• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସେଲିବ୍ରେଟିଙ୍କ ନିରବତା ଉପରେ ରାଗିଲେ ହଂସଲ

  • ମିଡିଆରେ ଭୁଲ ରିପୋର୍ଟ ଉପରେ କ୍ଷୋଭ ପ୍ରକାଶ କଲେ ହଂସଲ ମେହେଟ୍ଟା

ମୁମ୍ବାଇ: ପ୍ରୋନୋଗ୍ରାଫିକ୍‌ ମାମଲାରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଜେଲ୍‌ରେ ଥିବା ବେଳେ ଶିଳ୍ପାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଦେଖିବା ପରେ ବିଭିନ୍ନ ଗଣମାଧ୍ୟମରେ ତଥ୍ୟହୀନ ଓ ପ୍ରସଙ୍ଗବିହୀନ ଖବର ପ୍ରସାରଣ ହେଉଥିବା ନେଇ ଶିଳ୍ପା ମାନହାନୀ ମକଦ୍ଦମା କରିଥିଲେ, କିନ୍ତୁ ଏହି ମାମଲାରେ ଶିଳ୍ପା ନିରାଶ ହୋଇଛନ୍ତି। ନିର୍ଦ୍ଦେଶକ ହଂସଲ ମେହେଟ୍ଟା ଶିଳ୍ପାଙ୍କୁ ଟ୍ରୋଲ, ମିଡିଆ ରିପୋର୍ଟ ଏବଂ ବଲିଉଡ ସେଲିବ୍ରେଟଙ୍କ ନିରବତାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ହଂସଲ ଗୋଟିଏ ପରେ ଗୋଟିଏ ଟୁଇଟ କରି ଶିଳ୍ପାଙ୍କୁ ସମର୍ଥନ କରିଛନ୍ତି ।

ସୋସିଆଲ ମିଡିଆରେ ହଂସଲ ମେହେଟ୍ଟା ବହୁତ ସକ୍ରିୟ ଥିବାବେଳେ ଦେଶରେ ଚାଲିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାୟତଃ ନିଜର ମତ ଦିଅନ୍ତି । ନିକଟରେ ଶିଳ୍ପା ଶେଟ୍ଟୀଙ୍କୁ ଟ୍ରୋଲ, ମିଡିଆ ରିପୋର୍ଟ ଏବଂ ବଲିଉଡ ସେଲିବ୍ରେଟିଙ୍କ ନିରବତାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମେହେଟ୍ଟା ଟୁଇଟ୍ କରି ଲେଖିଛନ୍ତି ଯେ ଯଦି ଆପଣ ଶିଳ୍ପାଙ୍କୁ ସପୋର୍ଟ କରିପାରିବେ ନାହିଁ ତାହେଲେ ତାଙ୍କୁ ଏକୁଟିଆ ଛାଡି ଦିଅନ୍ତୁ ଆଉ ପୋଲିସକୁ ତାହାର କାମ କରିବାକୁ ଦିଅନ୍ତୁ । ସେମାନଙ୍କୁ ସମ୍ମାନ ଏବଂ ଗୋପନୀୟତା ସହିତ ବଞ୍ଚିବାକୁ ଦିଅନ୍ତୁ । ଏହା ଦୁର୍ଭାଗ୍ୟଜନକ ଯେ ଯେଉଁମାନେ ସାଧାରଣ ଲୋକ ସେମାନେ ନିଜକୁ ରକ୍ଷା କରିବାକୁ ଛାଡି ଦିଆଯାଏ । ନ୍ୟାୟ ପ୍ରଦାନ ପୂର୍ବରୁ ସେମାନଙ୍କୁ ଦୋଷୀ ଭାବେ ଘୋଷିତ କରେଇ ଦିଆଯାଇଥାଏ ।

ହଂସଲ ମେହେଟ୍ଟା ଆଉ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ମିଡିଆର ଭୁଲ ରିପୋର୍ଟ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ ଏହା ବଦନାମ କରିବାର ଏକ ନମୁନା । ସେଲିବ୍ରେଟିଙ୍କ ବିରୋଧରେ ଯଦି କୈଣସି ଅଭିଯୋଗ ଅଛି ତାହାକୁ ନେଇ ମିଛ ଗସିପ୍,ଓ ଭୁଲ ଖବର ପ୍ରସାରଣ କରିବା ଆଦିକୁ ନେଇ ମେହେଟ୍ଟା ‍କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଅଶ୍ଳୀଳ ଭିଡିଓ ତିଆରି କରି ବିଭିନ୍ନ ଆପରେ ପ୍ରସାରଣ କରି ଗିରଫ କରିଥିଲା। ରାଜ ଗିରଫ ହେବା ପରେ ଶିଳ୍ପାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରଆଯାଇଥିଲା ।