• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନୂଆ ଫଟୋ ସେୟାର କଲେ ମଦିରା ବେଦୀ

  • ପ୍ରେମ ଓ ସକାରାତ୍ମକତାକୁ ନେଇ ଲେଖିଲେ କ୍ୟାପସନ୍

ମୁମ୍ବାଇ: ଜୀବନକୁ ସ୍ୱାଭାବିକ କରିବା ପାଇଁ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି ମନ୍ଦିରା ବେଦୀ। ଭାଇରାଲ ହୋଇଥିବା ଫଟୋରେ ଅଭିନେତ୍ରୀଙ୍କୁ ଗ୍ରୀନ ଶାଢ଼ୀରେ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଫଟୋରେ ସେ ହସୁଥିବାର ମଧ୍ୟ ନଜର ଆସୁଛନ୍ତି ।
ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁରେ ସେ ଦୁଃଖରେ ଭାଙ୍ଗି ପଡିଥିଲେ । ସ୍ୱାମୀଙ୍କ ମୃତ୍ୟୁକୁ ଏକ ମାସ ପୂରଣ ହୋଇଥିବା ବେଳେ ବର୍ତ୍ତମାନ ସେ ନିଜ ପିଲାଙ୍କ ପାଇଁ ନିଜକୁ ଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଫଟୋ ଏହାକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ କିଛି ପ୍ରେମ ଓ ସକାରାତ୍ମକତା ପଠାଉଛନ୍ତି।’’

ବନ୍ଧୁମାନେ ମନ୍ଦିରାଙ୍କୁ ଦୁଃଖରୁ ବାହାର କରିବାରେ ସାହାଯ୍ୟ କରୁଛନ୍ତି  ବୋଲି ମନ୍ଦିରା  କହିଛନ୍ତି । ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ହେବାର ଏକ ମାସ ପରେ ମନ୍ଦିରା ବେଦୀ ତାଙ୍କ ଘରେ ପୂଜା କରିଥିଲେ। ସ୍ୱାମୀଙ୍କ ଆତ୍ମାର ଶାନ୍ତି ପାଇଁ ସେ ତାଙ୍କର ଦୁଇ ପିଲାଙ୍କ ସହିତ ଏହି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରାଙ୍କ ଏହି ଫଟୋ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ବର୍ତ୍ତମାନ ସାଧାରଣ ଜୀବନକୁ ଫେରିବାକୁ ଚେଷ୍ଟା କରୁଛନ୍ତି।

ନିର୍ଦ୍ଦେଶକ-ନିର୍ମାତା ରାଜ କୌଶଲ ଅର୍ଶଦ ୱାର୍ସି, ସଞ୍ଜୟ ଦତ୍ତ ଓ ମିନିଶା ଲାମ୍ବା ଅଭିନୀତ 'ଆନ୍ଥୋନୀ କୌନ ହେ'ରେ ନିର୍ଦ୍ଦେଶନା ଦେଇଥିଲେ, ଏହା ବ୍ୟତୀତ 'ଶାଦି କା ଲଡ୍ଡୁ' ଓ 'ପ୍ୟାର ମେନ୍ କଭି କଭି' ଭଳି ଫିଲ୍ମ ନିର୍ମାଣ କରିଥିଲେ।