• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନ ସାମାନ୍ୟ କୋହଳ

  • ଏଣିକି ଶନିବାର ବି ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲା

  • କେବଳ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

  • ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି ନେଇ ନିଷ୍ପତ୍ତି

ପୁରୀ : ଶନିବାର ଖୋଲା ଶ୍ରୀମନ୍ଦିର । ବିନା ବାଧାରେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କରୋନା ପାଇଁ ସୃଷ୍ଟି ହୋଇଥିବା ଭକ୍ତ ଭଗବାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଉଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନକୁ ସାମାନ୍ୟ କୋହଳ କରାଯାଇଛି । ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ସାନି ଏସଓପି ଜାରି କରାଯାଇଛି । କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ । ଏହାସହ ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି ହୋଇଥିବା ନିଷ୍ପତ୍ତି ହୋଇଛି । ଫଳରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦର୍ଶନ  କରିପାରିବେ ଶ୍ରଦ୍ଧାଳୁ ।

ସେହିପରି ପୂର୍ବ ନିଷ୍ପତ୍ତି ଅନୁସାରେ ୧୦ ତାରିଖ ଗଣେଶ ପୂଜା ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଗଣେଶ ପୂଜା ଓ ୧୭ ତାରିଖ ବିଶ୍ୱକର୍ମା ପୂଜା ଦିନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଅକ୍ଟୋବର ମାସରେ ମଧ୍ୟ ୩ ଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।

ଆଜି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଏସଓପି ସମିକ୍ଷା ବୈଠକ ଆୟୋଜିତ ହୋଇଛି । ଭର୍ଚୁଆଲ ମାଧ୍ୟମରେ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ଦର୍ଶନକୁ ନେଇ ଏସଓପି ଉପରେ ସମୀକ୍ଷା କରାଯାଇଛି । ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ, ଏସପି, ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ ।