• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶ୍ରଦ୍ଧାଙ୍କ ଦୁଲ୍ହନ ଲୁକ୍

  • ଆକାଶର ପରୀ ଭଳି ଦିଶୁଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଶ୍ରଦ୍ଧା କପୁର ଅନ୍ୟତମ । ଶ୍ରଦ୍ଧା କପୁର ତାଙ୍କର ଅଭିନୟ ପାଇଁ ଯେତିକି ଫେମସ ତାଙ୍କର ସୁନ୍ଦରତା ପାଇଁ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ନିକଟତର ହୋଇ ପାରିଛନ୍ତି । ଶ୍ରଦ୍ଧାଙ୍କ ପ୍ରଶଂସକଙ୍କ ତାଲିକା ଦେଶ ଓ ଦେଶ ବାହାରେ ଦିନକୁ ଦିନ ଲମ୍ବି ଯାଉଛି । ଏବେ ଶ୍ରଦ୍ଧା ତାଙ୍କର ସୌନ୍ଦର୍ଯ୍ୟର ଜଲବା ଦେଖେଇଛନ୍ତି । ଶ୍ରଦ୍ଧାଙ୍କ ଦୁଲ୍ହନ ଲୁକ୍ ଦେଖି ଫ୍ୟାନ୍ସ ମାନେ ଦିବାନା ହୋଇ ଯାଇଛନ୍ତି । କିଛି ସମୟ ପାଇଁ ପ୍ରଶଂସକ ମାନେ ଭାବିଥିଲେ କି ଶ୍ରଦ୍ଧା ସତ ସତିକା ଦୁଲ୍ହନ ବନି ଯାଇଛନ୍ତି । କିନ୍ତୁ ଏହା ସତ ନୁହେଁ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶ ଫ୍ୟାସନ ଡିଜାଇନର ଫାଲଗୁନି ପିକକଙ୍କ ପାଇଁ ।

ନିକଟରେ ଶ୍ରଦ୍ଧା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଶ୍ରଦ୍ଧା ଦୁଲ୍ହନ ବେଶରେ ନଜର ଆସିଛନ୍ତି । ଦୁଲ୍ହନ ବେଶରେ ଶ୍ରଦ୍ଧା ବହୁତ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଉଛନ୍ତି । ଶ୍ରଦ୍ଧା ଦୁଲହନ ବେଶରେ ଏକ ପରୀ ଭଳି ଦେଖାଯାଉଛନ୍ତି । ଶ୍ରଦ୍ଧା ଫଟୋରେ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ତାଙ୍କର ଦୁଲ୍ହନ ବେଶରେ ସମସ୍ତଙ୍କୁ ଦିବାନା କରିଦେଇଛି । ଲେହେଙ୍ଗାଟିକୁ ଫ୍ୟାସନ ଡିଜାଇନର ଫାଲଗୁନି ପିକକ ଓ ସେନ୍ ପିକକ୍ ଡିଜାଇନ କରିଥିବା ବେଳେ ଏଥିରେ ଗୋଲ୍ଡ ଓ ଜରିରେ ଡିଜାଇନ ହୋଇଛି । ସୂଚନା ଅନୁସାରେ ନିକଟରେ ଶ୍ରଦ୍ଧା କପୁର ଫ୍ୟାସନ ଡିଜାଇନର ଫାଲଗୁନି ପିକକ୍ ଓ ସେନ୍ ପିକକ୍ ଙ୍କ ଡିଜାଇନର ଲେହେଙ୍ଗା ପାଇଁ ଫଟୋସୁଟ୍ କରିଥିଲେ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶ ଦେଖି ତାଙ୍କ ଫ୍ୟାନ୍ସଙ୍କର ହୋସ୍ ଉଡିଯାଇଛି ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଶ୍ରଦ୍ଧା କପୁର ଫ୍ୟାଶନ ଡିଜାଇନର୍ ଫାଲ୍ଗୁନି ପିକକ୍ ଏବଂ ସେନ୍ ପିକକ୍ ଙ୍କୁ କ୍ୟାପସନରେ ଧନ୍ୟବାଦ ଜଣାଇ ଲେଖିଛନ୍ତି, 'ତୁମ ଦୁହିଁଙ୍କ ସହ କାମ କରିବା ସବୁବେଳେ ଏକ ଆନନ୍ଦଦାୟକ ଅନୁଭୂତି ଅଟେ । ତମେ ବନେଇଥିବା ଏହି ସୁନ୍ଦର ଲେହେଙ୍ଗାରେ ମୋତେ ସଜେଇଥିବାରୁ ତମକୁ ଧନ୍ୟବାଦ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶରେ ଥିବା ଫଟୋକୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି । ବଲିଉଡ ଅଭିନେତ୍ରୀ ନରଗିସ ଫକ୍ରୀ ଶ୍ରଦ୍ଧାଙ୍କ ଫଟୋକୁ ପସନ୍ଦ କରିଛନ୍ତି । ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ ଶ୍ରଦ୍ଧାଙ୍କ ଫଟୋରେ ଏକ ହାର୍ଟର ଇମୋଜି ଦେଇ କମେଣ୍ଟ କରିଛନ୍ତି । ତେବେ ଶ୍ରଦ୍ଧାଙ୍କର ଏହି ଫଟୋକୁ ୧୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।