• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଲା ବିଜେପି

  • ବନ୍ଦ ଡାକରାରୁ ସମସ୍ତ ଜରୁରୀ ସେବା ବାଦ୍ ପଡ଼ିବ

  • ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗକୁ ନେଇ ବନ୍ଦ ଡାକରା

କଟକ : ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ବନ୍ଦ ଡାକରା ଦେଇଛି ବିଜେପି । ୧୩ ତାରିଖ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଟକ ବନ୍ଦ ରହିବ । ବନ୍ଦ ଡାକରା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସମୀର ଦେ । କଟକର ମୁରବୀଙ୍କ ସମ୍ମାନ ଦୃଷ୍ଟିରୁ ବନ୍ଦ ଡାକରା ଦିଆଯାଇଛି ବୋଲି ସେ କହିଛନ୍ତି ।

ଭାଇଚାରାର ସହରର କଟକର ଐତିହ୍ୟ, ସଂସ୍କୃତି, ପରମ୍ପରା ଭିନ୍ନ । ବର୍ଷ ସାରା ସରକାର ଶାସନ କରୁଥିବା ବେଳେ, ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବୀମାନେ ଦାୟିତ୍ୱ ନିଅନ୍ତି । ହେଲେ ଦୁଭାର୍ଗର କଥା ସେମାନଙ୍କୁ ଭୁବନେଶ୍ୱର ଡକାଇ ଅପମାନ କରାଗଲା, ସରକାର ଅଭିଯୋଗ ଶୁଣିଲେ ନାହିଁ । ଯଦି ଶୁଣିବାର ନଥିଲା ତେବେ କାହିଁକି ତାଙ୍କୁ ଡାକିଥିଲେ । କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ସରକାର ଏହାକୁ ୪ ଫୁଟ୍‌ରେ ରଖିବା ନିଷ୍ପତ୍ତିକୁ ଦୋହରାଇଛନ୍ତି ।

ମୁରବୀଙ୍କ ଅପାମାନ ହୋଇଥିବାରୁ ଭାରତୀୟ ଜନତା ପାର୍ଟି କାଲି ପାଇଁ ବନ୍ଦ ଡାକରା ଦେଇଛି । ତେବେ ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ସାଧାରଣ ଲୋକ, ଶାନ୍ତି କମିଟି, ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କୁ ଅପିଲ କରିଛନ୍ତି ସମୀର ଦେ । ଅନ୍ୟପଟେ ବନ୍ଦ ଡାକରାରୁ ସମସ୍ତ ଜରୁରୀ ସେବା ବାଦ୍ ପଡ଼ିବ । ହେଲେ ଆସନ୍ତାକାଲି ହାଇକୋର୍ଟ ଠାରୁ ଆରମ୍ଭ କରି ମାଲଗୋଦାମ ଓ ଅନ୍ୟ ସମସ୍ତ ଅନୁଷ୍ଠାନ ଆସନ୍ତାକାଲି ବନ୍ଦ ରହିବ । ସେମାନଙ୍କ ସହ ଆଲୋଚନା କରିବା ପରେ ଏପରି ନିଷ୍ପତ୍ତି ହୋଇଛି । ସାହିବସ୍ତିର ମୁରବୀ ମାନଙ୍କ ସମ୍ମାନ ଦୃଷ୍ଟିରୁ ଜନସାଧାରଣ ଡାକରେ ସାମିଲ ହୋଇ ସମର୍ଥନ ଜଣାଇବେ ବୋଲି ଆଶା କରାଯାଉଥିବା କହିଛନ୍ତି ସମୀର ଦେ ।