• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଆଇଟି ଚଢାଉ ପରେ ମୁହଁ ଖଲିଲେ ସୋନୁ ସୁଦ୍‌ 

  • କହିଲେ, ସବୁ ପ୍ରକାର ସହଯୋଗ କରିଛି, ସବୁ ତଥ୍ୟ ଦେଇଛି

  • ଆଇଟି ଟିମ୍‌ କହିଲେ, ବହୁତ ଭଲ କାମ କରୁଛନ୍ତି ସୋନୁ

ନୂଆଦିଲ୍ଲୀ:  ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ ହେବା ପରେ ମୁହଁ ଖୋଲିଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ୍ । ସେ କହିଛନ୍ତି, ତାଙ୍କ ଫାଉଣ୍ଡେସନକୁ ଆସୁଥିବା ପ୍ରତ୍ୟେକ ଟଙ୍କା ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବାରେ ଖର୍ଚ୍ଚ ହେଉଛି । ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ସେ ଚାହାନ୍ତି ଏବଂ ଏହା ଜାରି ରହିବ । ଟ୍ୟାକ୍ସ ରେଡ୍ ନେଇ ନିଜ ତରଫରୁ କିଛି ନ କହିଲେ ମଧ୍ୟ ସମୟ ଆସିଲେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି ।

 ଦିଲ୍ଲୀର କେଜରିଓ୍ୱାଲ ସରକାର ପାଇଁ ବ୍ରାଣ୍ଡ ଆମ୍ବାସଡର ହେବାରୁ ତାଙ୍କ ଉପରେ ରେଡ୍ ହୋଇଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ପ୍ରତ୍ୟେକ ରାଜ୍ୟର ଆମ୍ବାସଡର ହେବାକୁ ସେ ଚାହାନ୍ତି। ରାଜସ୍ଥାନ ହେଉ କି ଗୁଜରାଟ  ସବୁ ରାଜ୍ୟର ପିଲାଙ୍କ ପାଇଁ କାମ କରିବା ତାଙ୍କର ଲକ୍ଷ୍ୟ ଅଛି । 

ସୂଚନାଥାଉ କି, ଡୋନେସନ ସଂଗ୍ରହ ବେଳେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ସେ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଇଥିଲା।  ଏହାର ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ସୋନୁ କହିଥିଲେ, ନିଜର ସବୁ ଶକ୍ତି ଖଟାଇ ସେ ଲୋକଙ୍କ ସେବା କରିବାକୁ ପ୍ରସ୍ତୁତ ।  ତାଙ୍କ ଫାଉଣ୍ଡେସନକୁ ଆସୁଥିବା ପ୍ରତ୍ୟେକ ଟଙ୍କା ଲୋକଙ୍କ  ଜୀବନ ବଞ୍ଚାଇବାରେ କାମରେ ଲାଗିବ ।  ସେ କଟାକ୍ଷ କରି କହିଥିଲେ ଯେ, ୪ ଦିନ ହେଲା କିଛି ଅତିଥିଙ୍କ ସେବାରେ ବ୍ୟସ୍ତ ଥିବାରୁ ଲୋକଙ୍କ ସେବା କରିବାରେ ଅସୁବିଧା ହୋଇଥିଲା । 

ଏଥିସହିତ ରେଡ କରୁଥିବା ଟିମ୍‌କୁ ସେ ସମସ୍ତ ଡକ୍ୟୁମେଣ୍ଟ ଦେଇଥିବା ସୋନୁ କହିଥିଲେ। ଏପରିକି ଆଇଟି ଟିମ୍‌ କାଗଜ ପତ୍ର ଦେଖି ‘ସୋନୁ ବହୁତ ଭଲ କାମ କରୁଥିଲେ’ ବୋଲି ସେ କହିଛନ୍ତି। ସୋନୁ ଆହୁରି କହିଛନ୍ତି, ‘ମୁଁ ତାଙ୍କୁ ପଚାରିଥିଲ, ଏପରି ଡକ୍ୟୁମେଣ୍ଟ, ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ଓ କାଗଜପତ୍ର କେଉଁଠି ଦେଖିଛନ୍ତି ? ଏହାର ଉତ୍ତରରେ ରେଡ୍‌ ଟିମ ନାଁ ବୋଲି କହିବା ସହ ଏସବୁ କାଗଜପତ୍ର ଦେଖି ଆମେ ବହୁତ୍‌ ଖୁସି ଏବଂ ଏହି ୪ ଦିନ ତାଙ୍କ ପାଇଁ ସବୁଠାରୁ ସହଜ ଦିନ ଥିଲା ବୋଲି କହିଛନ୍ତି। 

 ଅଭିନେତାଙ୍କ ମୁମ୍ବାଇ ବାସଭବନରେ ଲଗାତର ଚଢାଉ ପରେ ଆଜି ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି । ସୋନୁ ସୁଦଙ୍କ ଅଣ ଲାଭଜନକ ପାଣ୍ଠି ପରିମାଣ ମଧ୍ୟ ୨ କୋଟି ବଢ଼ିଛି । ଦରିଆପାରି ଦାତାଙ୍କଠାରୁ କ୍ରାଉଡ୍ ଫଣ୍ଡିଂ ଜରିଆରେ ସୋନୁ ସୁଦ୍ ଏହି ପାଣ୍ଠି ସଂଗ୍ରହ କରିଥିବା ବେଳେ ଏହା ବିଦେଶୀ ଅନୁଦାନ ନିୟମର ଉଲ୍ଲଂଘନ ବୋଲି ଆୟକର ବିଭାଗ ଦର୍ଶାଇଛି । ସୋନୁ ସୁଦଙ୍କ ସହ ଜଡିତ ସ୍ଥାନଗୁଡିକରେ ଚଢ଼ାଉ ପରେ ୨୦ କୋଟି ଟଙ୍କା ଟିକସ ଚୋରି, ୨.୧ କୋଟି ଟଙ୍କା ବେଆଇନ ବିଦେଶୀ ଦାନ, ୬୫ କୋଟି ଟଙ୍କା ଜାଲିଆତି, ଜୟପୁର ଭିତ୍ତିକ ଇନଫ୍ରା ଫାର୍ମ ସହିତ ୧୭୫ କୋଟି ଟଙ୍କା ସର୍କୁଲାର କାରବାରର ଦାବି କରିଛି ଆଇଟି ବିଭାଗ ।

ସୂଚନାଥାଉ କି, ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଙ୍କରେ ଥିବା ବିଭିନ୍ନ ସ୍ଥାନରେ ୩ ଦିନ ଧରି ରେଡ୍ କରୁଥିଲା ଆୟକର ଟିମ୍ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ୍ ବିଭିନ୍ନ ବେନାମୀ ଲୋକଙ୍କ ଠାରୁ ଲୋନ୍ ମାଧ୍ୟମରେ ଟଙ୍କା ଆଣିଥିଲେ ଯାହାର କିଛି ହିସାବ ମିଳୁନଥିବା ଆୟକର ବିଭାଗ ଦାବି କରିଛି । ଏହି ବେନାମୀ ଲୋନ୍ ଜରିଆରେ ଆସିଥିବା ଅର୍ଥକୁ ସେ ନିବେଶ ଏବଂ ସମ୍ପତ୍ତି କିଣାରେ ବ୍ୟବହାର କରିଛନ୍ତି । ତେବେ ଏହି କାରବାର ଫଳରେ ଯେତିକି ଟଙ୍କାର ଟ୍ୟାକ୍ସ ଫାଙ୍କି ହୋଇଛି, ତାର ପରିମାଣ ୨୦ କୋଟିରୁ ଅଧିକ ହେବ । ସେହିଭଳି ସର୍ଚ୍ଚ ବେଳେ ସୋନୁଙ୍କ ଘରୁ ୧ କୋଟି ୮୦ ଲକ୍ଷ ଟଙ୍କାର ନଗଦ କ୍ୟାସ ମିଳିଛି ବୋଲି ଆୟକର ବିଭାଗ ସୂଚନା ଦେଇଛି ।

ତେବେ ଏହି ପରିସ୍ଥିତି ଭିତରେ ସୋନୁ ସୁଦ୍‌ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ୍‌ ସେୟାର କରିଥିଲେ। ଏହି ଭିଡିଓରେ ସେ କହିଥିଲେ, “କଠିନ ରାସ୍ତାରେ ବି ଯାତ୍ରା ସହଜ ଲାଗୁଛି। ପ୍ରତ୍ୟେକ ହିନ୍ଦୁଙ୍କର ଆଶୀର୍ବାଦ ଥିବା ଭଳି ଲାଗୁଛି।” ଏହା ସହିତ ସେ ଏକ ପୋଷ୍ଟର୍‌ ମଧ୍ୟ ସେୟାର୍‌ କରିଛନ୍ତି। ଏହି ପୋଷ୍ଟର୍‌ରେ ଭାରତୀୟ ପତାକା ଭଳି ତିନୋଟି ରଙ୍ଗ ରହିଛି।

ଏହି ପୋଷ୍ଟରରେ ଲେଖିଛନ୍ତି, “ଆପଣଙ୍କୁ ସବୁବେଳେ ନିଜର ପକ୍ଷ କହିବା ଆବଶ୍ୟକ ପଡେ ନାହିଁ। ସମୟ ହିଁ କହିବ। ମୁଁ ଦୃଢ ଭାବରେ ଓ ହୃଦୟର ସହିତ ଭାରତୀୟ ଲୋକଙ୍କ ସେବା କରିବି ବୋଲି ନିଜକୁ ପ୍ରତିଶ୍ରୁତି ଦେଇଛି। ମୋ ଫାଉଣ୍ଡେସନ୍‌ର ପ୍ରତ୍ୟେକ ଟଙ୍କା ମୂଲ୍ୟବାନ ଜୀବନକୁ ବଞ୍ଚେଇବା ଓ ଗରିବଙ୍କୁ ସାହାଯ୍ୟ କରିବାରେ ଲାଗିଛି।’