• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପୁଣି ଥରେ ୟଶ ଦାସଗୁପ୍ତାଙ୍କୁ ବିବାହ  କଲେ ନୁସରତ ଜାହାଁ !

 କୋଲକାତା: ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ  ଏବେ ଚର୍ଚ୍ଚାର ବିଷୟ ପାଲୋଟିଛନ୍ତି । ପ୍ରାୟ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏବେ କିନ୍ତୁ ନୁସରତ ଯାହାଁଙ୍କ ଏକ ଫଟୋ ଏବେ ଖବ୍ ଭାଇରାଲ ହେବାରେ ଲାଗିଛି । ନୁସରତ ଜାହାଁ  ଓ ୟଶ୍ ଦାସ ଗୁପ୍ତାଙ୍କ ଜନ୍ମଦିନ ସେଲିବ୍ରେସନର ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ୟଶ୍ ଦାସଗୁପ୍ତାଙ୍କ ବର୍ଥ ଡେ କେକ୍ ଦେଖିବାକୁ ମିଳିଛି । ଫଟୋରେ ଥିବା କେକ୍‌ରେ ଲେଖା ହେଇଛି ଯେ ହଜ୍‌ବ୍ୟାଣ୍ଡ ଓ ଡାଡ୍ । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ନୁସରତ ପୁଣି ଥରେ ୟଶ ଦାସଗୁପ୍ତାଙ୍କୁ ବିବାହ କରିଛନ୍ତି ବୋଲି ଆଶଙ୍କା କରାଯାଉଛି ।

ତେବେ ଏହି ଖବରକୁ ନେଇ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।  ନୁସରତଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ କେକ୍ ଫଟୋ ସହିତ ନୁସରତ୍ ଆଉ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ନୁସରତ୍ ଓ ୟସ୍ ଏକାଠି କ୍ୟାଣ୍ଡେଲ ଲାଇଟ୍ ଡିନର କରୁଥିବାର ନଜର ଆସିଛନ୍ତି । ଫଟୋ ଦେବା ସହ ନୁସରତ୍ ‘ହାପି ବାର୍ଥ ଡେ’ ମାଇ ଲଭ୍‌’ ବୋଲି ଲେଖିଛନ୍ତି ।

ନିକଟରେ ଅଭିନେତ୍ରୀ ତଥା ସାଂସଦ ନୁସରତ ଜାହାନ ମାଆ ହୋଇଥିବା ଖବର ଜଣାପଡିଥିଲା । ସେ ପ୍ରଥମେ ନିଖିଲ ଜେନାଙ୍କ ସହିତ ପ୍ରେମ, ପରେ ବିବାହ ଏବଂ ପରେ ଅଲଗା ହୋଇ ଯାଇଥିଲେ । ଏହାପରେ ସେ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ସମ୍ପର୍କ ଥିବା କଥା ଖବ୍ ଚର୍ଚ୍ଚା ହୋଇଥିଲା । ଏହାପରେ ନୁସରତ୍ ଜାହାଁ  କିଛି ଦିନ ପୂର୍ବରୁ ପୁଅର ପିତାଙ୍କ ନାମ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତାଙ୍କ ପୁଅର ପିତା ୟଶ ଦାସଗୁପ୍ତଙ୍କ ଛଡା ଆଉ କେହି ନୁହଁନ୍ତି । ଏବେ ୟଶ ଦାସଗୁପ୍ତଙ୍କ ଜନ୍ମଦିନ ଉତ୍ସବର ଫଟୋ ଦେଖିବା ପରେ ଉଭୟ ପୁଣି ଥରେ ବିବାହ କରିଛନ୍ତି ବୋଲି ଅନୁମାନ କରାଯାଉଛି ।ସୂଚନା ଅନୁସାରେ ପୁଅର ଜନ୍ମ ପରେ ୟଶ୍‌ ଏବଂ ନୁସରତ ଏକାଠି ରହୁଛନ୍ତି ।