• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭରସା ଓ ସୁରକ୍ଷାର ସାକ୍ଷୀ ରାକ୍ଷୀ । ସ୍ନେହ, ମମତାର ସମ୍ପର୍କକୁ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବା ଏକ ପରମ୍ପରା ହେବା ସହ ଏକ ନିବିଡ଼ ବନ୍ଧନ ମଧ୍ୟ । ରକ୍ଷାବନ୍ଧନର ପର୍ବ ଭାଇଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜଭୁତ କରେ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ଆଉ ଭଉଣୀର ଆଜୀବନ ସୁରକ୍ଷାର ଦାୟିତ୍ୱ ଭାଇ ନିଜ ଉପରକୁ ନେଇଥାଏ । ତେବେ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି ।

କିମ୍ବଦନ୍ତୀ ଅନୁସାରେ ଦାନବୀର ରାଜା ବଳି ଅଶ୍ୱିମେଧ ଯଜ୍ଞ କରୁଥିବା ସମୟରେ ଭଗବାନ ବିଷ୍ଣୁ ବାମନ ଅବତାର ଗ୍ରହଣ କରିଥିଲେ । ଆଉ ଛଳ କରି ରାଜା ବଳି ଠାରୁ ତିନୋଟି ବଚନରେ ସବୁ କିଛି ମାଗି ନେଇଥିଲେ । ଦାନବୀର ତଥା ପରୋପକାରୀ ହୋଇଥିବାରୁ କିଛି ଚିନ୍ତା ନକରି ରାଜା ବଳି ସବୁକିଛି ଦାନ କରିଦେଇଥିଲେ । ଫଳସ୍ୱରୂପ ଭଗବାନ୍, ବାଳି ରାଜାଙ୍କୁ ରହିବା ପାଇଁ ପାତାଳ ରାଜ୍ୟ ଦେଇଥିଲେ । ପାତାଳରେ ରହିବା ପାଇଁ ରାଜା ବଳି ହଁ ଭରିଥିଲେ, କିନ୍ତୁ ଭଗବାନଙ୍କ ନିକଟରେ ଗୋଟିଏ ସର୍ତ୍ତ ମଧ୍ୟ ରଖିଥିଲେ । ହେଲେ ବଳି ଜାଣନ୍ତି, ଭଗବାନ୍ ବିଷ୍ଣୁ କିପିରି ଛଳିଆ । ତେଣୁ ଚତୁରତାର ସହ ବଳି ରାଜା କହିଲେ, ପ୍ରଭୁ ବଚନ ଦେଲେ ହିଁ ମୁଁ ବର ମାଗିବି । ତୁମେ କପଟୀ, ତୁମେ ଛଳିଆ, ତୁମ କଥା ବା କିଏ ନଜାଣେ । ବଚନ ନେଦେଲେ ମୁଁ କୌଣସି ବର ମାଗିବି ନାହିଁ । ଆଉ ଭଗବାନ ବିଷ୍ଣୁ ତ୍ରିବାର ସତ୍ୟ କଲା ପରେ ବର ମାଗିଥିଲେ ବଳି । ମୁଁ ଯେତେବେଳେ ଉଠିବି, ସେତେବେଳ ତୁମକୁ ପାଇବି ସେମିତି ବର ଦିଅ । ଭଗବାନ୍ ବୁଝିଗଲେ ରାଜା ବାଳି ତାଙ୍କୁ ପ୍ରହରୀ କରି ରଖିବାକୁ ଚାହୁଁଛନ୍ତି । ହେଲେ ବଚନ ତ ଦେଇ ସାରିଛନ୍ତି ଓହରି ବେ ବା କିପରି ?

ବଚନ ଅନୁସାରେ ରାଜା ବଳି ବାଳି ଉଠିବା ମାତ୍ରେ ସେଠାରେ ପ୍ରକଟ ହୋଇଯାଉଥିଲେ ଭଗବାନ୍ ବିଷ୍ଣୁ । ଆଉ ଏଥିପାଇଁ ଭଗବାନ ବିଷ୍ଣୁଙ୍କର ଅଧିକାଂଶ ସମୟ ପାତାଳ ଲୋକରେ ବିତୁଥିଲା । ଅନ୍ୟପକ୍ଷରେ ବୈକୁଣ୍ଡରେ ବିଷ୍ଣୁଙ୍କ ବିନା ଦେବୀ ଲକ୍ଷ୍ମୀଙ୍କର ମନ ଲାଗୁନଥିଲା । ତେବେ ଏହି ସମୟରେ ନାରଦଙ୍କୁ ଦେଖି ଦେବୀ ନିଜର ମନର ଦୁଃଖ ଜଣାଇଥିଲେ । ଦେବୀ ଲକ୍ଷ୍ମୀ ନାରଦଙ୍କୁ କହିଥିଲେ, ତୁମେ ତିନି ଲୋକରେ ବୁଲୁଛ, ମୋ ପ୍ରଭୁ କେଉଁଠି ଅଛନ୍ତି ଟିକିଏ କୁହ । ଆଉ ନାରଦ କହିଥିଲେ ରାଜା ବଳିଙ୍କ ଘରେ ଭଗବାନ କିପରି ପ୍ରହରୀ ହୋଇ ରହିଛନ୍ତି । ତେବେ ବିଷ୍ଣୁଙ୍କୁ ଫେରାଇ ଆଣିବାକୁ ଉପାୟ ବତାଇଥିଲେ ନାରଦ ।

ନାରଦଙ୍କ ପରାମର୍ଶ ଅନୁସାରେ ମା’ ଲକ୍ଷ୍ମୀ ଜଣା ସାଧାରଣ ମହିଳାର ରୂପ ନେଇ କାନ୍ଦି କାନ୍ଦି ବଳି ରାଜାଙ୍କ ମହଲରେ ପହଞ୍ଚିଥିଲେ । ମହିଳା ଜଣକ କାନ୍ଦୁଥିବା ଦେଖି ରାଜା ବାଳି ପଚାରିଲେ, ତୁମେ କାହିଁକି କାନ୍ଦୁଛ ? ରାଣୀ ଲକ୍ଷ୍ମୀ କହିଲେ ମୋର କେହି ଭାଇ ନାହାନ୍ତି । ରାଜା ବଳି ତାଙ୍କ କାନ୍ଦ ବନ୍ଦ କରି କହିଲେ, ଆଜି ଠାରୁ ତୁମେ ମୋର ଧର୍ମର ଭଉଣୀ । ଏହାର ସୁଯୋଗ ନେଇ ଲକ୍ଷ୍ମୀ ଠାକୁରାଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଉପହାର ମାଗିଥିଲେ । କ’ଣ ଦରକାର କହିବାକୁ ମା’ ଲକ୍ଷ୍ମୀ ପ୍ରହରୀ ଥିବା ଭଗବାନ୍ ବିଷ୍ଣୁଙ୍କୁ ମାଗିଥିଲେ । ଆଉ ସେବେଠାରୁ ପାଳନ ହେଉଛି ରାକ୍ଷୀପୂର୍ଣ୍ଣିମା ।

ସେହିପରି ମହାଭାରତରେ ମଧ୍ୟ ରାକ୍ଷୀପୂର୍ଣ୍ଣିମାକୁ ନେଇ ଏକ କାହାଣୀ ରହିଛି । କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ ରାକ୍ଷୀପୂର୍ଣ୍ଣିମାର ଏ କାହାଣୀ । ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ଶ୍ରୀକୃଷ୍ଣର ଅଙ୍ଗୁଳି କଟିଯାଇଥିଲା । ଏହାସହ ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ଶ୍ରୀକୃଷ୍ଣର ଅଙ୍ଗୁଳିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ରାକ୍ଷୀର ମାନ ରକ୍ଷା କରି ଶ୍ୟାମ କୋଟି ବସ୍ତ୍ର ଦେଇଥିଲ । କୁରୁ ସଭାରେ ଭଉଣୀର ମର୍ଯ୍ୟାଦା ରଖିଲେ ପ୍ରଭୁ ଶ୍ରୀକୃଷ୍ଣ । ସେହି ଦିନଠାରୁ ଏ ରକ୍ଷା ବନ୍ଧନ ଭାରତରେ ଆରମ୍ଭ ହୋଇଥିଲା ରାକ୍ଷୀ ପୂର୍ଣ୍ଣିମା ପରମ୍ପରା ।