• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • CMC ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍‌ ଲାଇନ୍‌ ।

  • କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।

  • ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଡିସିପିଙ୍କଠାରୁ ଅନୁମତି ନେବାକୁ ହେବ ।

କଟକ: ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଶ ପୂଜା ଗାଇଡ୍‌ ଲାଇନ୍‌ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।

ଗାଇଡ୍‌ଲାଇନ୍‌ରେ ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଡିସିପିଙ୍କଠାରୁ ଅନୁମତି ନେବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ବିନା ଅନୁମତିରେ ମଣ୍ଡପରେ ପୂଜା କରିପାରିବେ ନାହିଁ ପୂଜା କମିଟି । ଅନ୍ୟପଟେ ଏଥର କେବଳ ପରମ୍ପରା ରକ୍ଷା ପାଇଁ ଗଣେଶ ପୂଜା ହେବ । ଲାଇଟ୍‌  କିମ୍ବା ସାଜସଜା ସବୁ ବନ୍ଦ ରହିବ । ପୂଜା ମଣ୍ଡପର ତିନି ପାର୍ଶ୍ୱ ମଧ୍ୟ ସଂପୂର୍ଣ୍ଣ ବନ୍ଦ ରହିବ । ଅନ୍ୟ ପାର୍ଶ୍ୱ ବା ଚତୁର୍ଥ ପାର୍ଶ୍ୱ ଆଂଶିକ ଖୋଲା ରହିବ ।

ସେହିଭଳି ଗତ ଥର ଭଳି ଏଥର ମଧ୍ୟ ମଣ୍ଡପରେ ସାଧାରଣ ଦର୍ଶନ ବନ୍ଦ ରହିବ । ମନୋରଂଜନ କାର୍ଯ୍ୟକ୍ରମକୁ ବି ସମ୍ପୂର୍ଣ୍ଣ ମନା କରାଯାଇଛି । ମଣ୍ଡପରେ ପୂଜା ପାଇଁ କର୍ତ୍ତା, ପୁରୋହିତଙ୍କୁ ମିଶାଇ ମୋଟ ୭ ଜଣ ରହିପାରିବେ ବୋଲି ଅନୁମତି ଦେଇଛି ସିଏମ୍‌ସି । ଅନ୍ୟପଟେ ଶିକ୍ଷାନୁଷ୍ଠାନରେ ପୂଜା ପାଇଁ ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୦ ଜଣ ରହିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି । ତେବେ ବିସର୍ଜନ ବେଳେ ଶୋଭାଯାତ୍ରା ହୋଇପାରିବ ନାହିଁ । ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ସେହିଭଳି କୌଣସି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଭୋଜି ଆୟୋଜନକୁ ମଧ୍ୟ ସଂପୂର୍ଣ୍ଣ ମନା କରିଛି ସିଏମ୍‌ସି ।

ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ଏଣିକି ରାଜ୍ୟର କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ୍‌ ରହିବ ନାହିଁ । ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ରହିବ ବୋଲି କୁହାଯାଉଛି ।

ଏହାସହ ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ସାରା ରାଜ୍ୟରେ ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।ଏହାସହ ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ ବୋଲି SRC କହିଛନ୍ତି ।