• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କେଜିଏଫ ଚାପ୍ଟର-୨ର ରିଲିଜ ଡେଟ୍ ଘୋଷଣା

  • ୧୪ ଏପ୍ରିଲ ୨୦୨୨ ରେ ସିନେମା ହଲକୁ ଆସିବ KGF ଚାପ୍ଟର-୨

ନୂଆଦିଲ୍ଲୀ : ସବୁ ପ୍ରତିକ୍ଷାର ଅନ୍ତ ଘଟିଲା , କେଜିଏଫ ଚାପ୍ଟର-୨ର ରିଲିଜ ଡେଟ୍ ଘୋଷଣା ହୋଇଛି । ଆସନ୍ତା ୨୦୨୨ ଏପ୍ରିଲ ୧୪ ତାରିଖରେ ରିଲିଜ ହେବ ବୋଲି ସୂଚନା ମିଳିଛି। କନ୍ନଡ ସୁପରଷ୍ଟାର ୟଶ ନିଜେ ରିଲିଜ ତାରିଖ ଘୋଷଣା କରିଛନ୍ତି । ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର ଅନିଶ୍ଚିତତା କେବଳ ଆମର ଦୃଢତାକୁ ବିଳମ୍ବ କରିବ, କିନ୍ତୁ ପ୍ରତିଜ୍ଞା ଅନୁଯାୟୀ ହେବ । ଆମେ ୧୪ ଏପ୍ରିଲ ୨୦୨୨ ରେ ସିନେମା ହଲକୁ ଆସିବୁ। ‘ୟଶଙ୍କର ଏହି ପୋଷ୍ଟ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କେବଳ କେଜିଏଫ-୨ର ହିରୋ ୟାସ୍ ନୁହଁନ୍ତି ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ଫିଲ୍ମର ନୂଆ ଫଟୋ ଥିବା ପୋଷ୍ଟର ସେୟାର କରିଛନ୍ତି । ସଞ୍ଜୟ ଦତ୍ତ ପୋଷ୍ଟ କରିଥିବା ପୋଷ୍ଟରରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ଓ ଅଭନେତ୍ରୀ ରହିଛନ୍ତି । ସଞ୍ଜୟ ନୂଆ ପୋଷ୍ଟର ସହ ପ୍ରଶଂସକଙ୍କୁ ଫିଲ୍ମ ରିଲିଜର ତାରିଖ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି। ଫିଲ୍ମରେ ଅଧୀରା ଭୂମିକାରେ ନଜର ଆସୁଛନ୍ତି ସଞ୍ଜୟ। ତେବେ ଏହି ତାରିଖ ଘୋଷଣା ହେବା ପରେ ଫ୍ୟାନ୍ସ ମାନେ ବେଶ ଉତ୍ସାହିତ ଅଛନ୍ତି ।

ସୂଚନା ଅନୁସାରେ ପୂର୍ବରୁ କେଜିଏଫ ଚାପ୍ଟର-୨ର ଟିଜର ରିଲିଜ ହେବା ପରଠୁ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ଏହି ଫିଲ୍ମ । ତେବେ ଏହାର ରିଲିଜ ତାରିଖ ଗତକାଲି ଘୋଷଣା ହେବାପରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦୀର୍ଘଦିନ ହେବ କେଜିଏଫ-୨ର ରିଲିଜ ତାରିଖକୁ ନେଇ ସସପେନ୍ସରେ ଥିଲେ ସିନେପ୍ରେମୀ । କେଜିଏଫ-୧କୁ ଦେଖିବା ପରେ ଦର୍ଶକମାନେ ‘କେଜିଏଫ-୨’ ପାଇଁ ବହୁତ ଅପେକ୍ଷା କରି ରହିଛନ୍ତି । ଏହା ପୂର୍ବରୁ କେଜିଏଫ-୨ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ଟ୍ରେଲର ରିଲିଜ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମ ରିଲିଜକୁ ନେଇ କୌଣସି ସୂଚନା ମିଳିପାରୁନଥିଲା । ପୂର୍ବରୁ କେଜିଏଫର ପ୍ରଥମ ପାର୍ଟକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । କେଜିଏଫ-୨ରେ ଅନେକ ନୂଆ କଳାକାର ନଜର ଆସିବା ନେଇ ସୂଚନା ମିଳିଛି ।