• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯାଞ୍ଚ ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଲା

  • ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ସୂଚନା

  • ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ହୋଇଛି

ପୁରୀ : ଶ୍ରୀଜିଉଙ୍କ ରଥରେ ଫାଟ । ପୁରୀରେ ତିନି ଠାକୁରଙ୍କ ରଥର ଯାଞ୍ଚ ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି । ସେହିପରି ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଦକ୍ଷିଣ ମୋଡ଼ ପୂର୍ବରୁ ରଥକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ତିନି ରଥରେ ଫାଟ ଥିବା ଜଣାପଡ଼ିଛି । ବର୍ତ୍ତମାନ ବିଶେଷଜ୍ଞ ଟିମ୍ ପହଞ୍ଚି ରଥ ମରାମତି କରୁଛନ୍ତି । ଫାଟକୁ ସଜଡ଼ା ଯିବା ପରେ ରଥକୁ ଦକ୍ଷିଣ ମୋଡ଼ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ ।

ସୂଚନା ଅନୁସାରେ ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥକୁ ଭଲଭାବେ ଯାଞ୍ଚ କରାଯାଏ । ୧୭ ତାରିଖ ପ୍ରଭୁଙ୍କ ଦକ୍ଷିଣ ମୋଡ଼ ଥିବା ବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରେଳ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ତିନି ରଥର ଯାଞ୍ଚ କରିଥିଲେ । ରଥ ଯାଞ୍ଚ ସମୟରେ ୧୦ ଜଣ ମହାରଣା ସେବକ, ଛଅ ଜଣ ଭୋଇ ସେବକ ଓ ତିନି ଜଣ କମାର ସେବକ ମଧ୍ୟ ଏଥିରେ ସାମିଲ ହୋଇଥିଲା । ପ୍ରଥମେ ତାଳଧ୍ୱଜ ରଥକୁ ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚରୁ ଜଣାପଡ଼ିଛି ନନ୍ଦିଘୋଷ ରଥ ପ୍ରଭାରେ ସାମାନ୍ୟ ଫାଟ ଦେଖାଯାଇଛି । ସେହିପରି ଦେବୀ ସୁଭଦ୍ରା ଓ ବଳଭଦ୍ର ଠାକୁରଙ୍କ ରଥ ଚକରେ ମଧ୍ୟ ସାମାନ୍ୟ ଫାଟ ଥିବା ଜଣା ପଡ଼ିଛି ।

ସେପଟେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଦ୍ୱିତୀୟ ଦିନ । ସମ୍ପନ୍ନ ହେବ ବନକଲାଗି ନୀତି । ଆଉ ଝଲସିବେ ଶ୍ରୀଜୀଉ ମହାପ୍ରଭୁ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଗୁଣ୍ଡିଚା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୂଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ରଙ୍ଗ ବ୍ୟବହାର କରାଯିବ ।

ଏହା ଅତ୍ୟନ୍ତ ଗୁପ୍ତ ସେବା ନୀତି ହୋଇଥିବାରୁ ଅପରାହ୍ନରେ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।