ଦୁଝରରେ ମଧ୍ୟ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା ମନ୍ଦିର ଭିତରେ ଅନୁଷ୍ଠିତ ହୋଇଛି। ସୀମିତ ସଂଖ୍ୟାର ସେବାୟତଙ୍କ ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ହେବ ହୋଇଛି। ତେବେ କରୋନା କଟକଣା ପାଇଁ ଏଥର ବି ବିନା ଭକ୍ତରେ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା।

Other Stories

  • hacked to death
    Miscellaneous ଏକା ସାଙ୍ଗରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

    ଅସୁସ୍ଥ ସ୍ତ୍ରୀର ଚିକିତ୍ସା କେମିତି କରିବେ, ସେହି ଚିନ୍ତାରେ ପର୍ଶୁରାମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆରପଟେ ସ୍ତ୍ରୀ କବିତାଙ୍କ...

  • Lav Agarwal On Corona
    COVID-19 କରୋନା ସଂକ୍ରମଣ: ଟପ୍‌ ୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା

    ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍...

  • Baripada Jagannath Temple
    Festivals & Events ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

    ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର...

  • snake
    Miscellaneous "ଚିକିତ୍ସା କରାଅ ନଚେତ୍‌ ମାରିଦିଅ"

    ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ...