• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ: ପୋର୍ଣ୍ଣୋଗ୍ରାଫୀ ମାମଲା ନେଇ ବିବାଦରେ ଛନ୍ଦିହୋଇ ପଡିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମଡେଲ ଏବଂ ଅଭିନେତ୍ରୀ ସାଗରିକା ଶୋନା ଏବଂ ପୁନମ ପାଣ୍ଡେ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ନାମରେ ଅଭିଯୋଗ କରିଥିବା ମହିଳାଙ୍କ ତାଲିକାରେ ଆଉ ଏକ ନାଁ ଯୋଡି ହୋଇଯାଇଛି । ମଡେଲ ନିକିତା ଫ୍ଲୋରା ସିଂ ରାଜ କୁନ୍ଦ୍ରାଙ୍କ ନାଁରେ ଅଭିଯୋଗ କରିଛନ୍ତି । ନିକିତା ଫ୍ଲୋରା ସିଂ ଅଭିଯୋଗ କରିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ଆପ୍‌ ପାଇଁ ନଗ୍ନ ସୁଟିଂ କରିବାକୁ ତାଙ୍କୁ ପ୍ରତିଦିନ ୨୫,୦୦୦ ଟଙ୍କା ଅଫର ଦିଆଯାଇଥିଲା । ଏନେଇ ନିକିତା ଫ୍ଲୋରା ଏକ ଟୁଇଟ୍ ଜରିଆରେ ବ୍ୟବସାୟୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

ନିକିତା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି- 'ମୋତେ ଉମେଶ କାମତ ୨୦୨୦ରେ ରାଜ କୁନ୍ଦ୍ରାଙ୍କ ହଟ୍‌ସଟ୍‌ ଆପ୍‌ ପାଇଁ ନଗ୍ନ ସୁଟିଂ କରିବାକୁ କହିଥିଲେ। କିନ୍ତୁ, ମୁଁ ମନାକଲି। ସେ ମୋତେ ଦିନକୁ ୨୫,୦୦୦ଟଙ୍କାର ଅଫର ଦେଇଥିଲେ । ଏହା ସହିତ ନିକିତା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ହଟ୍‌ ସଟ୍‌ ଆପ୍‌ର ସୁଟିଂ କାରଣରୁ ଜଣେ ଝାଡଖଣ୍ଡ ମହିଳାଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ଦେଇଥିଲେ। ଏହା ପୂର୍ବରୁ ସାଗରିକା ଶୋନା ସୁମନ ଗଣମାଧ୍ୟମ ସାମ୍ନାକୁ ଆସି ରାଜ କୁନ୍ଦ୍ରାଙ୍କୁ ଅଭିଯୋଗ କରିଥିଲେ ଯେ ତାଙ୍କଠାରୁ ନଗ୍ନ ଅଡିସନ ପାଇଁ ଦାବି କରାଯାଇଛି। ଅନ୍ୟପକ୍ଷରେ ପୁନମ୍ ପାଣ୍ଡେ ଏବଂ ଶେର୍ଲିନ୍ ଚୋପ୍ରା ରାଜ କୁନ୍ଦ୍ରାଙ୍କ ବିଷୟରେ କହିସାରିଛନ୍ତି ଯେ ତାଙ୍କୁ ଏହି ଆଡଲ୍ଟ ଇଣ୍ଡଷ୍ଟ୍ରୀକୁ ଆଣିବା ପଛରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଆଉ କାହାର ହାତ ନାହିଁ ।

ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ ଗତ ବର୍ଷ ବମ୍ବେ ହାଇକୋର୍ଟରେ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ସୈରଭ କୁଶୱାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ତାଙ୍କ ଭିଡିଓ ଏବଂ ଫଟୋକୁ ବେଆଇନଭାବେ ବ୍ୟବହାର କରିଛନ୍ତି ବୋଲି ପୁନମ୍ ପାଣ୍ଡେ ଗୁରୁତର ଅଭିଯୋଗ ଆଣିଥିଲେ। ସୂଚନା ଅନୁଯାୟୀ, ଫେବୃଆରୀ ୨୦୨୧ରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୋଲିସର ଅଭିଯୋଗ ହୋଇଥିଲା । ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରାଥମିକ ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବା ପରେ ପୋଲିସ ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ।