• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଜି ଲତା ମଙ୍ଗେସଙ୍କର ଜନ୍ମଦିନ

  •  ଲତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

 ନୂଆଦିଲ୍ଲୀ: ଆଜି ସ୍ୱର ସମ୍ରାଙ୍ଗୀ ଲତା ମଙ୍ଗେସଙ୍କର ଜନ୍ମଦିନ । ୯୨ ବର୍ଷ ବୟସରେ ପାଦ ଥାପିଛନ୍ତି ଲତା ଦିଦି। ପୁରା ବିଶ୍ୱରେ ଲତା ମଙ୍ଗେସକରଙ୍କର ବହୁତ ପ୍ରଶଂସକ ଅଛନ୍ତି । ତାଙ୍କ ଜନ୍ମଦିନ ଉପଲକ୍ଷେ ସାରା ବିଶ୍ୱରୁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ଶୁଅ ଛୁଟିଛି । ତେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲତା ମଙ୍ଗେସକରଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲତା ମଙ୍ଗେସକରଙ୍କୁ ଡାକି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି, ଯେ ସମ୍ମାନିତ ଲତା ଦିଦିଙ୍କୁ ଜନ୍ମଦିନର ଶୁଭେଚ୍ଛା । ତାଙ୍କର ସୁମଧୁର ସ୍ୱର ସମଗ୍ର ବିଶ୍ୱରେ ସ୍ୱରକୁ ବୁଝାଏ । ତାଙ୍କର ନମ୍ରତା ଏବଂ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି । ବ୍ୟକ୍ତିଗତ ଭାବରେ, ତାଙ୍କର ଆଶୀର୍ବାଦ ମହାନ ଶକ୍ତିର ଉତ୍ସ ଅଟେ । ମୁଁ ଲତା ଦିଦିଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଲତା ମଙ୍ଗେଶକର ୧୯୨୯ ସେପ୍ଟେମ୍ବର ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପଣ୍ଡିତ ଦିନାନାଥ ମଙ୍ଗେସକର ଜଣେ ଜଣାଶୁଣା ଶାସ୍ତ୍ରୀୟ ଗାୟକ ତଥା ଥିଏଟର ଅଭିନେତା ଥିଲେ । ଲତା ମଙ୍ଗେସକରଙ୍କ ଜନ୍ମ ନାମ ହେମା ମଙ୍ଗେଶକର । କିନ୍ତୁ ବାପାଙ୍କ ନାଟକରେ ଏକ ଚରିତ୍ରର ନାମ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ନାମ ହେମା ଠାରୁ ଲତା ମଙ୍ଗେସକର ରଖାଯାଇଥିଲା । ଲତା ମଙ୍ଗେସକର ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି । ସେ ସଙ୍ଗୀତ କ୍ଷେତ୍ରରେ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ ,ପଦ୍ମ ଭୂଷଣ ଏବଂ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସେ ବଲିଉଡ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ଏବଂ ସଫଳ ଗାୟକ ଭାବରେ କାର୍ଯ୍ୟ କରିଛନ୍ତି । ସାରା ଦୁନିଆରେ ସଙ୍ଗୀତ କ୍ଷେତ୍ରରେ ଲତା ମଙ୍ଗେସକରଙ୍କ ନାମ ସର୍ବଦା ଶୀର୍ଷରେ ରହିଆସିଛି । ତେବେ ଲତା ମଙ୍ଗେସକରଙ୍କୁ ବଲିଉଡର ନାଇଟ୍‌ଏଙ୍ଗଲ୍ କୁହାଯାଏ । ଲତା ମଙ୍ଗେସଙ୍କର ବହୁ ଗୀତ ଏପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ଉଙ୍କି ମାରୁଛି । ଲତା ଦିଦି କୋଡ଼ିଏରୁ ଅଧିକ ଭାରତୀୟ ଭାଷାରେ ପ୍ରାୟ ୩୦ହଜାରରୁ ଅଧିକ ଗୀତ ଗାଇଥିଲେ ।