• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଭଦ୍ରକରେ ପ୍ରସିଦ୍ଧ ଏତିହାସିକ କାଳିପୂଜା ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟIୟରେ । କୋଭିଡ କଟକଣା ଭିତରେ ପୂଜାର୍ଚ୍ଚନା ହେବାକୁ ଥିବା ବେଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ସପ୍ତମାତୃକା ବେଶରେ ମାଆଙ୍କୁ ପୂଜାର୍ଚ୍ଚନା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି । ଅନ୍ୟପକ୍ଷରେ ସହରରେ ୧୧ ଟି ପୂଜାମଣ୍ଡପରେ ମାଆ ଶ୍ୟାମା କାଳୀଙ୍କ ମୁର୍ଣମୟୀ ମୂର୍ତ୍ତିଙ୍କର ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଏହାସହ କୋଭିଡ କଟକଣାକୁ ମାନି ପ୍ରସିଦ୍ଧ କାଳୀପୂଜା ନିରାଡ଼ମ୍ବ ଭାବେ ପାଳନ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଛି ।

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ ବେଦମIତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ୱତୀ, ମହାଲଷ୍ମୀ ବେଶରେ ପୂଜାର୍ଚନା ରୀତିନୀତି ଅନୁସାରେ କରାଯିବ ବୋଲି ମାଆଙ୍କ ପୂଜକ କହିଛନ୍ତି ।

ଅନ୍ୟପକ୍ଷରେ ସରକାରଙ୍କ କୋଭିଡ କଟକଣା ଅନୁଯାଇ ବିନା ଭକ୍ତରେ ମାଆ ଭଦ୍ରକାଳୀଙ୍କର ପୂଜାର୍ଚ୍ଚନା ୭ ଦିନ ବ୍ୟାପି ହେବାକୁ ଥିବାବେଳେ ମାତ୍ର ୭ଜଣ ସେବାୟତଙ୍କୁ ନେଇ ପୂଜାର୍ଚ୍ଚନା କରାଯିବାକୁ ସ୍ଥିର କରାଯାଇଛି । ଏ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମା ଙ୍କ ବରିଷ୍ଠ ସେବାୟତ କହିଛନ୍ତି ।

ଅନ୍ୟପକ୍ଷରେ ଭଦ୍ରକ ସହରରେ ୧୧ଟି ପୂଜାମଣ୍ଡପରେ ମାଆ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପାଇଁ ପୂଜାମଣ୍ଡପ ଗୁଡିକ ପକ୍ଷରୁ କୋଭିଡ କଟକଣାକୁ ଅନୁସାରେ ଆୟୋଜନ କରାଯାଇଛି । ବିଶେଷକରି ଚରମ୍ପାରେ ପୂର୍ବତଟ ରେଳବାଇ କର୍ମଚାରୀଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା କାଳୀପୂଜା ନବେ ବର୍ଷରୁ ଉଅଧିକ ପହଂଚି ଥିବା ବେଳେ, ଏଥର କରୋନା ପାଇଁ ପ୍ରସିଦ୍ଧ କାଳୀପୂଜା ସମ୍ପୂର୍ଣ ଫିକା ପଡିଛି ।

ତେବେ ଚରମ୍ପାରେ ଟ୍ରାଫିକକାଳୀ, ପିଡବ୍ଲ୍ୟୁ ଆଇ କାଳୀ, ପଥରକାଳୀ ରେଲୱେ କର୍ମଚାରୀଙ୍କ ପକ୍ଷରୁ ପାଳନ କରାଯାଉ ଥିବାବେଳେ, ରାଜଘାଟ କାଳୀ, ସ୍କୁଲରୋଡ କାଳୀ,ବିଷାଣିଖରିଦ୍ଦା କାଳୀ, ଏରେଇଁ କାଳୀ ପୂଜାକମିଟିପକ୍ଷରୁ ମାଆ କାଳୀଙ୍କ ପୂଜାର୍ଚ୍ଚନା ସମ୍ପୂର୍ଣ ନିରାଡ଼ମ୍ବର ଓ କଟକଣାକୁ ମାନି ମାଆ କାଳୀଙ୍କର ପୂଜାର୍ଚ୍ଚନା ହେବ ବୋଲି କହିଛନ୍ତି ପୂଜା କମିଟିର କର୍ମକର୍ତ୍ତା ।