• translate
Pramod Behera

ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଦନ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ। ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ରାଜି ହୋଇଯାଏ। ତେବେ ଏହି ପ୍ରରମ୍ପରା ଆଜିକାଲିର ନୁହେଁ, ଏହା ବହୁ ପ୍ରାଚୀନ।

ଦେଖିବାକୁ ଗଲେ ଏହି ପର୍ବ ପ୍ରାୟ ୬ ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ଏହାର ଅନେକ ଉଦାହରଣ ଇତିହାସର ପୃଷ୍ଠାରେ ମଧ୍ୟ ଲିପିବଦ୍ଧ ହୋଇରହିଛି। ତେବେ ବର୍ତ୍ତମାନର ରକ୍ଷାବନ୍ଧନ ଉତ୍ସବର ଆରମ୍ଭ ରାଣୀ କର୍ଣ୍ଣାବତୀ ଏବଂ ସମ୍ରାଟ ହୁମାୟୁନ୍‌ଙ୍କ ପର ଠାରୁ ଚାଲିଥିବା ବିଶ୍ୱାସ କରାଯାଏ।

ରକ୍ଷାବନ୍ଧନ

ରାଣୀ କର୍ଣ୍ଣାବତୀ ଏବଂ ସମ୍ରାଟ ହୁମାୟୁନ୍:

ମଧ୍ୟଯୁଗ ସମୟରେ ରାଜପୁତ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେତେବେଳେ ଚିତୋର ରାଜାଙ୍କ ବିଧବା ରାଣୀ କର୍ଣ୍ଣାବତୀ ଯେତେବେଳେ ଦେଖିଲେ ଯେ ଗୁଜୁରାଟର ସୁଲତାନ ବାହାଦୂର ଶାହଙ୍କ ଠାରୁ ନିଜକୁ ଏବଂ ନିଜ ପ୍ରଜାମାନଙ୍କୁ ରକ୍ଷା କରିବା ନେଇ ଆଉ କୌଣସି ଉପାୟ ନାହିଁ ସେ ହୁମାୟୁନଙ୍କ ନିକଟକୁ ରାଖୀ ପଠାଇଥିଲେ। ତା’ପରେ ହୁମାୟୁନ୍‌ ତାଙ୍କୁ ରକ୍ଷା କରି ଭଉଣୀର ମାନ୍ୟତା ଦେଇଥିଲେ।

ସିକନ୍ଦର ଏବଂ ପୋରସ୍

ସିକନ୍ଦରଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ହିନ୍ଦୁ ଶତ୍ରୁ ପୁରୁଙ୍କ ହାତରେ ରାଖୀ ବାନ୍ଧି ନିଜର ଭାଇ ବନେଇ ଯୁଦ୍ଧରେ ସିକନ୍ଦରଙ୍କୁ ହତ୍ୟା ନ କରିବାକୁ ଶପଥ ନେଇଥିଲେ। ଯୁଦ୍ଧ ସମୟରେ ତାଙ୍କ ହାତରେ ବନ୍ଧା ଯାଇଥିବା ରାଖୀ ଓ ତାଙ୍କ ଭଉଣୀକୁ ଦେଇଥିବା ପ୍ରତିଜ୍ଞାକୁ ସମ୍ମାନ ଦେଇ ପୁରୁ ସିକନ୍ଦରଙ୍କୁ ଜୀବନଦାନ ଦେଇଥିଲେ। ଯୁଦ୍ଧ ପୂର୍ବରୁ ସିକନ୍ଦର ଓ ପୋରସ୍ ଯୁଦ୍ଧ ପୂର୍ବରୁ ରକ୍ଷା-ସୂତ୍ର ଅଦଳ ବଦଳ କରିଥିଲେ। ଯୁଦ୍ଧ ସମୟରେ, ଯେତେବେଳେ ପୋରସ୍ ସିକନ୍ଦରଙ୍କ ଉପରେ ଘାତକ ପ୍ରହାର କରିବାକୁ ହାତ ଉଠାଇଲେ, ସେତେବେଳେ ତାଙ୍କ ହାତରେ ରକ୍ଷା-ସୂତ୍ର ଦେଖି ଅଟକି ଗଲେ। ଫଳରେ ସିକନ୍ଦର ଏହି ମୌକାରେ ତାଙ୍କୁ ବନ୍ଦୀ କରିଦେଲେ। ସିକନ୍ଦର ମଧ୍ୟ ପୋରସଙ୍କ ରକ୍ଷା-ସୂତ୍ରର ସମ୍ମାନ ରକ୍ଷା କରି ତାଙ୍କ ସହ ଜଣେ ଯୋଦ୍ଧା ଭଳି ଆଚରଣ କରି ତାଙ୍କ ରାଜ୍ୟ ଫେରାଇଦେଇଥିଲେ।

ନିଜାମ ରାଣୀ ଏବଂ ମହମ୍ମଦ

ଗିନୌରଗଡର ନିମାଜ ଶାହା ଗୋଣ୍ଡଙ୍କ ସଂପର୍କୀୟ ଆଲମ ଶାହ ତାଙ୍କୁ ଏକ ଷଡଯନ୍ତ୍ରରେ ବିଷ ଦେଇ ହତ୍ୟା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଏବଂ ରାଜକୁମାର ରାଜ୍ୟକୁ ବଞ୍ଚାଇବା ପାଇଁ ନିଜାମ ରାଣୀ କମଲପତି ଗୋଣ୍ଡ ସର୍ଦ୍ଦାର ଦୋସ୍ତ ମହମ୍ମଦ ଖାନଙ୍କ ନିକଟକୁ ରାଖୀ ପଠାଇ ସାହାଯ୍ୟ ମାଗିଥିଲେ। ଦୋସ୍ତ ମହମ୍ମଦ ଖାନ ରାଣୀଙ୍କ ରାଜକୁମାର ରାଜ୍ୟକୁ ସୁରକ୍ଷା ଦେଇଥିଲେ। ତାଙ୍କ ଭାଇ ଦୋସ୍ତ ମହମ୍ମଦଙ୍କୁ କୃତଜ୍ଞତା ଜଣାଇ ରାଣୀ ୫୦ ହଜାର ଟଙ୍କା ଏବଂ ୨ ହଜାର ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ଗାଁ ତାଙ୍କୁ ଭେଟି କରିଥିଲେ। ଦୋସ୍ତ ମହମ୍ମଦ ଖାନ ୧୭୨୨ ମସିହାରେ ରାଜଧାନୀ ଭୋପାଳର ମୂଳଦୁଆ ପକାଇଥିଲେ ଏବଂ ଏହି ଅଞ୍ଚଳର ଜଙ୍ଗଲ କାଟି ଭୋପାଳ ରାଜକୁମାରଙ୍କ ରାଜ୍ୟ ବସେଇବା ଆରମ୍ଭ କରିଥିଲେ। ୧୭୨୩ ଖ୍ରୀଷ୍ଟାବ୍ଦରେ ରାଣୀ କମଲାପତୀଙ୍କ ମୃତ୍ୟୁ ପରେ ଦୋସ୍ତ ମହମ୍ମଦ ମଧ୍ୟ ତାଙ୍କ ସୁଲତାନରେ ଗିନୌରଗଡକୁ ଅନ୍ତର୍ଭୁକ୍ତ କରିଥିଲେ।

ପୌରାଣିକ ବିଷୟବସ୍ତୁରେ ମଧ୍ୟ ରାଖୀକୁ ନେଇ ଅନେକ ଉଦାହରଣ ଅଛି।

ଭଗବାନ କୃଷ୍ଣ ଏବଂ ଦ୍ରୋପଦୀ

ରକ୍ଷାବନ୍ଧନ

କୃଷ୍ଣ ଭଗବାନ ରାଜା ଶିଶୁପାଳଙ୍କୁ ହତ୍ୟା କରିଥିଲେ। ଯୁଦ୍ଧ ସମୟରେ କୃଷ୍ଣଙ୍କ ବାମ ହାତର ଆଙ୍ଗୁଠି କ୍ଷତାକ୍ତ ହୋଇ ରକ୍ତସ୍ରାବ ହେଉଥିବା ଦେଖି ଦ୍ରୋପଦୀ ଅତ୍ୟନ୍ତ ଦୁଃଖି ହୋଇଥିଲେ ଏବଂ ସେ ତାଙ୍କ ଶାଢୀର କାନି ଚିରି କରି କୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ। ଏହା ଦ୍ୱାରା ତାଙ୍କ ରକ୍ତସ୍ରାବ ବନ୍ଦ ହୋଇଥିଲା। କୁହାଯାଏ ଯେ ସେବେଠାରୁ କୃଷ୍ଣ ଦ୍ରୋପଦୀଙ୍କୁ ତାଙ୍କ ଭଉଣୀ ଭାବରେ ଗ୍ରହଣ କରିଥିଲେ। ବହୁ ବର୍ଷ ପରେ, ଯେତେବେଳେ ପାଣ୍ଡବମାନେ ପଶା ଖେଳରେ ଦ୍ରୌପଦୀଙ୍କୁ ହରାଇଥିଲେ ଏବଂ ଏକ ଜନସମାଗମ ସଭାରେ ତାଙ୍କ ବସ୍ତ୍ରହରଣ ହୋଇଥିଲେ, ସେତେବେଳେ ଭଗବାନ କୃଷ୍ଣ ଭାଇର କର୍ତ୍ତବ୍ୟ ପାଳନ କରି ଭଉଣୀ ଦୌପଦୀଙ୍କ ଲଜ୍ଜା ରକ୍ଷା କରିଥିଲେ।

ଇନ୍ଦ୍ରାଣୀ ଏବଂ ଇନ୍ଦ୍ର

ଭବିଷ୍ୟ ପୁରାଣର ଏକ କଥାବସ୍ତୁ ଅନୁଯାୟୀ, ୧୨ ବର୍ଷ ଧରି ଦେବତା ଓ ଦାନବମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। କିନ୍ତୁ ଦେବତାମାନେ ବିଜୟୀ ହୋଇ ନ ଥିଲେ। ପରାଜୟର ଭୟରେ ଦେବଗୁରୁ ବୃହସ୍ପତିକ ପାଖକୁ ପରାମର୍ଶ ପାଇଁ ଗଲେ। ଗୁରୁ ବୃହସ୍ପତିଙ୍କ ପରାମର୍ଶରେ ଇନ୍ଦ୍ରଙ୍କ ପତ୍ନୀ ମହାରାଣୀ ଶଚୀ ଶ୍ରାବଣ ଶୁକ୍ଲ ପୂର୍ଣ୍ଣିମା ଦିନ ରୀତିନୀତି ଅନୁଯାୟୀ ବ୍ରତ କରି ରକ୍ଷାସୂତ୍ର ପ୍ରସ୍ତୁତ ଏବଂ ବ୍ରାହ୍ମଣଙ୍କ ଉପସ୍ଥିତିରେ ‍ଇନ୍ଦ୍ରାଣୀ ଏହି ସୂତ୍ରକୁ ଇନ୍ଦ୍ରଙ୍କ ଡାହାଣ ହାତରେ ବାନ୍ଧିଥିଲେ। ଏହା ଦ୍ୱାରା ଇନ୍ଦ୍ର ସମେତ ସମସ୍ତ ଦେବତା ଦାନବଙ୍କ ଉପରେ ବିଜୟ ପ୍ରାପ୍ତ ହୋଇଥିଲେ।

ଯମ ଏବଂ ଯମୁନା

ଭାଇ ଓ ଭଉଣୀର ପ୍ରତୀକ ରକ୍ଷାବନ୍ଦନ ସହିତ ଜଡିତ ଆଉ ଏକ ରୋଚକ କାହାଣୀ ହେଉଛି ମୃତ୍ୟୁର ଦେବତା ଯମ ଓ ଯମୁନା ନଦୀ। ପୌରାଣିକ କଥାବସ୍ତୁ ଅନୁଯାୟୀ, ଥରେ ଯମୁନା ଯମରାଜଙ୍କ ହାତରେ ଏକ ସୂତା ବାନ୍ଧିଥିଲେ। ସେ ଭଉଣୀ ଭାବରେ ନିଜ ଭାଇ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିବାକୁ ଚାହୁଁଥିଲେ। ଏହା ଦ୍ୱାରା ଯମରାଜ ଏତେ ପ୍ରଭାବିତ ହୋଇଥିଲେ ଯେ ଯମୁନାଙ୍କ ସୁରକ୍ଷା ପ୍ରତିଜ୍ଞା କରିବା ସହିତ ସେ ତାଙ୍କୁ ଅମର ବର ପ୍ରଦାନ କରିଥିଲେ। ଏହା ସହିତ ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ଯେଉଁ ଭାଇ ନିଜ ଭଉଣୀକୁ ସାହାଯ୍ୟ କରିବ, ସେ ତାଙ୍କୁ ଦୀର୍ଘ ଜୀବନ ପ୍ରଦାନ କରିବେ।

ଭଗବାନ ଗଣେଶ ଏବଂ ସନ୍ତୋଷୀ ମା

ପୁରାଣ ଅନୁଯାୟୀ ଭଗବାନ ଗଣେଶଙ୍କ ପୁଅ ଶୁଭ ଓ ଲାଭ ଏକ ଭଉଣୀ ଚାହୁଁଥିଲେ। ଫଳରେ ଭଗବାନ ଗଣେଶ ଯଜ୍ଞ ବେଦୀରୁ ସନ୍ତୋଷୀ ମା’ଙ୍କୁ ଆହ୍ୱାନ କଲେ। ଶୁଭ, ଲାଭ ଓ ସନ୍ତୋଷୀ ମା’ଙ୍କ ଦିବ୍ୟ ସମ୍ପର୍କର ସ୍ମୃତିରେ ମଧ୍ୟ ରକ୍ଷାବନ୍ଧନ ପାଳନ କରାଯାଏ।

Other Stories