• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଝୁଲିଲା ଆର୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଆଜି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ୨ଟାରେ ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ । ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ଯେତିକି ଆଗକୁ ବଢୁଛି, ସେତିକି ବିତର୍କ ଓ ବିବାଦ ଭିତରେ ଛନ୍ଦି ହୋଇଯାଉଛି ।

ଏହାରି ଭିତରେ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଅପ୍ ଚାଟ୍ । ଯେଉଁଥିରେ ଉଠିଛି ଗଞ୍ଜେଇ ଓ କୋକେନ୍ କଥା । ସେପଟେ ପାଓ୍ୱାର-ପଲିଟିକ୍ସ ମଧ୍ୟରେ ଘାଣ୍ଟି ହେଉଛନ୍ତି ଏନ୍‌ସିବିର ସିଙ୍ଘମ ସମୀର ୱାଙ୍ଖଡେ । ସେ ଏବେ ଦିଲ୍ଲୀରେ ଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ପୁରା ପରିବାର ।

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଅନନ୍ୟା-ଆର୍ୟନ୍‌ ହ୍ୱାଟ୍ସଅପ୍ ଚାଟ୍ କଥା ଯଦି ଦେଖିବା, ତେବେ ପ୍ରଥମ ଚାଟ୍ ଜୁଲାଇ, ୨୦୧୯ । ଆର୍ୟନ୍ ଲେଖିଛନ୍ତି ଗଞ୍ଜେଇ । ଅନନ୍ୟା ରିପ୍ଲାଇ ଦେଇଛନ୍ତି ଏହା ଡିମାଣ୍ଡରେ ଅଛି । ଆର୍ୟନ ଲେଖିଛନ୍ତି, ମୁଁ ତୁମଠୁ ଏହା ସିକ୍ରେଟ୍‌ରେ ନେବି । ଅନନ୍ୟା ଲେଖିଛନ୍ତି ଫାଇନ୍, ମୁଁ ଏବେ ବିଜନେସ୍‌ରେ ଅଛି । ଆର୍ୟନ୍ ପଚାରିଛନ୍ତି, ତୁମେ ଗଞ୍ଜେଇ ଆଣିଲ ? ଅନନ୍ୟା ଉତ୍ତର ଦେଇଛନ୍ତି, ମୋତେ ଏହା ମିଳୁଛି ।

ଏପ୍ରିଲ ୨୦୨୧, ଆର୍ୟନ-ଅନନ୍ୟାଙ୍କ ମଧ୍ୟରେ ଆଉ ଏକ ହ୍ୱାଟ୍ସଅପ୍ ଚାଟ୍ । ଆର୍ୟନ୍ ଲେଖିଛନ୍ତି ଚାଲ କାଲି କୋକେନ୍ ନେବା । ଏଥିରେ ଅନନ୍ୟାଙ୍କର କୌଣସି ଉତ୍ତର ନାହିଁ । ଆର୍ୟନ୍ ଆଗକୁ ଲେଖିଛନ୍ତି, ମୁଁ ତୁମମାନଙ୍କୁ ହଇରାଣ କରିଦେବି । ଏନ୍‌ସିବି ଦ୍ୱାରା ମିଳିଥିବା ସୂଚନା ଅନୁସାରେ ଏନ୍‌ସିବି ହାତରେ ଆର୍ୟନଙ୍କ ମୋବାଇଲ୍ ଲାଗିବା ପରେ, ସେଥିରୁ ଅନନ୍ୟାଙ୍କ ସହ ହ୍ୱାଟ୍ସଆପ୍ ଚାଟ୍‌ର ଖୁଲାସା ହୋଇଛି । କୁହାଯାଉଛି, ଏହି ଚାଟ୍‌କୁ ହିଁ ଆୟୁଧ କରି ଆର୍ୟନଙ୍କୁ ବେଲ୍ ନଦେବାକୁ ଯୁକ୍ତି ବାଢିଆସୁଛି ଯାଞ୍ଚ ଏଜେନ୍ସି ।

 

ସେପଟେ ପ୍ରଥମେ ବିଜେପି ଲିଙ୍କ୍ ଯୋଗୁଁ ୩ଜଣଙ୍କୁ ଛାଡ଼ିଦେବା, ପରେ ବଲିଉଡ୍‌ରୁ ବଟି ଆଦାୟ, ତା ପରେ ଜାଲ୍ ପ୍ରମାଣପତ୍ର ଆଉ ଏବେ ଫୋନ୍ ଟ୍ୟାପିଂ ଅଭିଯୋଗ । ଥମିବାର ନାଁ ନେଉନି ମନ୍ତ୍ରୀ ନଓ୍ୱାବ୍ ମଲ୍ଲିକ ଓ ଏନ୍‌ସିବି ଜୋନାଲ ଡିରେକ୍ଟର ସମୀର ଓ୍ୱାଙ୍ଖଡ଼େଙ୍କ ମଧ୍ୟରେ ବିବାଦ । ମଙ୍ଗଳବାର ସମୀରଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି ନଓ୍ବାବ । କହିଛନ୍ତି କିଛି ଜଣଙ୍କ ଫୋନ୍‌କୁ ବେଆଇନ ଭାବେ ଟ୍ୟାପିଂ କରାଉଛନ୍ତି ସମୀର ଓ୍ୱାଙ୍ଖେଡେ । ସେପଟେ ଢାଲ ହୋଇ ସମୀରଙ୍କ ପାଇଁ ଠିଆ ହୋଇଛି ପୁରା ଓ୍ୱାଙ୍ଖଡେ ପରିବାର ।

ଏହାରି ମଧ୍ୟରେ ତଦନ୍ତ ପ୍ରକ୍ରିୟାକୁ ନୂଆ ମୋଡ଼ ଦେଇଥିବା ଏନ୍‌ସିବି ସାକ୍ଷୀ ପ୍ରଭାକର ସେଲ୍ କହିଛି, ସେ କେପି ଗୋସାଭିଠାରୁ କୌଣସି ଟଙ୍କା ପାଇ ନାହାନ୍ତି । ସେ କୌଣସି ରାଜନେତାଙ୍କ ଲିଙ୍କରେ ନାହାନ୍ତି ବୋଲି ପ୍ରେସ୍‌ମିଟ୍‌ରେ କହିଛି ପ୍ରଭାକର । ତେବେ ମୁମ୍ବାଇରୁ ଆରମ୍ଭ ହୋଇଥିବା ପାଓ୍ୱାର ପଲିଟିକ୍ସ, ଦିଲ୍ଲୀ ଯାଏଁ ପହଞ୍ଚିଲାଣି । ବଲିଉଡ୍ ଫିଲ୍ମର କାହାଣୀ ଭଳି ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ପ୍ରତିଦିନ କିଛି ନା କିଛି ଟ୍ୱିଷ୍ଟ ଆସିବାରେ ଲାଗିଛି ।