• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • 'ହମ୍ ଆପକେ ହେଁ କୁନ୍' ଫିଲ୍ମର ଗୀତ ସେୟାର କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ଇନଷ୍ଟାଗ୍ରାମରେ ଫିଲ୍ମ ସହ ଜଡିତ କାହାଣୀ ବାଣ୍ଟୁଛନ୍ତି । ଏହି ସମୟରେ, କଙ୍ଗନା ୯୦ ଦଶକର ହିଟ୍ ଫିଲ୍ମ 'ହମ୍ ଆପକେ ହେଁ କନ୍ ?' ର ଏକ ଭିଡିଓ ସେୟାର କରିଛନ୍ତି । ମାଧୁରୀ ଦୀକ୍ଷିତ ଏବଂ ସଲମାନ ଖାନଙ୍କ ଉପରେ ଫିଲ୍ମର ପ୍ରସିଦ୍ଧ ଗୀତ 'ଦିଦି ତେରା ଦେବର ଦିୱାନା'ର ଗୀତଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କଙ୍ଗନା । ଗୀତର ଭିଡିଓ ସେୟାର କରିବା ସହ ଏହି ଫିଲ୍ମ ଏବଂ ଗୀତ ବିଷୟରେ ବଲିଉଡ ରାଣୀମାନେ ମଧ୍ୟ ପାଗଳ ଅଛନ୍ତି ବୋଲି ଲେଖିଛନ୍ତି । ଏହା ସହିତ 'ଭିଣ୍ଟେଜ୍ ବଲିଉଡ' ଲେଖିବା ସହିତ ଅନେକ ହାର୍ଟର ଇମୋଜି  ମଧ୍ୟ ପୋଷ୍ଟ କରିଛନ୍ତି । କଙ୍ଗନାଙ୍କ ଏହି ପୋଷ୍ଟକୁ ବହୁତ ପ୍ରଶଂସକ ଦେଖିବାପରେ ଏହାକୁ ପସନ୍ଦ କରିବା ସହ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଫିଲ୍ମ 'ହମ୍ ଆପକେ ହେଁ କନ୍' ବଲିଉଡର ସଫଳ ଫିଲ୍ମ ମଧ୍ୟରୁ ବିବେଚନା କରାଯାଏ । ଏହାର ନିର୍ଦ୍ଦେଶନା ଦେଇଥିଲେ ସୁରଜ ବଡ଼ଯାତିଆ। ଫ୍ୟାମିଲି ଷ୍ଟୋରୀରେ ନିର୍ମିତ ଏହି ଫିଲ୍ମ ୧୯୯୪ରେ ମୁକ୍ତିଲାଭ କରିଥିଲା । ​ଏହି ଫିଲ୍ମକୁ ରାଜଶ୍ରୀ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ବ୍ଲକବଷ୍ଟର ଫିଲ୍ମ 'ନଦିଆ କେ ପାର' ଡବିଂ ବୋଲି କୁହାଯାଏ । ଏହି ଫିଲ୍ମରେ ରେଣୁକା ଶାହାନେ ଏବଂ ମନିଷ ବେହେଲ ମଧ୍ୟ ଥିଲେ। 'ହମ୍ ଆପକେ ହେଁ କନ୍' ଫିଲ୍ମରେ ସଲମାନ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଯୋଡିକୁ ଦର୍ଶକେ ବହୁତ ପସନ୍ଦ କରିଥିବା ବେଳେ ଫିଲ୍ମର ଗୀତ ବହୁତ ହିଟ୍ ହୋଇଥିଲା । ଯାହାକି ଏବେ ମଧ୍ୟ ଏହି ଗୀତ ବଲିଉଡ ଷ୍ଟାର ଓ ଦର୍ଶକଙ୍କ ପସନ୍ଦ ରହିଛି ।

ସୂଚନା ଅନୁସାରେ ଗତ ବର୍ଷ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ବଲିଉଡର ଭେଟେରାନ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କଙ୍ଗନା ରାଣାୱତଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ବୋଲି କହିଥିଲେ । ମାଧୁରୀ କହିଥିଲେ, 'କଙ୍ଗନା ଜଣେ ଚମତ୍କାର ଅଭିନେତ୍ରୀ । ସେ ଯେକୈଣସି ଭୂମିକାକୁ ଅତି ଚମତ୍କାର ଭାବରେ ଅଭିନୟ କରିଥାନ୍ତି । ନିକଟରେ କଙ୍ଗନାଙ୍କ ଆଗାମୀ ଫିଲ୍ମ ଗୁଡିକ ରିଲିଜ ହେବାକୁ ଯାଉଛି । 'ତେଜସ୍', 'ଧାକାଦ' ଏବଂ 'ଅଯୋଧ୍ୟା' ଆଦି ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି କଙ୍ଗନା ।