• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ କଳାକାର

ମୁମ୍ବାଇ: ଆଜି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ସାରାଦେଶ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଥିବା ବେଳେ ବଲିଉଡର ଅନେକ କଳାକାର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଫିଲ୍ମ ନିର୍ଦେଶକ କରଣ ଜୋହର, କଙ୍ଗନା ରାଣାୱତ, ବିବେକ ଓବରୋଏ, ରିତିଶ ଦେଶମୁଖ, ହେମା ମଲିନୀ, ଅକ୍ଷୟ କୁମାର, ଅଭିଷେକ ବଚ୍ଚନ ଓ ନେହା ଧୁପିଆଙ୍କ ପରି ଅନେକ ଅଭିନେତା ସୋସିଆଲ ମିଡିଆରେ ନିଜ ନିଜ ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଏବଂ ଇନଷ୍ଟାଗ୍ରାମରେ ପିଏମ ମୋଦୀଙ୍କ ସହ ଏକ ଫଟୋ ସେୟାର କରି ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ 'ଭାରତର ସଂସ୍କୃତି ଏବଂ ଭାରତର ପ୍ରଯୁକ୍ତିବିଦ୍ୟା ସହିତ ଭାରତକୁ ବିଶ୍ୱ ଅଗ୍ରଣୀ କରାଇଥିବା ଯୁଗର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା’ । ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଓ ସୁସ୍ଥ ରଖନ୍ତୁ ।

Also Read

ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଟ୍ୱିଟ୍ କରି ଲେଖିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା । ଏକ ଦେଶ ଭାବରେ ଆମକୁ ଏକ ଶକ୍ତିସାଳୀ ହାତ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଆପଣଙ୍କ ନେତୃତ୍ୱରେ ଦେଶ ଦିନକୁ ଦିନ ଉଚ୍ଚତାର ମାପକାଠିକୁ ଛୁଇଁ ପାରୁଛି । ସେହିପରି ଅଭିନେତା ରିତେଶ ଦେଶମୁଖ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା,ଭଗବାନ ଆପଣଙ୍କୁ ଦୀର୍ଘ ଜୀବନ ଓ ସୁଖ ଶାନ୍ତି ପ୍ରଦାନ କରନ୍ତୁ ।

ଅଭିନେତା ଅକ୍ଷୟ କୁମାର ଲେଖିଛନ୍ତି, 'ଆପଣ ମୋତେ ସବୁବେଳେ ଉତ୍ସାହିତ କରି ଆଶୀର୍ବାଦ ଦେଇଛନ୍ତି,ମୁଁ ‌ଆପଣଙ୍କ ପରି ଲେଖି ପାରିବି ନାହିଁ, କିନ୍ତୁ ଆଜି ମୁଁ ଆପଣଙ୍କ ଜନ୍ମଦିନରେ ଅନେକ ହୃଦୟରୁ ଶୁଭେଚ୍ଛା ଜଣାଉଛି । ଆପଣ ସୁସ୍ଥ ରହନ୍ତୁ, ଖୁସି ହୁଅନ୍ତୁ, ଏହା ଆପଣଙ୍କ ପାଇଁ ଭଗବାନଙ୍କ ନିକଟରେ ମୋର ଇଚ୍ଛା ।

ସେହିପରି ଅଭିଷେକ ବଚ୍ଚନ ଲେଖିଛନ୍ତି, 'ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଶୁଭେଚ୍ଛା । ତୁମର ଦୀର୍ଘ ଜୀବନ ଏବଂ ସ୍ୱାସ୍ଥ୍ୟ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ।

ଅଭିନେତ୍ରୀ ନେହା ଧୁପିଆ ଲେଖିଛନ୍ତି 'ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଭଗବାନ ଆପଣଙ୍କୁ ସବୁବେଳେ ଖୁସି ଏବଂ ସୁସ୍ଥ ରଖନ୍ତୁ'। ସେହିପରି ଅଭିନେତା ରଣଦୀପ ହୁଡ଼ା,ଅଭିନେତା ପରେଶ ରାୱଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।