• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଛୋଟ ପରଦାରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା ।

  • ଷ୍ଟାରପ୍ଲସ୍‌ର ନୂଆ ହିନ୍ଦୀ ଧାରାବାହିକ ବିଦ୍ରୋହୀର ପ୍ରୋମୋକୁ ନେଇ ଏବେ ସବୁଠି ଚର୍ଚ୍ଚା ।

  • ଇଂରେଜ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶରେ ଲାଗିଥିଲା କର ।

ନୂଆଦିଲ୍ଲୀ: ଛୋଟ ପରଦାରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା । ଜାତୀୟ ସ୍ତରର ଘରୋଇ ଟିଭି ଚ୍ୟାନେଲ ଷ୍ଟାରପ୍ଲସ୍‌ର ନୂଆ ହିନ୍ଦୀ ଧାରାବାହିକ ବିଦ୍ରୋହୀର ପ୍ରୋମୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏଥିରେ ଇଂରେଜ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କର ଲଗାଯିବା କାହାଣିକୁ ସ୍ଥାନୀତ କରାଯାଇଥିବା କୁହାଯାଉଛି । ପ୍ରୋମୋରୁ ମଧ୍ୟ ସେହି କାହାଣିର କିଛି ଅଂଶ ବେଶ ସ୍ପଷ୍ଟ ବାରି ହୋଇପଡ଼ୁଛି । ଇଂରେଜଙ୍କଏହି ନିୟମ ପରେ ବକ୍ସି ଜଗବନ୍ଧୁଙ୍କ ବିରୋଧର ପୁରା କାହାଣି ଏହି ଧାରାବାହିକ ବିଦ୍ରୋହୀରେ ଦେଖିବାକୁ ମିଳିବ ।

ଏଥିରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶରଦ ମାଲହୋତ୍ରା । ଭାରତର ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ କୁହାଯାଉଥିବା ପାଇକ ବିଦ୍ରୋହକୁ ଏଥିରେ ଚିତ୍ରଣ କରାଯାଇଛି ।

ତେବେ ଏହି ଧାରାବାହିକର ଆକର୍ଷଣୀୟ ପ୍ରୋମୋକୁ ଦେଖିବା ପରେ ଓଡ଼ିଶାବାସୀ ତଥା ଯୁବପିଢ଼ିଙ୍କ ମନରେ ପୁରା ଧାରାବାହିକ ଦେଖିବାକୁ ବେଶ ଆଗ୍ରହ ଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ଏହାର ପ୍ରୋମୋକୁ ବହୁଳ ମାତ୍ରାରେ ସେୟାର କରାଯାଇଛି । ଏମିତିକି ଫେସବୁକ୍‌ ୟୁଜର୍ସ ଏହି ଭିଡିଓକୁ ଡାଉନଲୋଡ କରି ନିଜ ନିଜ ଆକାଉଣ୍ଟରେ ପୁଣି ଥରେ ଅପଲୋଡ୍ କରିଛନ୍ତି । ଖାଲି ସେତିକି ନୁହେଁ ଟ୍ୱିଟର, କୁ’, ଇନ୍‌ଷ୍ଟାଗ୍ରାମ ଭଳି ବିଭିନ୍ନ ସୋସିଆଲ ସାଇଟ୍‌ରେ ମଧ୍ୟ ବିଦ୍ରୋହୀ ପ୍ରୋମୋକୁ ବେଶ ପ୍ରଶଂସା ମିଳିଛି । ଏମିତିକି ଲୋକଙ୍କ ହ୍ୱାଟ୍ସଆପ୍‌ ଷ୍ଟାଟସ୍‌ରେ ମଧ୍ୟ ପ୍ରୋମୋ ଭିଡିଓ ଦେଖିବାକୁ ମିଳିଛି ।

ଓଡ଼ିଶାବାସୀଙ୍କ ବୀର ଗାଥା ସହ ଜଡ଼ିତ ଥିବାରୁ ଏହି କାହାଣି ଓଡ଼ିଶାରେ ବେଶ୍‌ ଲୋକପ୍ରିୟତା ହାସଲ କରିବ ବୋଲି କୁହାଯାଉଛି । ଏହି ଧାରାବାହିକ କେବେ ମୁକ୍ତିଲାଭ କରିବ, ତା’ଉପରେ ସମସ୍ତଙ୍କ ନଜର ।