• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଣେଶ ଚତୁର୍ଥୀ ଦିନ ଲୋକମାନେ ନିଜ ଘରେ ଗଣପତିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରନ୍ତି । ୧୦ ଦିନ ପାଇଁ ଘରେ ବିରାଜମାନ କରନ୍ତି ପ୍ରଭୁ ଶ୍ରୀଗଣେଷ । ଏହାସହ ଅନନ୍ତ ଚତୁର୍ଦଶୀ ପାଇଁ ଗଣପତିଙ୍କୁ ବିଦାୟ ଦିଆଯାଏ । ବିଶେଷ ଭାବରେ ମହାରାଷ୍ଟ୍ରରେ ଅତି ଧୁମଧାମରେ ପାଳନ ହୁଏ ଗଣେଷ ପୂଜା । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଗଣପତି ବାପ୍ପାଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରକୁ ଧାଇଁ ଆସନ୍ତି । କିନ୍ତୁ ଏବେ ଗୁଜୁରାଟ, କର୍ଣ୍ଣାଟକ, ତେଲେଙ୍ଗାନା, ୟୁପି ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଗଣେଶ ଉତ୍ସବ ଖୁବ ଧୁମଧାମରେ ପାଳନ କରାଯାଉଛି ।

ଗଣପତି ପ୍ରତିଷ୍ଠା ପାଇଁ ନିୟମ

ଚତୁର୍ଥୀ ଦିନ ସକାଳୁ ସକାଳୁ ଗାଧୋଇ ସାରି ପରିଷ୍କାର ପରିଚ୍ଛନ୍ନ ପୋଷାକ ପରିଧାନ କରି ଗଣପତି ବାପ୍ପାଙ୍କୁ ଘରକୁ ନେଇଯାଆନ୍ତି ଭକ୍ତ । ଗଣପତିଙ୍କ ପ୍ରତିମା କିଣିବା ବେଳେ ମନେ ରଖିବା ଉଚିତ ମୂର୍ତ୍ତିଟି ମାଟିରେ ତିଆରି ହେବା ଆବଶ୍ୟକ । ପ୍ଲାଷ୍ଟର ଅଫ୍ ପ୍ୟାରିସ୍ କିମ୍ବା ଅନ୍ୟ କୌଣସି ରାସାୟନିକ ପଦାର୍ଥରେ ତିଆରି ହୋଇଥିବା ମୂର୍ତ୍ତି ପୂଜା କରିବା ଉଚିତ ନୁହେଁ । ଏହା ବ୍ୟତୀତ ଗଣେଶଙ୍କ ବସିବା ମୂର୍ତ୍ତିକୁ ଶୁଭ ବୋଲି ବିବେଚନା କରାଯାଏ । ଗଣେଶଙ୍କ ଶୂଣ୍ଢ ବାମକୁ ବଙ୍କା ହେବା ସହ ପାଖରେ ମୂଷିକ ବାହାନ ରହିବା ଜରୁରୀ । ଘରକୁ ମୂର୍ତ୍ତି ନେବା ପରେ ଏକ ସଫା କପଡ଼ାରେ ଘୋଡ଼େଇ ରଖିବା ଆବଶ୍ୟକ । ମୂର୍ତ୍ତି ସ୍ଥାପନ ସମୟରେ ମୂର୍ତ୍ତିରୁ କପଡା ବାହାର କରିବା ଜରୁରୀ । ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ଚଉକି ପକାଇ ମୂର୍ତ୍ତି ପ୍ରତିଷ୍ଠା କରନ୍ତୁ । ମୂର୍ତ୍ତି ପ୍ରତିଷ୍ଠା ସମୟରେ ଚଉକି ଉପରେ ନାଲି କିମ୍ବା ସବୁଜ କପଡା ବିଛାଇବା ଜରୁରୀ ।

ଗଣେଶ ଚତୁର୍ଥୀର ଏଥର ଶୁଭ ମୁହୂର୍ତ୍ତ

ପୂଜାପାଠର ଶୁଭ ସମୟ ରାତି ୧୨.୧୭ରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ପୂଜା ସମୟରେ ଓମ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ । ପ୍ରସାଦ ଭାବରେ ମୋଦକ ଏବଂ ଲଡୁ ବଣ୍ଟନ କରନ୍ତୁ ।

ଗଣେଶ ବିସର୍ଜନ

ଗଣେଶ ବିସର୍ଜନ ପଞ୍ଚାଙ୍ଗ ଅନୁସାରେ ଅନନ୍ତ ଚତୁର୍ଦ୍ଦଶୀ ୧୯ ସେପ୍ଟେମ୍ବର ୨୦୨୧ରେ ପଡ଼ୁଛି । ଏହି ଦିନ ଗଣପତି ବାପ୍ପାଙ୍କୁ ବିଦାୟ ଦିଆଯାଏ ।

ପୂଜା ସାମଗ୍ରୀ

ପାନ, ସୁପାରୀ, ବାଦାମ, ଲଡୁ, ସିନ୍ଦୁର