• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପାର୍ବଣ ସମୟକୁ ଦୃଷ୍ଟିରେ ରଖି ସତର୍କ କରାଇଲେ କଟକ ଡିସିପି

  • ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ ଅପିଲ୍ କଲେ

  • ଜୋରଜବରଦସ୍ତ ଚାନ୍ଦା ମାଗୁଥିଲେ ସୂଚନା ଦେବାକୁ କହିଲେ ଡିସିପି

କଟକ : ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଥର ପୂଜାରେ ଚାନ୍ଦା ଜୁଲମକାରୀଙ୍କୁ ଛଡ଼ାଯିବ ନାହିଁ । ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି କଟକ ଡିସିପି । ପୂଜା ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସେ । ବ୍ୟବସାୟୀ, ଗାଡ଼ି ମାଲିକ ତଥା ସାଧାରଣ ଲୋକଙ୍କ ଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଏ । ଚାନ୍ଦା ପାଇଁ ଲୋକେ ଅନେକ ହଇରାଣ ହରକତ ହୁଅନ୍ତି । ଏହାକୁ ରୋକିବା ପାଇଁ ପୋଲିସ୍ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ତେବେ ଚଳିତ ପାର୍ବଣ ଋତୁରେ କେହି ଜୋରଜବରଦସ୍ତ ଚାନ୍ଦା ମାଗୁଥିଲେ ତୁରନ୍ତ ସୂଚନା ଦେବାକୁ କହିଛନ୍ତି ଡିସିପି । ଏହାସହ ସୂଚନାକାରୀଙ୍କ ନାଁକୁ ଗୋପନ ରଖାଯିବ ବୋଲି କହିଛନ୍ତି କଟକ ଡିସିପି ।

ସେପଟେ ମା ଦୁର୍ଗାଙ୍କ ପୂଜା ପାଇଁ ଏବେଠୁ ଚଳଚଞ୍ଚଳ ହେଲାଣି କଟକର ସମସ୍ତ ପୂଜା ମଣ୍ଡପ । ନଡା ବନ୍ଧା ପରେ ଏବେ ମଣ୍ଡପ ଗୁଡିକରେ ମାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଏକ ମାଟିଆ କାମ ସରି ଦୋ ମାଟିଆ କାମ ଆରମ୍ଭ ହୋଇଛି । ସରକାରଙ୍କ ପାର୍ବଣ କଟକଣା ଯୋଗୁଁ ଆଡମ୍ବର ନଥିବାରୁ କେବଳ ବିଧି ମୁତାବକ ପୂଜା ପାଳନ କରିବା ପାଇଁ ସ୍ଥିର କରିଛନ୍ତି ପୂଜା କମିଟି । ତେଣୁ ସୁନା ଚାନ୍ଦିର ମେଢ ଏବଂ ଆଭୂଷଣ ବ୍ୟବହାର ହୋଇପାରୁନାହିଁ । ଯାହାକୁ ନେଇ ପୂଜା କମିଟି କର୍ମକର୍ତ୍ତା ମାନେ ମନ ଉଣା କରିଛନ୍ତି ।

ଏଥର ୪ ଫୁଟ୍ ଭିତରେ ମୂର୍ତ୍ତି ହେଉଥିବାରୁ ପ୍ରଭାବିତ ହୋଇଛନ୍ତି ଚାନ୍ଦି କାରିଗର । ଦଶହରାରେ ଚାନ୍ଦି ମେଢ଼ ଏବଂ ମା ଙ୍କ ସୁନା ଓ ଚାନ୍ଦି ର ଗହଣା ପ୍ରସ୍ତୁତ କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ କାରିଗର ମାନେ ରୋଜଗାର ହରାଇ ହାତ ବାନ୍ଧି ବସିଛନ୍ତି ।