• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ : ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ପଛରେଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଠାକୁର । ଆଜି ପ୍ରତ୍ୟୁଷରେ ମଙ୍ଗଳ ଆତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ଗୋପାଳବଲ୍ଲଭ ଓ ଖେଚୁଡି ଭୋଗ ହୋଇଥିଲା । ସେନାପଟା ଲାଗି ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା ।

ବାହୁଡା ପହଣ୍ଡି ପାଇଁ ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ଧାର୍ଯ୍ୟ ହୋଇଥିଲା ବେଳେ ଏହାର ଯଥେଷ୍ଟ ପୂର୍ବରୁ ପହଣ୍ଡି ଆ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତିନି ଠାକୁରଙ୍କ ପହଣ୍ଡି ଅତ୍ୟନ୍ତ ମନୋରମ ଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥର ଛେରାପହଁରା କରିବା ପରେ ବଡଦାଣ୍ଡରେ ଗଡିଥିଲା ତିନି ରଥ ।

ସେପଟେ ପୁରୀ ଗଜପତି ଭାବେ ମହାରାଜା ଦିବ୍ୟସିଂହ ଦେବଙ୍କ ବିରଳ ଉପଲବ୍ଧି । ମହାପ୍ରଭୁଙ୍କ ନିକଟରେ ରାଜନୀତି ଓ ଛେରାପହଁରା କରିବାରେ ସେ ୫୦ବର୍ଷର ଦିବ୍ୟ ଉପଲବ୍ଧି ହାସଲ କରିଛନ୍ତି । ୧୯୭୧ ମସିହାରୁ ଗଜପତି ମହାରାଜା ଦିବବ୍ୟସିଂହ ଦେବ ନିରନ୍ତର ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି । ୧୯୭୦ ମସିହାରେ ମାତ୍ର ୧୭ ବର୍ଷ ବୟସରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ବାପା ଗଜପତି ମହାରାଜା ବୀରକିଶୋର ଦେବଙ୍କ ପରଲୋକ ପରେ ପୁରୀ ଗଜପତି ଭାବେ ଦିବ୍ୟସିଂହ ଦେବଙ୍କୁ ଅଭିଷିକ୍ତ କରାଯାଇଥିଲା । ତାପରଠାରୁ ସେ ମହାପ୍ରଭୁଙ୍କ ନିୟମିତ ସେବା କରି ଆସୁଛନ୍ତି । ତିନିଠାକୁରଙ୍କ ସେବା ପାଇଁ ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଛନ୍ତି । ୧୯୭୬ ମସିହାରେ ଆମେରିକାକୁ ଉଚ୍ଚଶିକ୍ଷା ପାଇଁ ଯାଇଥିବା ବେଳେ ଗୋଟିଏ ବର୍ଷ ପାଇଁ ଛେରାପ ହଁରାରୁ ବିରତ ହୋଇଥିଲେ । ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ପରିଚିତ ଗଜପତି ମହାରାଜା ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତିରେ କରିଥାନ୍ତି ।