• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ମୁମ୍ବାଇ: ଅଧିରାର ନୂଆ ଲୁକରେ ଦେଖିବାକୁ ମିଳିଲା ଜବରଦସ୍ତ ଜବରଦସ୍ତ ଅନ୍ଦାଜ ।  ବଲିଉଡ ତାରକା ସଞ୍ଜୟ ଦତ୍ତ ଓରଫ୍ ସଞ୍ଜୁବାବାଙ୍କ ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଉପହାର । ଆଗକୁ ଆସୁଥିବା ଫିଲ୍ମ ‘KGF:Chapter 2’ ର ତାଙ୍କର ଖତରନାକ୍ ଲୁକର ପୋଷ୍ଟର ନିଜ ଫ୍ୟନ୍ସଙ୍କ ସହିତ ସେୟାର କରିଛନ୍ତି ବାବା । ସଞ୍ଜୟ ଦତ୍ତଙ୍କ ଏହି ପୋଷ୍ଟରେ ଅଧିରା ଲୁକରେ ବହୁତ ଭୟଙ୍କର ଦେଖାଯାଉଛନ୍ତି । ପୋଷ୍ଟରରେ ସଞ୍ଜୟଙ୍କ ହାତରେ ଦୁଇ ଧାରିଆ ଖଣ୍ଡା ଥିବା ବେଳେ ତାଙ୍କ ଫ୍ୟାନ୍ସମାନେ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।

ସଞ୍ଜୟ ଦତ୍ତ ପୋଷ୍ଟର ସେୟାର କରି ସେ ତାଙ୍କ ଫ୍ୟାନ୍ସମାନେ ପଠେଇଥିବା ଭଲ ପାଇବା ଓ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଛନ୍ତି । ପ୍ରଶଂସକଙ୍କୁ ଧନ୍ୟବାଦ ଦେବା ସହ ସଞ୍ଜୟ କ୍ୟାପସନରେ ଲେଖିଛନ୍ତି ଯେ ଜନ୍ମଦିନର ଶୁଭେଚ୍ଛା ପାଇଁ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ । ଏହା ସହ ସେ ଲେଖିଛନ୍ତି ଯେ ‘KGF:Chapter 2’ ରେ କାମ କରିବା ତାଙ୍କ ପାଇଁ ଏକ ଅଲଗା ଅନୁଭବ ଥିଲା ।  ମୁଁ ଜାଣେ ଆପଣ ସମସ୍ତେ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଛନ୍ତି ଏବଂ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଅପେକ୍ଷା ବୃଥା ହେବ ନାହିଁ ।

ତେବେ କିଛି ମିନିଟ୍ ପୂର୍ବରୁ ‘KGF:Chapter 2’ ରପୋଷ୍ଟର ରିଲିଜ୍ ହୋଇଥିବା ବେଳେ  ଏବେ ସୁଦ୍ଧା ପୋଷ୍ଟରରେ ପାଖାପାଖି ଦୁଇ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ସଞ୍ଜୟଙ୍କ ଫ୍ୟାନ୍ସମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରିବା ସହିତ ବହୁତ ଭଲ କମେଣ୍ଟ କରିଛନ୍ତି । KGF:Chapter 2’' ଏକ ବଡ ବଜେଟ୍ ଚଳଚ୍ଚିତ୍ର । ଏହାସହ ସଞ୍ଜୟ ଦତ୍ତଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର । ଦର୍ଶକମାନେ ତାଙ୍କୁ ଫିଲ୍ମରେ ଭୟଙ୍କର ଭିଲେନ୍ 'ଅଧିରା'ର ଭୂମିକାରେ ଦେଖିବାକୁ ଖୁବ ଆଗ୍ରହୀ ଅଛନ୍ତି ।