• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ । ୯୨ ବର୍ଷରେ ପାଦ ଦେଲେ ସ୍ୱର ସମ୍ରାଜ୍ଞୀ । ଲତା ମଙ୍ଗେଶକରଙ୍କ ନାମ ଆସିବା ମାତ୍ରେ ସମ୍ମାନରେ ମଥାନତ ହୋଇଯାଏ । କାରଣ ଲତାଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ବିମୋହିତ କରେ । କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ଅଛନ୍ତି ତାଙ୍କର ଫ୍ୟାନ୍। । ଲତା ମଙ୍ଗେସକର ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ମଖମଲି ସ୍ୱରରେ ଲୋକକୁ ବାନ୍ଧି ରଖିଥିଲେ । ନିଜ ସ୍ୱରରେ ସେ କେତେବେଳେ ପ୍ରେମଭାବନା ଜାଗ୍ରତ କରାନ୍ତି ତ ଆଉ କେତେବେଳେ ଆଖିରେ ଲୁହ ଭରିଦଆନ୍ତି ।

୧୯୨୯ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସ୍ୱର ସାମ୍ରାଜ୍ଞୀ । ତାଙ୍କ ବାପା ପଣ୍ଡିତ ଦିନାନାଥ ମଙ୍ଗେସକର ଜଣେ ଜଣାଶୁଣା ଶାସ୍ତ୍ରୀୟ ଗାୟକ ତଥା ଥିଏଟର ଅଭିନେତା ଥିଲେ । ଲତା ମଙ୍ଗେସକରଙ୍କ ଜନ୍ମ ନାମ ହେମା ମଙ୍ଗେଶକର । କିନ୍ତୁ ବାପାଙ୍କ ନାଟକରେ ଏକ ଚରିତ୍ରର ନାମ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ନାମ ହେମା ଠାରୁ ଲତା ମଙ୍ଗେସକର ରଖାଯାଇଥିଲା ।

କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଲତା ମଙ୍ଗେସକର ପିଲାଟି ଦିନରୁ କଳା ପ୍ରତି ଭାରି ଆଗ୍ରହୀ ଥିଲେ । ଖେଳବୁଲା ବୟସରେ ଲତା ମଙ୍ଗେସକର ବାପାଙ୍କ ସହିତ ବସି ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ମାତ୍ର ୫ ବର୍ଷ ବୟସରେ ସେ ପିତାଙ୍କ ସଂଗୀତ ନାଟକରେ ଅଭିନୟ କରିଥିଲେ । ଗୀତ ଗାଇବା ସହିତ ସମାନ୍ତରାଳ ଭାବେ ଲତା ମଙ୍ଗେସକରଙ୍କ ଅଭିନୟ ମଧ୍ୟ ଆରମ୍ଭ କରିଥିଲେ । ୯ ବର୍ଷ ବୟସରେ ଲତା ମଙ୍ଗେସକର ପ୍ରଥମ ଥର ପାଇଁ ଲୋକଙ୍କ ଆଗରେ ଗୀତ ଗାଇଥିଲେ।

ଲତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କର ନିଧନ ହୋଇଥିଲା । ବାପାଙ୍କ ଦେହାନ୍ତ ହେବାପରେ ଲତା ମଙ୍ଗେସକର ଏବଂ ସମଗ୍ର ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଥିଲା । ଲତା ଘରେ ବଡ ହୋଇଥିବାରୁ ପରିବାରର ଦାୟିତ୍ୱ ତାଙ୍କ ଉପରେ ପଡିଥିଲା । ପାଠପଢ଼ା ସହିତ ସାନ ଭଉଣୀ ଆଶା ଭୋସଲେ ଏବଂ ପରିବାରର ଦାୟିତ୍ୱ କୁନି କାନ୍ଧରେ ପଡ଼ିଥିଲେ । ସ୍କୁଲ ଗଲେ ସାନ ସେ ଭଉଣୀ ଆଶା ଭୋସଲେଙ୍କୁ ସାଙ୍ଗରେ ନେଇଯାଉଥିଲେ । ତେବେ ଦିନେ ସ୍କୁଲ କର୍ତ୍ତୃପକ୍ଷ ସାନ ଭଉଣୀଙ୍କୁ ସାଥୀରେ ଆଣିବାକୁ ବାରଣ କରିଥିଲେ, ଆଉ ତା’ପର ଠାରୁ ପାଠପଢ଼ା ଛାଡ଼ି ଦେଇଥିଲେ ଲତା ।

ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଲତା ମଙ୍ଗେସକର ସ୍କୁଲ ଛାଡି କ୍ୟାରିୟର ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ । ୧୪ ବର୍ଷ ବୟସରେ ଲତା ବଡ ନାଟକ ଏବଂ କାର୍ଯ୍ୟକ୍ରମରେ କାମ କରିବା ଆରମ୍ଭ କରିଦେଲେ । ପିତାଙ୍କ ମୃତ୍ୟୁ ପରେ ମଙ୍ଗେଶକର ପରିବାରର ଘନିଷ୍ଠ ବନ୍ଧୁ ଥିବା ମାଷ୍ଟର ବିନାୟକ ଲତା ମଙ୍ଗେଶକରଙ୍କୁ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାକୁ ବହୁତ ସାହାଯ୍ୟ କରିଥିଲେ । ସେ ଲତାଙ୍କୁ ଜଣେ ଗାହିକା ଅଭିନେତ୍ରୀ ଭାବରେ କ୍ୟାରିୟର ଆରମ୍ଭ କରିବାରେ ଅନେକ ସାହାଯ୍ୟ କରିଥିଲେ ।

ଗୋଟିଏ ପଟେ ଲତା ମଙ୍ଗେସକରଙ୍କ କ୍ୟାରିୟର ଶିଖର ଛୁଉଁଥିବା ବେଳେ ଅନ୍ୟପଟେ ଭଉଣୀ ଆଶା ଭୋସଲେଙ୍କ ସହ ମତ ପାର୍ଥକ୍ୟ ଆରମ୍ଭ ହୋଇଗଲା । ପ୍ରେମ ବିବାହକୁ ନେଇ ଭଉଣୀ ଆଶା ଭୋସଲେ ଘରେ ବିଦ୍ରୋହ ଆରମ୍ଭ କରିଥିଲେ । ଲତା ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ,ହେଲେ ଆଶା କିଛି ଶୁଣିବାକୁ ନାରାଜ ଥିଲେ ବୋଲି କୁହାଯାଏ । ଆଶାଙ୍କ ବ୍ୟବହାରେ ବହୁତ ଦୁଃଖୀ ଥିଲେ ଲତା । ଏହା ଉପରେ ଦୁଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ବଢ଼ିଗଲା । ପରେ ଆଶା ଭୋସଲେ ଗଣପାତ୍ ରାଓ ଭୋସଲେଙ୍କୁ ବିବାହ କରିଥିଲେ । ୧୯୬୬ରେ ଗଣପାତ୍ ରାଓ ଭୋସଲେଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆଶା ଭୋସଲେ ଆରଡି ବର୍ମନଙ୍କୁ ବିବାହ କରିଥିଲେ । କିନ୍ତୁ ୧୯୯୪ରେ ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ସେପଟେ ଲତା ମଙ୍ଗେସକର ଆଜୀବନ ଅବିବାହିତ ରହିଲେ ।

ଲତା ମଙ୍ଗେଶକର ୨୦ଟି ଭାଷାରେ ୩୦,୦୦ରୁ ଅଧିକ ଗୀତ ଗାଇଛନ୍ତି । ଲତା ମଙ୍ଗେଶକରଙ୍କ ପରି ଗାୟିକା ବିରଳ । ଆଜି ତାଙ୍କ ପରି ଗାୟିକା କେହି ନାହାନ୍ତି କି ଭବିଷ୍ୟତରେ ହେବାର ମଧ୍ୟ ସମ୍ଭାବନା ନାହିଁ ।