• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହାଳୟା ପାଇଁ ବିଏମସି କଟକଣା

  • କୋଭିଡ୍ ସ୍ଥିତିକୁ ଦେଖି ବିଏମସିର ନିଷ୍ପତ୍ତି

  • ବିବାହ, ବ୍ରତ, ଶୁଦ୍ଧି ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ

  • ଏକ ସମୟରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମହାଳୟା ପାଇଁ ବିଏମସିର କଟକଣା । ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି । ବ୍ରାହ୍ମଣ ଭୋଜନ ସହ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ କରିଛି ବିଏମସି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ତେବେ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ BMC ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ।

ଗୋଟିଏ ସମୟରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଅନୁମତି ଦିଆଯାଇପାରିବ ବୋଲି ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ କରିଛି ଭୁବନେଶ୍ୱର ମହାନଗର ନିଗମ । ତାସହ ଅୋବର ୩୧ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ବିଏମସି ସ୍ପଷ୍ଟ କରିଛି ।

ସେହିପରି ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥାଏ । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ଯେଉଁମାନେ ଗଙ୍ଗା ଦର୍ଶନ କରିନାହାନ୍ତି ସେମାନେ ପିତୃପକ୍ଷରେ ମାଆଙ୍କର ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଅନ୍ୟପଟେ ପବିତ୍ର ମହାଳୟା ସହ ଆଜି ଖଡ଼ିଲାଗି ଅମାବାସ୍ୟା । ଏହି ଅବସରରେ ଦୁର୍ଗା ପୂଜା ପାଇଁ ନିର୍ମାଣ ହେଉଥିବା ମାଆଙ୍କ ମୂର୍ତ୍ତିରେ ଖଡ଼ି ଲାଗି କରାଯାଇ ଥାଏ । ପରମ୍ପରା ଅନୁସାରେ ଆଜି ସବୁ ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ କାରିଗରମାନେ ଖଡ଼ି ଲଗାଇଥାନ୍ତି ।  ଏଥିଲାଗି ପୂଜା ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଚାଲିଛି ।