• translate
Pallipuspa Samal

News Highlights

  • ଶାହିର ଓ ରୁଚିକାଙ୍କ ଘରକୁ ଆସିଲେ ନୂଆ ସଦସ୍ୟ

  • ଘରକୁ ଆସିଲେ ନହ୍ନି ପରୀ

Saheer and Ruchikaଶାହିର ଓ ରୁଚିକା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଶାହିର ଶେଖ୍ ଓ ରୁଚିକା କପୁରଙ୍କ ଘରେ ଏବେ ଖୁସିର ମାହୋଲ ।  ଦୁହେଁ ବାପା ମାଆ ହେବାର ସୌଭାଗ୍ୟ ଲାଭ କରିଛନ୍ତି । କୋଳକୁ ଆସିଛି ଏକ କନ୍ୟା ସନ୍ତାନ। ତେବେ ଏ ନେଇ ଶାହିର ଆନୁଷ୍ଠାନିକ ଭାବେ କୈଣସି ସୂଚନା ଦେଇ ନାହାନ୍ତି ।  ମିଡିଆ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୦ରେ ରୁଚିକା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ଖବର ସାମନାକୁ ଆସିବା ପରେ ଉଭୟ ରୁଚିକା ଓ ଶାହିରଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।

କିଛିଦିନ ପୂର୍ବରୁ ସାହିର ଓ ରୁଚିକା ବେବି ଶାୱର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋ ସେୟାର କରିବା ସହିତ ସେ ଲେଖିଥିଲେ ଯେ ଖୁବ୍ ଜଲଦି ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛନ୍ତି । ସେବେଠୁ ଶାହିର ଓ ରୁଚିକା ନୂଆ ଅତିଥି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ବେବି ଶାୱର ପାର୍ଟିରେ ବହୁ ଅତିଥି ଯୋଗ ଦେଇଥିଲେ । ଏକତା କପୁର, ରିଦ୍ଧି ଡୋଗ୍ରା, କ୍ରିଷ୍ଟଲେ ଡି’ସୁଜାଙ୍କ ସମେତ ଅନେକ ତାରକା ଏହି ପାର୍ଟିରେ ଉପସ୍ଥିତ ଥିଲେ।

Ruchika and Saheerଶାହିର ଓ ରୁଚିକା

ବଲିଉଡ ଲାଇଫର ସୂଚନା ଅନୁଯାୟୀ, ରୁଚିକା ସେପ୍ଟେମ୍ବରରେ ୧୦ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗତ ବର୍ଷ ୨୦୨୦ ନଭେମ୍ବରରେ ଶାହିର ଏବଂ ରୁଚିକା କୋର୍ଟ ମ୍ୟାରେଜ କରିଥିଲେ। ନିକଟରେ ଶାହିର ତାଙ୍କ ବିବାହ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ବିବାହ ପରେ ପ୍ରତିଦିନ ନୂଆ ଜିନିଷ ଶିଖୁଛନ୍ତି। ସେ କହିଥିଲେ, 'ମୁଁ ଦୀର୍ଘ ଦିନ ଧରି ମୁମ୍ବାଇରେ ଏକୁଟିଆ ରହୁଥିଲି ଏବଂ ବର୍ତ୍ତମାନ ମୁଁ ଘର ଅନ୍ୟ କାହା ସହ ବାଣ୍ଟିବାକୁ ମଧ୍ୟ ଶିଖୁଛି । ମୁଁ ରୁଚିକା ପାଇଁ ରୋଷେଇ କରିବାକୁ ପସନ୍ଦ କରେ ବୋଲି ସେ କହିଥିଲେ ।

ସୂଚନା ଅନୁସାରେ ଶାହିର ଏବେ ତାଙ୍କର ଅପ୍‌କମିଙ୍ଗ୍ ସିରିଏଲ୍ ପବିତ୍ର ରିସ୍ତା-୨ ପାଇଁ ବ୍ୟସ୍ତ ଅଛନ୍ତି । ଏଥିରେ ଅଙ୍କିତା ଲୋଖଣ୍ଡେ ତାଙ୍କ ସହ ନଜର ଆସିବେ । ଏଥିରେ ମାନବ ଚରିତ୍ରରେ ଅଭିନୟ କରିବେ ଶାହିର । ପ୍ରଶଂସକମାନେ ଏହି ସୋ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଶାହିର ଶେଖ ପୂର୍ବରୁ ମହାଭାରତ, କୁଛ ରଙ୍ଗ ପ୍ୟାର କେ ଏସେ ଭି, ୟେ ରିସ୍ତେ ହେଁ ପ୍ୟାର କେ, ତେରୀ ମେରୀ ଲଭ୍ ଷ୍ଟୋରୀ ଭଳି ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ରୁଚିକା କପୁର ବାଲାଜୀ ପ୍ରଡକ୍ସନ୍ସର ବରିଷ୍ଠ ଉପସଭାପତି ଅଟନ୍ତି ।

 

Other Stories

  • Gehana Vashista
    Entertainment ରହସ୍ୟ ଖୋଲିଲେ ଗହନା : କିପରି ହେଉଥିଲା ଅଶ୍ଳୀଳ ଫଟୋ ଓ ଭିଡିଓ

    ଅଶ୍ଳୀଳତା ମମଲାକୁ ନେଇ ମଡେଲ୍ ଗହନା ବଶିଷ୍ଠ ଖୁବ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରା ମାମଲାରେ ତାଙ୍କ ନାମ ବି ଯୋଡା ଯାଉଛି। ଏବେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ...

  • Dino Morea
    Entertainment ଘର ଚଳେଇବା ବହୁ କଷ୍ଟକର ଥିଲା : ଡିନୋ ମୋରିୟା

    ବହୁଦିନର ବ୍ୟବଧାନ ପରେ ବଲିଉଡ ଅଭିନେତା ଡିନୋ ମୋରିୟା ଏବେ ତାଙ୍କ ନୂଆ ୱେବ୍ ସିରିଜ୍ ‘ଏମ୍ପାୟର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ୱେବ୍ ଶୋ’ରେ ତାଙ୍କ କାମକୁ ନେଇ ଲୋକେ ବେଶ ପ୍ରସଂଶା କରୁଛନ୍ତି। ୨୦୧୦...

  • Kangana Ranaut
    Entertainment ହଲିଉଡ୍‌ ଫିଲ୍ମକୁ ହତୋତ୍ସାହିତ କରିବା ଦରକାର : କଙ୍ଗନା

    ହଲିଉଡ୍‌କୁ ହତୋତ୍ସାହିତ କରିବ ଆବଶ୍ୟକ। ଗୁରୁବାର ବଲିଉଡ୍ ଅଭିନେତା ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତ ଏହି କଥା କହିଛନ୍ତି। ଏହା ବଦଳରେ ବିଭିନ୍ନ ଭାଷାର ଭାରତୀୟ ଫିଲ୍ମକୁ ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି।...

  • Sourav Ganguly
    Entertainment ପରଦାରେ ଆସିବ ଦାଦାଙ୍କ କାହାଣୀ

    ୯୦ ଦଶକରୁ ବର୍ତ୍ତମାନ ଓ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ହେବା ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ସବୁବେଳେ ଚର୍ଚ୍ଚାରେ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ଚମତ୍କାର କ୍ୟାପ୍ଟେନସିପ୍ ଅନ୍ଦାଜ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ। ଅନ୍ୟ ବାୟୋପିକ ଫିଲ୍ମ ଭଳି...