• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଲ୍ୟାଣସିଂହପୁର(ମଉଡ଼ି ବାରିକ): ଭାବ ଭକ୍ତିର ଡୋରରେ ବନ୍ଧା ଭାବ ବିନୋଦିଆ ଠାକୁର । ଜଗା ପ୍ରେମରେ ଆଉ ଜଣେ ସାଲବେଗ । ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ବହୁ ଚର୍ଚ୍ଚାକୁ ଆସିଥିବା କାସିମ୍ ଚାଚା ଏବେ ପୁଣି ଚର୍ଚ୍ଚାରେ । ମୁସଲମାନ ହୋଇଥିଲେ ବି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ଭୋଳ । ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ସେ ପରମ ଭକ୍ତ । ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ବି ହେରା ପଞ୍ଚମୀରେ ଜଗନ୍ନାଥଙ୍କ ଦର୍ଶନ କରି ସେ ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର କାସିମ୍ ଚାଚା । ସଦର ବ୍ଲକ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଛୋଟିଆ ଚିକେନ୍ ଦୋକାନ କରି ପରିବାର ପୋଷଣ କରନ୍ତି । ଗରିବ ହେଲେ ବି ମନରୁ ବେଶ୍ ଧନୀ । ତାଙ୍କ ଘରେ ମାଗଣା ହୋଟେଲ୍ ଖୋଲି ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସପ୍ତାହର ପ୍ରତି ଗୁରୁବାର ଶେଷ ଗୁରୁବାର ଖାଇବାକୁ ଦିଅନ୍ତି । ଆଉ ଏଥିପାଇଁ ଦେଇ ଦେଶ ଓ ବିଦେଶରେ ପ୍ରଶଂସାର ମଧ୍ୟ ପାତ୍ର ପାଲଟିଛନ୍ତି । ଏମିତିକି ଲୋକଡାଉନ୍ ଯୋଗୁଁ ସାରା ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ସେ ମାଗଣାରେ ଲୋକଙ୍କୁ ଖାଇବା ଯୋଗାଉଥିଲେ ।

ଅସୟାହଙ୍କ ଦେବଦୂତ ପାଲଟିଥିବା କାଶିମ୍ ଚାଚା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କାସିମ୍ ଚାଚା ମୁସଲମାନ ହୋଇଥିଲେ ବି କାଳିଆର ବଡ଼ ଭକ୍ତ । ହେରା ପଞ୍ଚମୀରେ ତାଙ୍କ ନାତି ସହିତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରର କୋଭିଡ କଟକଣା ଯୋଗୁଁ ଅସ୍ଥାୟୀ ଭବେ ନିର୍ମାଣ ଗୁଣ୍ଡିଚା ମନ୍ଦିରରକୁ ଆସି ଧୂପଦ୍ୱୀପ ଜାଳି ନଡ଼ିଆ ଭୋଗ ଲଗାଇ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଅନ୍ନ ଭୋଗ କିଣି ଘରକୁ ନେଇଛନ୍ତି । 

ଭଗବାନ୍ ବେଶ୍ ଦୟାଳୁ । ଭଗବାନ୍ ଏକ, ମୋ ମନରେ ସେପରି କିଛି ଭାବନା ନାହିଁ ବୋଲି କହିଛନ୍ତି କାସିମ୍ ଚାଚା । ସେ ଜଣେ ଦୟାଳୁ ମଣିଷ ହେବା ସହ ତାଙ୍କର ଭିନ୍ନ ଚିନ୍ତାଧାରା ତାଙ୍କୁ ଭିଡ଼ ଭିତରେ ଭିନ୍ନ ପରିଚୟ ପ୍ରଦାନ କରୁଛି ।