• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କାଟ୍ରିନାଙ୍କ ନୂଆ ଡାନ୍ସ ଷ୍ଟେପ୍

  • କଟ୍ରିନାଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡର ବାର୍ବି ଡଲ୍ କାଟ୍ରିନା କୈଫ୍ ନିଜର ଭିନ୍ନ ଶୈଳୀ ଏବଂ ସାହସିକତା ପାଇଁ ବେଶ୍ ଜଣାଶୁଣା । ଆଜିକାଲି ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ରହୁଛନ୍ତି କାଟ୍ରିନା କୈଫ୍ । କେବେ ଭିକି କୌଶଲଙ୍କ ସହ ସଂପର୍କକୁ ନେଇ କେବେ ନୂଆ ଫିଲ୍ମର ପ୍ରମୋସନ ପାଇଁ ,ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କାଟ୍ରିନା । ଏବେ ତାଙ୍କର ଏକ ନୂଆ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାଟ୍ରିନା ତୁର୍କୀରେ ସଲମାନ ଖାନଙ୍କ ସହ ତାଙ୍କର ଆଗାମୀ ଫିଲ୍ମ 'ଟାଇଗର-୩ 'ପାଇଁ ସୁଟିଂ କରୁଛନ୍ତି । ସେଠାରୁ ସେ କ୍ରମାଗତ ଭାବରେ ତାଙ୍କର ସୁନ୍ଦର ଫଟୋ ଏବଂ ଭିଡିଓଗୁଡ଼ିକୁ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି । ନିକଟରେ କାଟ୍ରିନା କୈଫ୍ ଏବଂ ସଲମାନ ମଧ୍ୟ ତୁର୍କୀର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ଯାହାର ଫଟୋ ମଧ୍ୟ ଇଣ୍ଟରନେଟ୍‌ରେ ବହୁତ ଭାଇରାଲ ହୋଇଥିଲା ।

ବର୍ତ୍ତମାନ କାଟ୍ରିନା କୈଫ୍ ତାଙ୍କର ଏକ ଡାନ୍ସ ଭିଡିଓ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ସେ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ, ସେ ତାଙ୍କ କୋରିଓଗ୍ରାଫରମାନଙ୍କ ସହିତ ଡାନ୍ସର ନୂଆ ନୂଆ ଷ୍ଟେପ୍ ଶିଖୁଥିବାର ନଜର ଆସିଛନ୍ତି । ଭିଡିଓରେ ସେ ଏକ ଧଳା ସ୍ଲିଭଲେସ୍ ଟପ୍ ଏବଂ କଳା ଜେଗିନ୍ସ ପିନ୍ଧିଛନ୍ତି । ଭିଡିଓରେ କାଟ୍ରିନାଙ୍କର ଡାନ୍ସ ଷ୍ଟେପ ବହୁତ ଭଲ ଥିବା ବେଳେ ପ୍ରଂଶସକମାନେ ମଧ୍ୟ ଏହି ଭିଡିଓକୁ ପସନ୍ଦ କରିଛନ୍ତି ।

ସୂଚନା ଅନୁସାରେ ଫିଲ୍ମ 'ଟାଇଗର'୩ 'ସୁଟିଂ ପାଇଁ କାଟ୍ରିନା ଏବଂ ସଲମାନ ପ୍ରାୟ ୩ ମାସ ଦେଶ ବାହାରେ ରହିବେ। ଏହି ଫିଲ୍ମଟି ୨୦୧୨ରେ ମୁକ୍ତିଲାଭ କରିଥିବା କବୀର ଖାନଙ୍କ 'ଏକ ଥା ଟାଇଗର'ର ତୃତୀୟ ସିଜନ୍ ଅଟେ । ଫିଲ୍ମରେ ସଲମାନ ଅବିନାଶ ସିଂ ରାଠୋଡ ଭୂମିକାରେ ଅଭିନୟ କରୁଥିବା ବେଳେ କ୍ୟାଟ୍ରିନା କୈଫ୍ ଜୋୟାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହାଛଡ଼ା ଏଥର ଫିଲ୍ମରେ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜର ଡେଟ୍ ଆସନ୍ତା ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଆଗରୁ ଏହି ଫିଲ୍ମର ସିଜିନ୍ ୧ ଓ ସିଜନ୍ ୨ରେ କଟ୍ରୀନା ଓ ସଲମାନ ଏକାଠି ଅଭିନୟ କରିଥିଲେ ।