• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସୋସିଆଲ ମିଡିଆରେ ଭାଇରାଲ ହେଲା ଜ୍ୟାକଲିନଙ୍କ ଭିଡିଓ

 ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ଫିଲ୍ମ ସହ ଅନେକ ମ୍ୟୁଜିକ ଭିଡିଓ କରି ଫ୍ୟାନ୍ସଙ୍କ ମନରେ ରାଜ୍ କରୁଛନ୍ତି । ସେ ସବୁବେଳେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ସହ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ସବୁଥର ପରି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ତେବେ ଭିଡିଓଟିକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।

ଜ୍ୟାକଲିନଙ୍କ ଏହି ଭିଡ଼ିଓଟିକୁ ଭାଇରାଲ ଭୟାନୀ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଜ୍ୟାକଲିନ୍ ଏକ ସୁଟିଂରେ ଯାଉଥିବା ସମୟରେ ରାସ୍ତାରେ ତାଙ୍କ କାରକୁ ଅଟକାଇ ରାସ୍ତାର ପିଲାମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା ​​। ଏହାପରେ ସେମାନେ ଜ୍ୟାକଲିନଙ୍କ କିଛି ଫିଲ୍ମକୁ ଖୁବ ଭଲ ଦର୍ଶାଉଥିବା ବେଳେ ତାଙ୍କ ନାଁର ମଧ୍ୟ ଖୁବ ପ୍ରଶଂସା କରିଥିଲେ । ଜ୍ୟାକଲିନ ଏହା ଶୁଣି ବହୁତ ଖୁସି ହୋଇ ପିଲାମାନଙ୍କୁ ଚକୋଲେଟ ଦେଉଥିବା ଭିଡିଓରେ ନଜର ଆସିଛନ୍ତି । ଜ୍ୟାକଲିନଙ୍କର ଏଭଳି ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।

ଜ୍ୟାକଲିନଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ପ୍ରଶଂସା କରୁଛନ୍ତି ଏବଂ ଲେଖୁଛନ୍ତି, 'ବହୁତ ଭଲ କଥା, ଜ୍ୟାକଲିନ । ଆଉ ଏକ ପ୍ରଶଂସକ ଆପଣ ହେଉଛନ୍ତି ବେଷ୍ଟ୍ ଅଭିନେତ୍ରୀ କହି ପ୍ରଶଂସା କରିଛନ୍ତି । ଜ୍ୟାକଲିନ ନିକଟରେ ହରର କମେଡ଼ି ମୁଭି ‘ଭୂତ ପୁଲିସ’ରେ ନଜର ଆସିଛନ୍ତି । ଜ୍ୟାକଲିନଙ୍କ ବ୍ୟତୀତ ଫିଲ୍ମରେ ୟାମି ଗୌତମ, ସୈଫ ଅଲୀ ଖାନ ଏବଂ ଅର୍ଜୁନ କପୁର ମଧ୍ୟ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି ।