• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

News Highlights

  • ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ରାଜ କୁନ୍ଦ୍ରା

  • ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିଲେ

  • ପୂରା ରାକେଟ‌୍‌ରୁ ଟଙ୍କା ରୋଜଗାର କରୁଥିଲେ

ନୂଆଦିଲ୍ଲୀ : ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ କୋର୍ଟ ରିମାଣ୍ଡରେ ପଠାଇଛନ୍ତି। ସୋମବାର ରାତିରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ପ୍ରପର୍ଟୀ ସେଲ୍ ଗିରଫ କରିଛି। ଅଶ୍ଳୀଳ ସିନେମା ନିର୍ମାଣ କରି କିଛି ଆପ୍ ମାଧ୍ୟମରେ ସେସବୁକୁ ରିଲିଜ୍ କରିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କୁ ଆଜି ଏହି ମାମଲାରେ କୋର୍ଟରେ ହାଜର କରାଯାଇଥିଲା। ପ୍ରପର୍ଟୀ ସେଲ୍‌ କୋର୍ଟକୁ କହିଛନ୍ତି ଯେ ରାଜ କୁନ୍ଦ୍ରା ଏହି ପୂରା ରାକେଟ‌୍‌ରୁ ଟଙ୍କା ରୋଜଗାର କରୁଥିଲେ।

କୋର୍ଟରେ ରାଜଙ୍କ ବିରୋଧରେ ପ୍ରମାଣ ଉପସ୍ଥାପନ କରି ପ୍ରପର୍ଟୀ ସେଲ୍ କହିଛି ଯେ ଭିଆନ୍ ନାମକ ଏକ କମ୍ପାନୀରେ ପ୍ରପର୍ଟୀ ସେଲ୍ ବହୁ ବିଦେଶୀ ମୁଦ୍ରା ପାଇଛି। ରାଜ କୁନ୍ଦ୍ରାଙ୍କ ଫୋନ୍ ଜବତ କରାଯାଇଛି ଏବଂ ଏହାର ତଦନ୍ତ ଆବଶ୍ୟକ ରହିଛି। ଏହି ଆଧାରରେ ପୋଲିସ କୋର୍ଟରୁ ରାଜଙ୍କ ରିମାଣ୍ଡକୁ ମାଗିଥିଲା ​​ଏବଂ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୨୦୨୧ରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୋଲିସର ଅଭିଯୋଗ ହୋଇଥିଲା। ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରାଥମିକ ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବା ପରେ ପୋଲିସ ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା।

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଯଦି ରାଜ କୁନ୍ଦ୍ରା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଜେଲ୍‌ରେ ଦୀର୍ଘ ସମୟ ବିତାଇବାକୁ ପଡିପାରେ। କାରଣ ପୋର୍ଣ୍ଣୋଗ୍ରାମୀ ଉପରେ ଆମ ଦେଶର ନିୟମ ଅତ୍ୟନ୍ତ କଠୋର । ପୋର୍ଣ୍ଣୋଗ୍ରାଫୀ ମାମଲାରେ, ଆଇଟି ଆକ୍ଟ ସହିତ ଆଇପିସିର ଅନେକ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଥିସହିତ ଦେଶରେ ଟେକନିକ୍ ଏବଂ ଇଣ୍ଟରନେଟ୍‌ର ବୃଦ୍ଧି ଅନୁଯାୟୀ ଆଇଟି ଆକ୍ଟରେ ମଧ୍ୟ ସଂଶୋଧନ କରାଯାଇଛି।

ତେବେ ପୁଲିସର୍ ସମ୍ମୁଖିନ ହେବା ରାଜ କୁନ୍ଦ୍ରାଙ୍କ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ତାଙ୍କୁ ବିଭିନ୍ନ ମାମଲାରେ କୋର୍ଟ ଯିବାକୁ ପଡିଛି। ମାର୍ଚ୍ଚ ୨୦୨୦ରେ ରାଜ କୁନ୍ଦ୍ରା ଏବଂ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। ମୁମ୍ବାଇସ୍ଥିତ ଏନ୍‌ଆର୍‌ଆଇ ସଚିନ ଯୋଶୀ ଏହି ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ୨୦୧୪ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାଟି ସତଯୁଗ ଗୋଲ୍ଡ ପ୍ରାଇଭେଟ ଲିମିଟେଡ୍ ସହିତ ଜଡିତ ଥିଲା। ଏକ ବିନିମୟକୁ ନେଇ ଅଭିଯୋଗକାରୀ ଏବଂ ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।